ନୂଆଦିଲ୍ଲୀ: ପ୍ରେମିକ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ତାଙ୍କ ନାଁରେ ହେଉଥିବା ଅଭିଯୋଗ ନେଇ ପ୍ରଥମ ଥର ଲାଗି ପ୍ରତିକ୍ରିୟା ପ୍ରକାଶ କରି ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ କହିଛନ୍ତି ଯେ, ବୈଦ୍ୟୁତିକ ଗଣମାଧ୍ୟମରେ ତାଙ୍କ ବିରୋଧରେ ବହୁ ଭୁଲ୍ କଥା କୁହାଯାଉଥିଲେ ମଧ୍ୟ ମାମଲା ବିଚାରାଧୀନ ଥିବାରୁ ସେ କିଛି କହିବେ ନାହିଁ।
ଆଜି ଏକ ଭିଡିଓ ଜାରି କରି ରିୟା କହିଛନ୍ତି, ଭଗବାନ ଓ ନ୍ୟାୟପାଳିକା ଉପରେ ମୋର ଅଗାଧ ବିଶ୍ବାସ। ବୈଦ୍ୟୁତିକ ଗଣମାଧ୍ୟମରେ ମୋ ବିରୋଧରେ ବହୁ ବାଜେ କଥା କୁହାଯାଉଥିଲେ ବି ମୁଁ ନ୍ୟାୟ ପାଇବି ବୋଲି ମୋର ବିଶ୍ବାସ। ମାମଲା ବିଚାରାଧୀନ ଥିବାରୁ ଓକିଲଙ୍କ ପରାମର୍ଶକ୍ରମେ ମୁଁ ଏ ସଂକ୍ରାନ୍ତରେ ମନ୍ତବ୍ୟ ଦେବାରୁ ନିବୃତ ରହୁଛି। ସତ୍ୟମେବ ଜୟତେ, ସତ୍ୟ ବିଜୟୀ ହେବ।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ, ପାଟନାସ୍ଥିତ ରାଜୀବ ନଗର ଥାନାରେ ସୁଶାନ୍ତଙ୍କ ବାପା ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାରର ଅନ୍ୟ ଛଅଜଣ ସଦସ୍ୟଙ୍କ ବିରୋଧରେ ଏଫ୍ଆଇଆର୍ ଦେବାର ଦିନକ ପୂର୍ବରୁ ବିହାରର ଚାରିଜଣିଆ ସଦସ୍ୟବିଶିଷ୍ଟ ପୁଲିସ ଟିମ୍ ମୁମ୍ବାଇରେ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ଏଫ୍ଆଇଆର୍ ଦିଆଯିବା ପରେ, ତଦନ୍ତ ମୁମ୍ବାଇକୁ ସ୍ଥାନାନ୍ତର କରାଯିବା କଥାରେ ରିୟା ସୁପ୍ରିମ୍ କୋର୍ଟରେ ଆବେଦନ କରିଛନ୍ତି।
Follow Us