ତୃତୀୟ ଦିନରେ ସୋନୁ ସୁଦ୍‌ଙ୍କ ମୁମ୍ବାଇ, ନାଗପୁର ଏବଂ ଜୟପୁର ଘର ତଲାସ କଲେ ଆୟକର ଅଧିକାରୀ

Advertisment
ତୃତୀୟ ଦିନରେ ସୋନୁ ସୁଦ୍‌ଙ୍କ ମୁମ୍ବାଇ, ନାଗପୁର ଏବଂ ଜୟପୁର ଘର ତଲାସ କଲେ ଆୟକର ଅଧିକାରୀ

ମୁମ୍ବାଇ: ଆଜି ତୃତୀୟ ଦିନରେ ମଧ୍ୟ ଆୟକର ବିଭାଗ ଅଭିନେତା ସୋନୁ ସୁଦ୍‌ଙ୍କ ମୁମ୍ବାଇ ବାସଭବନ ସମେତ ମହାରାଷ୍ଟ୍ରର ନାଗପୁର ଏବଂ ରାଜସ୍ଥାନର ଜୟପୁରରେ ଥିବା ଘରେ ତଲାସ ଅଭିଯାନ ଚଳାଇଛି।

ଅଭିନେତା ସୁଦ୍‌ଙ୍କ ସମ୍ପୃକ୍ତି ଥିବା ମୁମ୍ବାଇର ୬ଟି ସ୍ଥାନରେ ସେପ୍ଟେମ୍ବର ୧୫ ତାରିଖ ଦିନ ପ୍ରଥମେ ଆୟକର ଅଧିକାରୀମାନେ ତଲାସ ଅଭିଯାନ ଚଳାଇଥିଲେ। ସେପ୍ଟେମ୍ବର ୧୬ ତାରିଖ ଦିନ ମଧ୍ୟ ସେମାନେ ପୁଣି ଥରେ ତାଙ୍କ ବାସଭବନକୁ ଯାଇଥିଲେ। ଆଜି ସେପ୍ଟେମ୍ବର ୧୭ ତାରିଖ ଅର୍ଥାତ୍ ତୃତୀୟ ଦିନ ମଧ୍ୟ ଆୟକର ଅଧିକାରୀମାନେ ସୁଦ୍‌ଙ୍କ ଘରେ ତଲାସ ଚଳାଇଛନ୍ତି।

ଆୟକର ଅଧିକାରୀମାନେ ସୁଦ୍‌ଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌, ଆୟର ଉତ୍ସ, ଖର୍ଚ୍ଚ, ଅନ୍ୟାନ୍ୟ ଆର୍ଥିକ ରେକର୍ଡ ସବୁ ତନ୍ନ ତନ୍ନ କରି ଯାଞ୍ଚ କରିବା ସହ ତାଙ୍କ ସହ ସମ୍ପୃକ୍ତ ଥିବା ଅନ୍ୟାନ୍ୟ ପ୍ରତିଷ୍ଠାନଗୁଡ଼ିକ ଉପରେ ନଜର ରଖିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।

publive-image Image Courtesy of The Indian Express

ଦ୍ବିତୀୟ ଦିନ ଆୟକର ବିଭାଗ ସୋନୁ ସୁଦ୍‌ଙ୍କ ଘର ତଲାସ ଆରମ୍ଭ କରିବା ମାତ୍ରେ ତାଙ୍କ ପ୍ରଶଂସକମାନେ ଟୁଇଟର୍‌ରେ #ଆଇଷ୍ଟାଣ୍ଡ୍‌ୱିଥ୍‌ସୋନୁସୁଦ୍‌’ରେ ଟ୍ରେଣ୍ଡିଙ୍ଗ୍‌ କରି ସମର୍ଥନ ପ୍ରଦର୍ଶନ କରିଥିଲେ।

ଗତବର୍ଷ ମହାମାରୀ ଲକ୍‌ଡାଉନ୍‌ ସମୟରେ ତାଙ୍କର ଲୋକୋପକାର ଲାଗି ‘ପ୍ରବାସୀଙ୍କ ତ୍ରାଣକର୍ତ୍ତା’ ଭାବେ ପ୍ରଶଂସିତ ୪୮ ବର୍ଷିୟ ଅଭିନେତାଙ୍କୁ ଜାଣିଶୁଣି ହଇରାଣ କରାଯାଉଛି ବୋଲି ବିରୋଧୀ ରାଜନେତାମାନେ କହିଛନ୍ତି। ସେ ସମୟରେ ଅସଂଖ୍ୟ ଲୋକ କର୍ମସଂସ୍ଥାନ ଓ ବାସସ୍ଥାନ ହରାଇ ଜନ୍ମମାଟି ଠାରୁ ଦୂରରେ ଅଟକି ରହିଥିଲେ। ସେମାନଙ୍କ ମଧ୍ୟରୁ ଅନେକଙ୍କ ଘରବାହୁଡ଼ା ଲାଗି ସୋନୁ ବସ୍, ଟ୍ରେନ୍‌ ଏବଂ ଉଡ଼ାଜାହାଜ ବ୍ୟବସ୍ଥା କରିଥିଲେ। ଏବର୍ଷ ପ୍ରାରମ୍ଭରେ ଦେଶରେ ମହାମାରୀର ଦ୍ବିତୀୟ ଲହର ସମୟରେ ସେ କୋଭିଡ୍‌ ଆକ୍ରାନ୍ତ ରୋଗୀଙ୍କ ପାଇଁ ଅମ୍ଳଜାନ ବ୍ୟବସ୍ଥା ମଧ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe