ଅକ୍ଷୟଙ୍କ ସହ ନିର୍ବନ୍ଧ ସମୟ ମନେ ନାହିଁ!

ଅକ୍ଷୟଙ୍କ ସହ ନିର୍ବନ୍ଧ ସମୟ ମନେ ନାହିଁ!

ଅନେକ ଦଶନ୍ଧି ଧରି ବଲିଉଡ୍‌ର ଅଗ୍ରଣୀ ନାୟିକା ରୂପେ ଦର୍ଶକଙ୍କ ମନୋରଂଜନ କରିଥିବା ଅଭିନେତ୍ରୀ ରବୀନା ଟଣ୍ଡନଙ୍କୁ ନିକଟରେ ପଦ୍ମଶ୍ରୀ ସମ୍ମାନ ମିଳିଛି। ଏହି ଅବସରରେ ସେ ଏକ ସାକ୍ଷାତକାର ଦେଇ ନିଜ ଜୀବନର ବିଭିନ୍ନ ଦିଗ ବିଷୟରେ ଆଲୋଚନା କରିଛନ୍ତି। ଏକଦା ସେ ଅଭିନେତା ଅକ୍ଷୟ କୁମାରଙ୍କୁ ନିଜ ଜୀବନସାଥୀ ରୂପେ ବାଛି ବିବାହ ଲାଗି ମନସ୍ଥ କରିଥିଲେ। ଏପରିକି ସେମାନଙ୍କର ନିର୍ବନ୍ଧ ମଧ୍ୟ ସରିଥିଲା। କିନ୍ତୁ କୌଣସି କାରଣରୁ ସେମାନେ ନିର୍ବନ୍ଧ ଭାଙ୍ଗିଦେଇ ପରବର୍ତ୍ତୀ ସମୟରେ ଭିନ୍ନ ଭିନ୍ନ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ସେମାନେ ଦୁହେଁ ସିନା ପରସ୍ପରଙ୍କୁ ଭୁଲି ନିଜ ଜୀବନରେ ଆଗକୁ ବଢ଼ିଯାଇଛନ୍ତି, ହେଲେ ଲୋକଙ୍କର ଜିଜ୍ଞାସା ତାଙ୍କର ଅସଫଳ ନିର୍ବନ୍ଧର କାହାଣୀକୁ ଆଜି ପର୍ଯ୍ୟନ୍ତ ଜୀବିତ ରଖିଛି। ସେହି କାରଣରୁ ଆଜି ବି ଗୁଗଲ୍‌ରେ ରବୀନାଙ୍କ ବିଷୟରେ ଖୋଜିଲେ ଅକ୍ଷୟ କୁମାରଙ୍କ ସହିତ ନିର୍ବନ୍ଧ ପ୍ରସଙ୍ଗଟି ଉଭା ହୋଇଯାଏ। କିନ୍ତୁ ଚର୍ଚ୍ଚା ହେଉଥିବା ଭଳି ଉଭୟଙ୍କ ମନରେ ପରସ୍ପରଙ୍କ ପ୍ରତି ଈର୍ଷା ନ ଥିବା କଥା ରବୀନା ସ୍ପଷ୍ଟ କରିଦେଇଛନ୍ତି। ତାଙ୍କ କହିବା କଥା ଅକ୍ଷୟଙ୍କ ଠାରୁ ଅଲଗା ହେବା ପରେ ସେ ଆଉ ଜଣଙ୍କ ସହ ସମ୍ପର୍କ ସ୍ଥାପନ କଲେ, ତେଣୁ ଈର୍ଷା କରିବାର କୌଣସି କାରଣ ନାହିଁ।

୧୯୯୪ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ମୋହରା’ରେ ରବୀନା-ଅକ୍ଷୟଙ୍କ ହିଟ୍ ଯୋଡ଼ି ସେତେବେଳେ ଖୁବ୍ ଚର୍ଚ୍ଚିତ ହୋଇଥିଲା। ଏହା ପର ବର୍ଷ ସେମାନଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହେଲା ଏବଂ ୯୦ ଦଶନ୍ଧିର ଶେଷ ଆଡ଼କୁ ସେମାନଙ୍କର ନିର୍ବନ୍ଧ ହୋଇଥିଲା। ରବୀନା କହିଛନ୍ତି ଯେ ନିର୍ଦ୍ଦିଷ୍ଟ ଭାବେ କେବେ ତାଙ୍କର ନିର୍ବନ୍ଧ ହୋଇଥିଲା ତାହା ସେ ଭୁଲି ସାରିଛନ୍ତି। କଲେଜର ଝିଅମାନେ ସପ୍ତାହକୁ ବଏଫ୍ରେଣ୍ଡ ବଦଳାଉଥିବା ବେଳେ ତାଙ୍କର ଗୋଟିଏ ଅସଫଳ ନିର୍ବନ୍ଧ କାହିଁକି ଏତେ ବର୍ଷ ହେଲା ତାଙ୍କ ପିଛା ଛାଡୁ ନାହିଁ ତାହା ସେ ବୁଝି ପାରୁନାହାନ୍ତି ବୋଲି ପ୍ରକାଶ କରିଛନ୍ତି। ରବୀନାଙ୍କ ଠାରୁ ଅଲଗା ହେବା ପରେ ଅକ୍ଷୟ ଟ୍ବିଙ୍କଲ୍ ଖନ୍ନାଙ୍କୁ ୨୦୦୧ରେ ବିବାହ କରିଥିଲେ। ସେହିପରି ରବୀନା ମଧ୍ୟ ପରେ ପରେ ଅନିଲ ଥଡ଼ାନୀଙ୍କୁ ବିବାହ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe