ମୁଁ ବାହା ହୋଇସାରିଲା ପରେ ଭଲପାଇବି

Advertisment

ଆଗରୁ କିଛି ଧାରାବାହିକରେ ଚରିତ୍ର ଅଭିନୟ କରିବା ପରେ ଏବେ ସିଦ୍ଧାର୍ଥରେ ପ୍ରସାରିତ ମେଗା ଧାରାବାହିକ ‘ସିନ୍ଦୂର ଖେଳ’ରେ ସେ ମୁଖ୍ୟ ଭୂମିକାରେ ନଜରକୁ ଆସୁଛନ୍ତି। ତାଙ୍କ ଦମ୍‌ଦାର୍‌ ଅଭିନୟ ଦର୍ଶକଙ୍କ ମନ ମୋହୁଛି।

ଆଗରୁ କିଛି ଧାରାବାହିକରେ ଚରିତ୍ର ଅଭିନୟ କରିବା ପରେ ଏବେ ସିଦ୍ଧାର୍ଥରେ ପ୍ରସାରିତ ମେଗା ଧାରାବାହିକ ‘ସିନ୍ଦୂର ଖେଳ’ରେ ସେ ମୁଖ୍ୟ ଭୂମିକାରେ ନଜରକୁ ଆସୁଛନ୍ତି। ତାଙ୍କ ଦମ୍‌ଦାର୍‌ ଅଭିନୟ ଦର୍ଶକଙ୍କ ମନ ମୋହୁଛି।

sfsfsxcxcx

ଆଗରୁ କିଛି ଧାରାବାହିକରେ ଚରିତ୍ର ଅଭିନୟ କରିବା ପରେ ଏବେ ସିଦ୍ଧାର୍ଥରେ ପ୍ରସାରିତ ମେଗା ଧାରାବାହିକ ‘ସିନ୍ଦୂର ଖେଳ’ରେ ସେ ମୁଖ୍ୟ ଭୂମିକାରେ ନଜରକୁ ଆସୁଛନ୍ତି। ତାଙ୍କ ଦମ୍‌ଦାର୍‌ ଅଭିନୟ ଦର୍ଶକଙ୍କ ମନ ମୋହୁଛି। ଆଗକୁ ସିନେମାରେ ନାୟକ ବନିବାର ସ୍ବପ୍ନ ଦେଖୁଥିବା ଉଦୟମାନ ଅଭିନେତା ଆର୍‌ କେ ରୋଶନ୍‌ଙ୍କ ସହ ଅଳ୍ପ-ଆଳାପ।

ବନ୍ଦନା ମିଶ୍ର୍ର

ଆପଣଙ୍କ ଅଭିନୟ ନିଖୁଣ। ହେଲେ ଅଭିନୟକୁ ବାଦ୍‌ ଦେଲେ ଆପଣ ଆଉ କ’ଣ ଭଲ କରିପାରନ୍ତି?
ମୋତେ କ୍ରିକେଟ୍‌ ଖେଳିବାକୁ ବହୁତ ଭଲଲାଗେ। ବାସ୍ତବରେ ଆମ ଓଡ଼ିଶାରେ କ୍ରିକେଟ୍‌ରେ କ୍ୟାରିୟର୍‌ ଗଢ଼ିବା ପାଇଁ ବିଶେଷ ଭଲ ସୁଯୋଗ ମୁଁ ଖୋଜି ପାଇଲିନାହିଁ। ସୁଯୋଗ ମିଳିଥିଲେ ମୁଁ କ୍ରିକେଟ୍‌ର୍‌ ହେବାକୁ ପସନ୍ଦ କରିଥାନ୍ତି। ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ବିରାଟ କୋହଲି ମୋର ପ୍ରିୟ କ୍ରିକେଟର୍‌।

ଆପଣ ଜଣେ ପୁଲିସ ବାପାଙ୍କ ପୁଅ। ଅଭିନୟ କରିବା ପାଇଁ ପୂର୍ବରୁ ସ୍ଥିର କରିଥିଲେ ନା ହଉ ହଉ ଅଭିନେତା ହୋଇଗଲେ?
ଗୋଟିଏ ଅପମାନ ମୋତେ ଅଭିନେତ‌ା ବନାଇଦେଲା। ସତ କହିବାକୁ ଗଲେ ବାବା ଚାହୁଥିଲେ ମୁଁ ପୁଲିସ ହୁଏ। ମୋ ଘର କଟକରେ ଓ ମୁଁ ନିଜକୁ ଫିଟ୍‌ ରଖିବା ପାଇଁ ଅନ୍ନପୂର୍ଣ୍ଣା ଥିଏଟର୍‌କୁ ଆରୋବିକ୍ସ ଶିଖିବାକୁ ଯାଏ। ଥରେ ସେଠି ଏକ ଘରୋଇ ଚାନେଲ୍‌ର ଗୋଟେ ଆୱାର୍ଡ ସୋ’ ହେଉଥିଲା। ସେ କାର୍ଯ୍ୟକ୍ରମ ପାଇଁ  ୭ଜଣ ଅଭିନେତା ଦରକାର ପଡୁଥିଲେ। ମାତ୍ର ୬ଜଣ ଉପସ୍ଥିତ ଥିବାରୁ କାଷ୍ଟିଂ ହେଡ୍‌ ଥିଏଟର୍‌ ହେଡ୍‌ଙ୍କ ସହ କଥାହୋଇ ସେଇ ଚରିତ୍ରଟି ମତେ ଦେବାକୁ ଚିନ୍ତାକଲେ। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ସେଇ ଅଭିନେତା ଆସି ପହଞ୍ଚିବାରୁ ମୋତେ ସୁଯୋଗ ମିଳିଲାନାହିଁ। ସେଇ ବିଫଳତା ମୋତେ ଭାରି ବାଧିଲା। ସେଇ ଦିନଠୁ ମୋ ଭିତରେ ଅଭିନେତା ହେବାର ଜିଦ୍‌ ଆସିଲା। ମୁଁ ତା’ପରେ ଅନ୍ନପୂର୍ଣ୍ଣା ଥିଏଟର୍‌ରେ ଗୋଟାଏ ବର୍ଷ ନୃତ୍ୟ ଓ ଅଭିନୟ ଶିଖି ନିଜକୁ ପ୍ରସ୍ତୁତ କଲି।
ଧାରାବାହିକ ବ୍ୟତୀତ କେତେକ ମ୍ୟୁଜିକ୍‌ ଭିଡିଓରେ ବି ଆପଣ ନଜର ଆସିଛନ୍ତି। ଆଉ କେଉଁ କାମ କରିବାର ଆଶା ଆପଣଙ୍କ ଭିତରେ ରହିଛି?
ସିନେମାରେ ଅଭିନୟ କରିବା ଇଚ୍ଛା ଅଛି। ଯେହେତୁ ଧାରାବାହିକରେ ଆମେ ଚୁକ୍ତିବଦ୍ଧ ରହୁ ତେଣୁ ଆମକୁ ଭିନ୍ନ ଆଡ଼େ କାମ କରିବାର ସୁଯୋଗ ମିଳେନାହିଁ। ଯଦି ମୁଁ ସରିୟଲ୍‌ ଛାଡ଼ିଲି କେବେ ତ ସିନେମା ପାଇଁ ଚେଷ୍ଟା କରିବି।

ଭଲପାଇ ବାହାହେବା ଓ ବାହାହୋଇ ସାରି ଭଲପାଇବା ଭିତରୁ ଆପଣ କେଉଁଟିକୁ ବାଛିବେ?
ମୁଁ ବାହା ହୋଇସାରି ଭଲପାଇବାକୁ ଅଗ୍ରାଧିକାର ଦେବି। ଯେହେତୁ ମୋ ବାପାମାଆଙ୍କର ମୁଁ ଗୋଟାଏ ପୁଅ ତ ସେମାନଙ୍କ ଇଚ୍ଛାରେ ହିଁ ମୁଁ ବିବାହ କରିବି। ଯାହାଙ୍କୁ ବିବାହ କରିବି ତାଙ୍କୁ ହିଁ ଭଲପାଇବି।

‘ସିନ୍ଦୂର ଖେଳ’ ଧାରାବାହିକରେ ଯିଏ ଆପଣଙ୍କ ବିପକ୍ଷରେ ଆଦ୍ୟା ଭୂମିକା ନିଭାଉଛନ୍ତି; ଯଦି ବାସ୍ତବରେ ଆପଣଙ୍କୁ ସେପରି ଚରିତ୍ରର ପତ୍ନୀ ମିଳନ୍ତି ଆପଣ ଗ୍ରହଣ କରିବେ?
ଖୁସିରେ ଗ୍ରହଣ କରିବି। ଆଦ୍ୟା ଚରିତ୍ରରେ ଥିବା ସ୍ନେହ, ଦାୟିତ୍ବବୋଧ ଓ ପରିବାରକୁ ଯୋଡ଼ି ରଖିବାର କଳା ମୁଁ ମୋ ପତ୍ନୀଙ୍କ ଭିତରେ ରହୁ ବୋଲି ଚାହିବି। ବାକି ଧାରାବାହିକରେ ଯିଏ ମୋ ପତ୍ନୀ ହୋଇଛନ୍ତି ସେ ଚାକିରି କରନ୍ତିନାହିଁ। ହେଲେ ବାସ୍ତବ ଜୀବନରେ ଯିଏ ମୋ ପତ୍ନୀ ହେବେ; ସେ ଚାକିରି କରିଥିଲେ ବି ମୋର କୌଣସି ଆପତ୍ତି ରହିବନି।

ଆପଣକୁ ବୁଲିବାକୁ କେତେ ଭଲଲାଗେ? କେଉଁ ଜାଗା ସବୁ ବୁଲିଛନ୍ତି?
ମୋତେ ମୋ ସାଙ୍ଗମାନଙ୍କ ସହ ପୂଜା ବୁଲିବାକୁ ବହୁତ ଭଲଲାଗେ। କଟକ ଦୁର୍ଗାପୂଜା, ଢେଙ୍କାନାଳ ଲକ୍ଷ୍ମୀପୂଜା, ଭଦ୍ରକ କାଳୀପୂଜା, ପାରାଦୀପ ବିଶ୍ବକର୍ମା ପୂଜା, କେନ୍ଦ୍ରାପଡ଼ା ଗଜଲକ୍ଷ୍ମୀ ପୂଜା ଆଦି ଆମେ କେଉଁଟିକୁ ବି ଛାଡୁନା। ତାକୁ ବାଦ୍‌ ଦେଲେ ମୋତେ ବୃନ୍ଦାବନ ଯିବାକୁ ଭଲ ଲାଗେ। ମୋ ବାପାମାଆ ଟିକେ ଧାର୍ମିକ ସ୍ବଭାବର। ସେମାନଙ୍କ ସହ ମୁଁ ଅନେକ ଥର ବୃନ୍ଦାବନ ଯାଇଛି। ତେବେ ଭବିଷ୍ୟତରେ ମାଳଦ୍ବୀପ ଯିବାର ଇଚ୍ଛା ଅଛି।

ଆପଣ ଭାଗ୍ୟରେ ବିଶ୍ବାସ କରନ୍ତି ନା କର୍ମରେ?
ବେଶୀ କର୍ମରେ। ମାତ୍ର ଏକଥା ବି ବିଶ୍ବାସ କରେ ଯେ ଆଶୀର୍ବାଦ ବିନା କେବଳ କର୍ମ ଫଳ ଦେଇପାରେନି। ତେଣୁ କର୍ମ ସହ ଈଶ୍ବର, ବାପାମାଆ ଓ ଗୁରୁଜନମାନଙ୍କ ଆଶୀର୍ବାଦ ବି ଜରୁରି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe