ନିର୍ଦ୍ଦେଶକଙ୍କ ଶଯ୍ୟାସଙ୍ଗିନୀ ହେବାକୁ ମନା କରିବାରୁ ଅନେକ ବଡ଼ ବଡ଼ ପ୍ରୋଜେକ୍ଟ ମୋ ହାତରୁ ଚାଲି ଯାଇଛି: ନରଗିସ୍ ଫକରୀ

Advertisment
ନିର୍ଦ୍ଦେଶକଙ୍କ ଶଯ୍ୟାସଙ୍ଗିନୀ ହେବାକୁ ମନା କରିବାରୁ ଅନେକ ବଡ଼ ବଡ଼ ପ୍ରୋଜେକ୍ଟ ମୋ ହାତରୁ ଚାଲି ଯାଇଛି: ନରଗିସ୍ ଫକରୀ

Glamsham

ମୁମ୍ବାଇ: ଫିଲ୍ମ ‘ରକଷ୍ଟାର’ ଜରିଆରେ ବଲିଉଡରେ ପ୍ରବେଶ କରିବା ସହ ଚର୍ଚ୍ଚିତ ହୋଇଥିଲେ ଅଭିନେତ୍ରୀ ନରଗିସ୍ ଫକରୀ। ଏବେ ତାଙ୍କୁ କୌଣସି ଫିଲ୍ମରେ ଦର୍ଶକ ଦେଖିବାକୁ ପାଉ ନଥିବା ବେଳେ ଏହା ପଛରେ ଥିବା ସତ ସମସ୍ତଙ୍କ ସାମ୍ନାକୁ ଆଣିଛନ୍ତି ଅଭିନେତ୍ରୀ ନରଗିସ୍। ଜଣେ ଆଡଲ୍ଟ ଷ୍ଟାରଙ୍କୁ ସାକ୍ଷାତକାର ଦେଇ ସେ ନିଜ ବଲିଉଡ ଯାତ୍ରା ବିଷୟରେ ବିସ୍ତାର ଭାବରେ ଜଣାଇଛନ୍ତି। ବଲିଉଡର ବଡ଼ ବଡ଼ ନିର୍ମାତା ଓ ନିର୍ଦ୍ଦେଶକ ତାଙ୍କୁ କିଭଳି କାମ ଦେବା ବଦଳରେ ରାତି ବିତାଇବା ପାଇଁ କହୁଥିଲେ ଓ ସ୍ବୀକାର ନ କରିବାରୁ ତାଙ୍କ ହାତରୁ ଯେଉଁଭଳି ଭାବରେ ବଡ଼ ବଡ଼ ପ୍ରୋଜେକ୍ଟ ଚାଲି ଯାଇଥିଲା, ସେ ବିଷୟରେ ଜଣାଇଛନ୍ତି ନରଗିସ୍।

Related image indiatoday.in

ସୂଚନା ମୁତାବକ, ଆଡଲ୍ଟ ଷ୍ଟାର ବ୍ରିଟେନିଙ୍କୁ ସାକ୍ଷାତକାର ଦେଇ ନିଜର ବଲିଉଡ ଯାତ୍ରା ବିଷୟରେ ଆଲୋଚନା କରିଥିଲେ ନରଗିସ୍। ତାଙ୍କ କହିବା ମୁତାବକ, ମୁଁ ଫିଲ୍ମ କେବଳ ସମୟ ବିତାଇବା ପାଇଁ କରୁଥିଲି। ଏଥିରୁ ମୋତେ ଟଙ୍କା ମିଳୁଥିଲା ସତ, କିନ୍ତୁ ଟଙ୍କା ପାଇଁ କେବେ ହେଲେ ମୁଁ ମୋର ସୀମା ଅତିକ୍ରମ କରିନି। ବଡ଼ ନାଁ କରିବା ଓ ଲୋକପ୍ରିୟତା ପାଇଁ ମୁଁ କେବେ ‌ହେଲେ ବି ନଗ୍ନ ଫଟୋସୁଟ୍ କରାଇ ନାହିଁ କି କୌଣସି ନିର୍ଦ୍ଦେଶକଙ୍କ ଶଯ୍ୟାସଙ୍ଗିନୀ ହୋଇ ନାହିଁ। ଯାହା ପାଇଁ ଅନେକ ବଡ଼ ବଡ଼ ଫିଲ୍ମ ମୋ ହାତରୁ ଚାଲି ଯାଇଛି। ନରଗିସଙ୍କ ଏଭଳି ଖୁଲାସା ଏବେ ଇଣ୍ଡଷ୍ଟ୍ରି‌ରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe