ମୁଁ କୌଣସି ମାଦକ ଦ୍ରବ୍ୟ ସେବନ କରେନି କି ଏହାର ପ୍ରଚାର କରେନି : କରଣ ଜୋହର

Advertisment
ମୁଁ କୌଣସି ମାଦକ ଦ୍ରବ୍ୟ ସେବନ କରେନି କି ଏହାର ପ୍ରଚାର କରେନି : କରଣ ଜୋହର

DNA India

ମୁଁ କେବେ ବି ‌କୌଣସି ମାଦକଦ୍ରବ୍ୟ ସେବନ କରେ ନାହିଁ କି ଏହାର ପ୍ରଚାରପ୍ରସାର କରେ ନାହିଁ। ଶୁକ୍ରବାର ଟ୍ବିଟର୍‌ରେ ଏକ ବିବୃତ୍ତି ଜାରି କରି ଚଳଚ୍ଚିତ୍ର ନିର୍ମାତା କରଣ ଜୋହର ଏହା କହିଛନ୍ତି। ଡ୍ରଗ୍ସ ସହ ସେ କୌଣସି ପ୍ରକାର ଜଡ଼ିତ ନାହାନ୍ତି ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି। ଗତବର୍ଷ ଜୁଲାଇ ୨୮ ତାରିଖରେ ହୋଇଥିବା କରଣଙ୍କ ଏକ ପାର୍ଟିର ଭିଡିଓ ଗତ କିଛି ଦିନ ତଳେ ସା‌ମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହେବା ପରେ ସେଠାରେ ଡ୍ରଗ୍‌ସ୍‌ ପାର୍ଟି ହେଉଥିବା ଅଭିଯୋଗ ହୋଇଥିଲା। ଆଜି ଏହାକୁ ଖଣ୍ଡନ କରିଛନ୍ତି କରଣ।

ଭିଡିଓରେ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ସମେତ ସାହିଦ କପୁର, ରଣବୀର କପୁର, ବରୁଣ ଧ‌ାୱନ, ଅର୍ଜୁନ କପୁର, ମଲାଇକା ଆରୋରା ଓ ଭିକି କୌଶଲ ଆଦି ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଥିଲା। ଏଥିସହ ଏହି ପାର୍ଟିରେ ଅନେକ ବଡ଼ ବଡ଼ ସେଲିବ୍ରିଟି ଡ୍ରଗ୍‌ସ୍‌ ସେବନ କରିବାର ଅଭିଯୋଗ ବି ହୋଇଥିଲା। ଏହାପରେ ସିରୋମଣି ଅକାଳୀ ଦଳର ମୁଖ୍ୟ ମଞ୍ଜୀନ୍ଦର ସିଂହ ସିର୍‌ସା ଟ୍ବିଟ୍‌ କରି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) କରଣଙ୍କୁ ଡ୍ରଗ୍ସ ସଂପୃକ୍ତି ନେଇ ସମନ୍‌ କରିବା ଉଚିତ। ଅପରପକ୍ଷେ ଆଜି ଏନ୍‌ସିବି ଧର୍ମା ପ୍ରଡକ୍ସନ୍‌ର କାର୍ଯ୍ୟନିର୍ବାହୀ ପ୍ରଯୋଜକ କ୍ଷୀତିଜ୍‌ ରବି ପ୍ରସାଦ ଓ ଅନୁଭବ ଚୋପ୍ରାଙ୍କୁ ବଲିଉଡ୍‌ରେ ଡ୍ରଗ୍‌ସ୍‌ କାରବାର ନେଇ ଜେରା କରିଛି। ‌ତେବେ କରଣ ଉଭୟଙ୍କୁ ବ୍ୟକ୍ତିଗତ ଭାବେ ଜାଣନ୍ତି ନାହିଁ ବୋଲି ଏହି ବିବୃତ୍ତିରେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe