ହଲିଉଡ ତାରକାଙ୍କୁ ପଛରେ ପକାଇ ବଲିଉଡ୍‌ର ଏହି ନାୟକ ହେଲେ ବିଶ୍ୱର ମୋଷ୍ଟ୍‍ ହ୍ୟାଣ୍ଡସମ୍‌ ଆକ୍ଟର୍‌

Advertisment
ହଲିଉଡ ତାରକାଙ୍କୁ ପଛରେ ପକାଇ ବଲିଉଡ୍‌ର ଏହି ନାୟକ ହେଲେ ବିଶ୍ୱର ମୋଷ୍ଟ୍‍ ହ୍ୟାଣ୍ଡସମ୍‌ ଆକ୍ଟର୍‌

photo-easterneye.eu

ମୁମ୍ବାଇ: ବଲିଉଡ୍‌ର ସୁପର ଟ୍ୟାଲେଣ୍ଟେଡ୍‌ ଏବଂ ମୋଷ୍ଟ ଗୁଡଲୁକିଂ ହିରୋ ରିତିକ୍‌ ରୋଶନଙ୍କୁ ମିଳିଛି ଆଉ ଏକ ସଫଳତା। ସେ ହଲିଉଡର କେତେକ ଲୋକପ୍ରିୟ ତାରକାଙ୍କୁ ପଛରେ ପକାଇ ଏକ ଟାଇଟଲ ହାସଲ କରିଛନ୍ତି। ହଁ ରିତିକ୍‌ ରୋଶନଙ୍କୁ ମିଳିଛି ବିଶ୍ୱର ସବୁଠୁ ସୁନ୍ଦର ପୁରୁଷ କଳାକାର। worldstopmost.com ପକ୍ଷରୁ ମୋଷ୍ଟ ଗୁଡଲୁକିଂ କଳାକାରଙ୍କର ଏକ ତାଲିକା ପ୍ରକାଶ କରିଛି ଯେଉଁଥିରେ ସର୍ବାଗ୍ରେ ଅଛନ୍ତି ରିତିକ୍‌ ରୋଶନ। ଅର୍ଥାତ୍‌ ରିତିକ୍‌ ହେଉଛନ୍ତି ବିଶ୍ୱର ସବୁଠୁ ସୁନ୍ଦର ପୁରୁଷ କଳାକାର। ସେ ଏହି ପ୍ରତିଦ୍ୱନ୍ଦ୍ୱିତାରେ ହଲିଉଡ କଳାକାରରବର୍ଟ ପୋଟନସନ୍‌ ଏବଂ କ୍ରିସ୍‌ ଇଭାନସଙ୍କୁ ବି ପଛରେ ପକାଇ ଦେଇଛନ୍ତି।

publive-image photo-youtube

ଏହି ତାଲିକାରେ ସଲମାନ୍‌ ଖାନ୍‌ ଅବଶ୍ୟ ପଞ୍ଚମ ସ୍ଥାନରେ ରହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ରିତିକ୍‌ ‘କହୋ ନା ପ୍ୟାର୍‌ ହେ’ ସିନେମାରୁ ନାୟକଭାବେ କ୍ୟାରିଅର୍‌ ଆରମ୍ଭ କରିଥିିଲେ । ଏହାପରେ ତାଙ୍କୁ କଭି ଖୁସ୍‌ କଭି ଗମ୍‌, ଲକ୍ଷ୍ୟ, ମିଶନ୍‌ କାଶ୍ମୀର୍‌, ଫିଜା, କୋଇ ମିଲଗୟା, କ୍ରିସ୍‌, କ୍ରିସ୍‌-୩, ବ୍ୟାଙ୍ଗବ୍ୟାଙ୍ଗ୍‌, ଅଗ୍ନିପଥ୍‌ , ଯୋଧା ଆକବର୍‌ ଏବଂ କାବିଲ୍‌ ଭଳି ସୁପରହିଟ୍‌ ସିନେମାରେ ଦେଖିବାକୁ ମିଳିଛି। ସେ ସଂପ୍ରତି ସୁପର-୩୦ ସିନେମାରେ କାମ କରୁଛନ୍ତି , ଯାହା ଚଳିତ ବର୍ଷ ରିଲିଜ୍‌ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe