ଅଭିନୟରେ ଡେବ୍ୟୁ କରିବେ ଇବ୍ରାହିମ୍, ସାମ୍ନାକୁ ଆସିଲା ଫିଲ୍ମର ପୋଷ୍ଟର

ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନ ଏବଂ ଅଭିନେତ୍ରୀ ଅମ୍ରିତା ସିଂହଙ୍କ ପୁଅ ଇବ୍ରାହିମ୍ ଅଲୀ ଖାନ ଏବେ ଅଭିନୟରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଇବ୍ରାହିମଙ୍କୁ ଆଉ କେହି ନୁହେଁ ବରଂ ଜଣାଶୁଣା ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ଲଞ୍ଚ କରିବାକୁ ଯାଉଛନ୍ତି।

tibrahh

ମୁମ୍ବାଇ: ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନ ଏବଂ ଅଭିନେତ୍ରୀ ଅମ୍ରିତା ସିଂହଙ୍କ ପୁଅ ଇବ୍ରାହିମ୍ ଅଲୀ ଖାନ ଏବେ ଅଭିନୟରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଇବ୍ରାହିମଙ୍କୁ ଆଉ କେହି ନୁହେଁ ବରଂ ଜଣାଶୁଣା ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ଲଞ୍ଚ କରିବାକୁ ଯାଉଛନ୍ତି। ଇବ୍ରାହିମ୍ ଖୁବଶୀଘ୍ର ନାଦାନିଆଁ ଫିଲ୍ମ ଜରିଆରେ ଡେବ୍ୟୁ କରିବେ। ଏହି ରୋମାଣ୍ଟିକ ଫିଲ୍ମରେ ଖୁସି ଇବ୍ରାହିମ ଏବଂ ଖୁସି କପୁରଙ୍କ ଯୋଡ଼ି ଦେଖିବାକୁ ମିଳିବ। ଫିଲ୍ମରେ ସୁନୀଲ ସେଟ୍ଟୀ, ଦିୟା ମିର୍ଜା, ଜୁଗଲ ହଂସରାଜ ଏବଂ ମହିମା ଚୌଧୁରୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

କରଣ ଜୋହର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ପ୍ରଥମ ପୋଷ୍ଟର ପୋଷ୍ଟ କରିଛନ୍ତି। ପୋଷ୍ଟରରେ ଇବ୍ରାହିମ ଏବଂ ଖୁସିଙ୍କ ଚମତ୍କାର କେମେଷ୍ଟ୍ରି ଦୃଶ୍ୟମାନ ହେଉଛି। ଏହି ପୋଷ୍ଟରକୁ ସେୟାର କରି କରଣ କ୍ୟାପସନରେ ଲେଖିଛନ୍ତି, "ପ୍ରତ୍ୟେକ ପ୍ରେମ କାହାଣୀରେ ଟିକେ ପିଲାଳିଆମି ଥାଏ।" ଫିଲ୍ମଟି ବକ୍ସ ଅଫିସରେ ନୁହେଁ ବରଂ ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ୍ ହେବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe