ଶ୍ବେତାଙ୍କ ନାମରେ ଆଇପିସି ଧାରା ୨୯୫(ଏ)ରେ ରୁଜୁ ହେଲା ମାମଲା

ଶ୍ବେତାଙ୍କ ନାମରେ ଆଇପିସି ଧାରା ୨୯୫(ଏ)ରେ ରୁଜୁ ହେଲା ମାମଲା

ନୂଆଦିଲ୍ଲୀ: ଟେଲି ଅଭିନେତ୍ରୀ ଶ୍ବେତା ତିୱାରୀ ନୂଆ ଅସୁବିଧାରେ ଫସି ଯାଇଛନ୍ତି। ନିଜର ବ୍ରା ସାଇଜ୍‌ ଏବଂ ଭଗବାନଙ୍କୁ ନେଇ ସେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏହାକୁ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଭୋପାଲସ୍ଥିତ ପୁଲିସ ଷ୍ଟେସନରେ ଶ୍ବେତାଙ୍କ ବିବାଦୀୟ ମନ୍ତବ୍ୟ ଉପରେ ମାମଲା ରୁଜୁ ହୋଇଛି । ଏନେଇ ଭୋପାଲ ପୁଲିସ ଶ୍ବେତାଙ୍କ ବିରୋଧରେ ଆଇପିସି ଧାରା ୨୯୫(ଏ)ରେ ମାମଲା ରୁଜୁ କରିଛି । ଏହା ସହ ଶ୍ବେତା ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ନେଇ ସଙ୍ଗୀନ ଅଭିଯୋଗ ମଧ୍ୟ ହୋଇଛି ।

ସବୁବେଳେ ନିଜର ଲୁକ୍‌ ଓ ଷ୍ଟାଇଲ୍‌ ପାଇଁ ଚର୍ଚ୍ଚାରେ ରହିଥିବା ଶ୍ବେତା ନିକଟରେ ଦେଇଥିବା ବିବାଦୀୟ ମନ୍ତବ୍ୟ ପାଇଁ ପୁଣି ଥରେ ସମାଲୋଚନାକୁ ଆସିଛନ୍ତି ।

ଭୋପାଳରେ ଆୟୋଜିତ ନିଜର ଅପକମିଂ ୱେବ ସିରିଜର ଲଞ୍ଚ ଇଭେଣ୍ଟରେ ଷ୍ଟାରକାଷ୍ଟ ସହିତ ପହଞ୍ଚିଥିବା ‌ଶ୍ବେତା ତିୱାରୀ ମଜାକମଜାକରେ ବିବାଦୀୟ ବୟାନ ଦେଇଥିଲେ । ‌‌‌‌ଶ୍ବେତା ହସିହସି କହିଥିଲେ ‘ମେରା ବ୍ରା କା ସାଇଜ୍‌ ତୋ ଭଗବାନ ଲେ ରହେ ହେଁ’ । ଏହାର ଅର୍ଥ ‘ମୋର ବ୍ରା ସାଇଜ୍‌ ଭଗବାନ ନେଇ ଯାଉଛନ୍ତି ।

ଯାହାକୁ ନେଇ ଟ୍ବିଟର୍‌ରେ ଶ୍ବେତା ତିଓ୍ବାରୀଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡୁଛି । ଏହାକୁ ନେଇ ମଧ୍ୟ ପ୍ରଦେଶ ଗୃହ ମନ୍ତ୍ରୀ ନରୋତ୍ତମ ମିଶ୍ରା ଯାଞ୍ଚ କରିବା ସହ ତାଙ୍କ ବିରୋଧରେ ରିପୋର୍ଟ ଦେବାକୁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe