Times of India
ଧୀରେଧୀରେ ବଲିଉଡ୍ ପୁଣି ସୁଟିଂ ସେଟ୍କୁ ଫେରୁଛି। ଏହି ମହାମାରୀ ସଙ୍କଟ ବେଳେ ଅଭିନେତା ହ୍ରିତିକ୍ ରୋସନ ସହାୟତାର ହାତ ବଢ଼ାଇଛନ୍ତି। ହ୍ରିତିକ୍ ୧୦୦ ବ୍ୟାକ୍ଗ୍ରାଉଣ୍ଡ ନୃତ୍ୟଶିଳ୍ପୀଙ୍କ ଆକାଉଣ୍ଟକୁ ସିଧାସଳଖ ସହାୟତା ରାଶି ପଠାଇଛନ୍ତି। କିଛି ନୃତ୍ୟଶିଳ୍ପୀ ନିଜ ଗାଁ’କୁ ଚାଲି ଯାଇଥିବା ବେଳେ ଆଉ କିଛି ନିଜ ଘର ଭଡ଼ା ଦେଇପାରିନାହାନ୍ତି। ଜଣେ ନୃତ୍ୟଶିଳ୍ପୀଙ୍କ ପରିବାର କରୋନା ଆକ୍ରାନ୍ତ ହୋଇଛନ୍ତି। ଏଭଳି ଘଡ଼ିସନ୍ଧି ସମୟରେ ହ୍ରିତିକ୍ଙ୍କ ସହାୟତା ନୃତ୍ୟଶିଳ୍ପୀଙ୍କ ମଧ୍ୟରେ ଆନନ୍ଦ ଆଣି ଦେଇଛି। ଆକାଉଣ୍ଟକୁ ଟଙ୍କା ପଠାଯିବା ପରେ ନୃତ୍ୟଶିଳ୍ପୀଙ୍କ ମୋବାଇଲ୍ ନମ୍ବରକୁ ବାର୍ତା ଆସିଥିଲା ହ୍ରିତିକ୍ ରୋସନଙ୍କ ଆକାଉଣ୍ଟରୁ ତୁମ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯାଇଛି। ନୃତ୍ୟଶିଳ୍ପୀଙ୍କୁ ଏକାଠି କରୁଥିବା ରାଜ ସୁରାନି ହ୍ରିତିକ୍ଙ୍କ ଏହି ବଦାନ୍ୟତା ପାଇଁ କୃତଜ୍ଞତା ଜଣାଇଛନ୍ତି।
Follow Us