ମୁମ୍ବାଇ: ଏନ୍ସିବି ସମ୍ମୁଖରେ ବଲିଉଡ୍ର ବିବାଦିତା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ସ୍ବୀକାର କରିଛନ୍ତି ଯେ ସେ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ସହ ମିଶି ସିଗାରେଟରେ ଗଞ୍ଜେଇ ପୂରାଇ ଟାଣୁଥିଲେ। ୨୦୦୬ ମସିହାରୁ ତାଙ୍କର ଡ୍ରଗ୍ସ ନେବା ଅଭ୍ୟାସ ଅଛି। ଦିବଂଗତ ଅଭିନେତା ସୁଶାନ୍ତ ଓ ସେ ଉଭୟ ଏହି ନିଶା ଗ୍ରହଣ କରୁଥିଲେ ବୋଲି ଏନ୍ସିବି ଆଗରେ ମାନିଛନ୍ତି ରିୟା।
Pinterestରିୟାଙ୍କ ପୁରୁଣା ମୋବାଇଲ୍ ଫୋନ୍, ଲାପଟପ୍ ଏବଂ ଟାବଲେଟର ଫୋରେନସିକ୍ ତଦନ୍ତ ପରେ ଏନ୍ସିବିକୁୁ ଗୁଡ଼ାଏ ତଥ୍ୟ ମିଳିଛି। ରିୟାଙ୍କ ଘରୁ ଉଦ୍ଧାର ହୋଇଥିବା ଇଲେକ୍ଟ୍ରୋନିକ୍ ଉପକରଣରୁ ବହୁ ଗୁରୁତ୍ବପୂୂର୍ଣ୍ଣ ତଥ୍ୟ ମିଳିବା ପରେ ତଦନ୍ତ ପୂର୍ବାପେକ୍ଷା ବେଶ୍ ସହଜ ହୋଇପଡ଼ିଛି।
Times of Indiaରିୟାଙ୍କ ଇଲେକ୍ଟ୍ରୋନିକ୍ସ ଉପକରଣରୁ ମିଳିଥିବା ତଥ୍ୟରୁ ଜାଣିବାକୁ ମିଳିଥିଲା ଯେ ରିୟା ୨୦୧୭, ୨୦୧୮ ଓ ୨୦୧୯ ମସିହାରେ ଡ୍ରଗ୍ସ କାରବାରରେ ବେଶ୍ ସକ୍ରିୟ ଥିଲେ। ତଦନ୍ତକାରୀ ସଂସ୍ଥା ରିୟାଙ୍କ ଘରୁ ଉଦ୍ଧାର ହୋଇଥିବା ଇଲେକ୍ଟ୍ରୋନିକ୍ ଉପକରଣରେ ଡ୍ରଗ୍ ସର୍କଲ ସହିତ ଜଡିତ ଅନେକ ଫଟୋଗ୍ରାଫ୍, ଭିଡିଓ, ହ୍ବାଟ୍ସଆପ ଚାଟ୍ ଏବଂ ଏସ୍ଏମ୍ଏସ୍ ଉଦ୍ଧାର କରିଥିଲା। ଏନ୍ସିବି ରିୟାଙ୍କର ଡ୍ରଗ୍ସ କାରବାର ମାମଲାର ତଦନ୍ତ କରିବା ବେଳେ ବଲିଉଡ୍ର ବହୁ ଖ୍ୟାତ୍ୟାନାମା ବ୍ୟକ୍ତି ମଧ୍ୟ ଏହି ମାମଲାରେ ସାମ୍ନାକୁ ଆସିଛନ୍ତି। ବଲିଉଡର ଅନେକ ପ୍ରସିଦ୍ଧ ତାରକା ବର୍ତ୍ତମାନ ଏନସିବି ସ୍କାନରରେ ଅଛନ୍ତି ଏବଂ ଦେଖିବାକୁ ବାକି ରହିଲା ଯେ ଏନସିବି ସେମାନଙ୍କୁ ପ୍ରଶ୍ନ କରିବ କି ନାହିଁ।
Follow Us