୨୦୦ କୋଟି ଟଙ୍କା ଠକେଇ ମାମଲା: ନୋରାଙ୍କୁ ବିଏମଡବ୍ଲୁ କାର ଉପହାରରେ ଦେଇଥିବା ସ୍ବୀକାର କଲେ ସୁକେଶ

୨୦୦ କୋଟି ଟଙ୍କା ଠକେଇ ମାମଲା: ନୋରାଙ୍କୁ ବିଏମଡବ୍ଲୁ କାର ଉପହାରରେ ଦେଇଥିବା ସ୍ବୀକାର କଲେ ସୁକେଶ

ମୁମ୍ବାଇ: ଅଡୁଆରେ ବଲିଉଡ ଅଭିନେତ୍ରୀ ନୋରା ଫତେହୀ। ୨୦୦ କୋଟି ଟଙ୍କା ଅର୍ଥ ହେରଫେର ମାମଲାରେ ତାଙ୍କୁ ନେଇ ଦିନକୁ ଦିନ ଆସୁଥିବା ତଥ୍ୟ ଏବେ ତାଙ୍କ ସମସ୍ୟା ବଢ଼ାଇବାରେ ଲାଗିଛି। ଜାଲି କଳାକାର ସୁକେଶ ଚନ୍ଦ୍ରଶେଖର ଏବଂ ତାଙ୍କ ପତ୍ନୀ ଲୀନା ପଲ୍‌ଙ୍କ ବିରୋଧରେ ଚାଲିଥିବା ଆର୍ଥିକ ଠକେଇ ମାମଲା ସହ ସମ୍ପୃକ୍ତ ଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଟାର୍ଗେଟରେ ଅଭିନେତ୍ରୀ ନୋରା ଫତେହୀ ଥିବା ବେଳେ ଏବେ ସେ ସୁକେଶଙ୍କଠାରୁ ଏକ ବିଏମଡବ୍ଲୁ କାର ଉପହାରରେ ନେଇଥିବା କଥା ସାମ୍ନାକୁ ଆସିଛି।

ଆଜି ଦିଲ୍ଲୀ କୋର୍ଟରେ ଇଡି ତାଙ୍କୁ ହାଜର କରାଇବା ସମୟରେ ଗଣମାଧ୍ୟମ ପକ୍ଷରୁ ସୁକେଶ ଚନ୍ଦ୍ରଶେଖରଙ୍କୁ ପଚରାଯାଇଥିଲା ଯେ, ସେ ନୋରା ଫତେହୀଙ୍କୁ କାର ଉପହାର ଦେଇଛନ୍ତି କି? ଏହାର ଉତ୍ତରରେ ସେ କହିଥିଲେ, ହଁ। ତେବେ ସେ କେଉଁ କାର ନୋରାଙ୍କୁ ଉପହାର ଦେଇଛନ୍ତି ବୋଲି ପଚରାଯିବାରୁ ସୁକେଶ ତାଙ୍କୁ (ନୋରା ଫତେହୀ) କାହିଁକି ପଚାରୁ ନାହାନ୍ତି? ବୋଲି କହିଥିଲେ।

publive-image www.indiatoday.in

ଉ‌ଲ୍ଲେଖଯୋଗ୍ୟ, ସୁକେଶ କରିଥିବା ୨୦୦ କୋଟି ଟଙ୍କା ଅର୍ଥ ହେରଫେର ମାମଲାରେ ନୋରାଙ୍କ ସମ୍ପୃକ୍ତି ନେଇ ଖବର ଆସିବା ପରେ ନୋରାଙ୍କ କିଛି ଦିନ ତଳର ଫଟୋ ଭାଇରାଲ ହୋଇଥିଲା। ଫଟୋରେ ସେ ଏକ ବିଏମଡବ୍ଲୁ କାର ଆଗରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। କାରଟି ସୁକେଶ ଉପହାରରେ ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଆଜି ଏହା ସତ ବୋଲି କହିଛନ୍ତି ସୁକେଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe