ଦୀପିକା ପ୍ରତି ମାସରେ ତକିଆ ବଦଳାଇ ଗର୍ଭଧାରଣର ନାଟକ କରୁଥିବା ପ୍ରସଂଗରେ ସ୍ବାମୀ ସୋଏବ କହିଲେ...

ଦୀପିକା ପ୍ରତି ମାସରେ ତକିଆ ବଦଳାଇ ଗର୍ଭଧାରଣର ନାଟକ କରୁଥିବା ପ୍ରସଂଗରେ ସ୍ବାମୀ ସୋଏବ କହିଲେ...

ମୁମ୍ବାଇ: ଟେଲି ଅଭିନେତ୍ରୀ ଦୀପିକା କକ୍କର ଗତ କିଛି ଦିନ ହେବ ବେଶ ଚର୍ଚ୍ଚାରେ ରହୁଛନ୍ତି। ସେ ଗର୍ଭବତୀ ଥିବା ଖବର ଜଣାପଡ଼ିବା ପରେ ତାଙ୍କୁ ନେଇ ଚର୍ଚ୍ଚା ବେଶି ହେଉଛି। ଖୁବ୍ ଶୀଘ୍ର ମାଆ ବନିବାକୁ ଯାଉଛନ୍ତି ‘ଶଶୁରାଲ୍‌ ସିମର୍‌ କା’ ଅଭିନେତ୍ରୀ ଦୀପିକା। ତେବେ ତାଙ୍କ ମାଆ ବନିବା କଥାକୁ କିଛି ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଆଦୌ ବିଶ୍ବାସ କରୁନାହାନ୍ତି। ତାଙ୍କ ଗର୍ଭଧାରଣ ଖବର ମିଥ୍ୟା ବୋଲି ସୋସିଆଲ୍‌ ମିଡିଆ ବ୍ୟବହାରକାରୀ କମେଣ୍ଟ୍‌ କରିବାରେ ଲାଗିଛନ୍ତି। ଏପରିକି ଟ୍ରୋଲର୍ସମାନେ ‘ଆଉ କେତେ ଏପରି ତକିଆ ବଦଳାଇବ’ ବୋଲି ମଧ୍ୟ ପ୍ରଶ୍ନ କରୁଛନ୍ତି। ସମାଲୋଚକଙ୍କୁ ଲାଗୁଛି ଦୀପିକା ପେଟରେ ତକିଆ ପୂରାଇ ଗର୍ଭବତୀ ଥିବାର ନାଟକ କରୁଛନ୍ତି।

ଏବେ ଏହି କଥା ଉପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ଦୀପିକାଙ୍କ ପତି ସୋଏବ ଇବ୍ରାହିମ୍‌। ଦୀପିକା ଓ ସୋଏବ ଖୁବ୍ ଶୀଘ୍ର ସେମାନଙ୍କ ପ୍ରଥମ ପିଲାକୁ ସ୍ବାଗତ କରିବାକୁ ଯାଉଛନ୍ତି। ଏଥିପାଇଁ ଦୁହେଁ ବେଶ୍‌ ଉତ୍ସାହିତ ଅଛନ୍ତି। ସୋଏବ ନିକଟରେ କହିଛନ୍ତି ଯେ ‘ଟ୍ରେଲର୍ସ ଭାବୁଛନ୍ତି ‌ଯେ ଦୀପିକା ମିଛରେ ଗର୍ଭବତୀ ଥିବା କହି ନାଟକ କରୁଛନ୍ତି। ସେମାନେ ଏପରି ବି କହୁଛନ୍ତି ଯେ ଦୀପିକା କୁଆଡ଼େ ବହୁତ ଚାଲାଖ। ପ୍ରତିମାସ ଅଲଗା ସାଇଜ୍‌ର ତକିଆ ବଦଳାଇ ଧରାପଡୁନାହାନ୍ତି। ଦୀପିକା ଜଣେ ସେଲିବ୍ରିଟି ହେବା ସହ ସାଧାରଣ ଜୀବନ ବିତାଉଥିବାରୁ ଓ ଜଣେ ଗୃହିଣୀ ପରି ରହୁଥିବାରୁ ଲୋକଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଛି। ମାତ୍ର ଦୀପିକା ଯେପରି ଦିଶନ୍ତି ସେ ସେହିପରି ହିଁ। କୌଣସି ବି ନାଟକ କରନ୍ତି ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe