୨ ଆତଙ୍କବାଦୀଙ୍କ ନାମ ଭୋଲା-ଶଙ୍କର ଥିଲା: କାନ୍ଦାହାର ହାଇଜାକ୍ ପୀଡ଼ିତ

କିଛି ଦିନ ତଳେ ନେଟଫ୍ଲିକ୍ସରେ ରିଲିଜ୍ ହୋଇଥିବା ଫିଲ୍ମ ଆଇସି ୮୧୪: କାନ୍ଦାହାର ହାଇଜାକରେ ଆତଙ୍କବାଦୀଙ୍କ ଧର୍ମକୁ ନେଇ ଲୋକେ ଏହାକୁ ବ୍ୟାନ୍ କରିବାକୁ ଦାବି କରିଥିଲେ। ହେଲେ ଏବେ କାନ୍ଦାହାର ହାଇଜାକ୍ ପୀଡ଼ିତ ପ୍ରକୃତ ସତ ଜଣାଇଛନ୍ତି।

kandahar hi

ମୁମ୍ବାଇ: ୧୯୯୯ରେ ହୋଇଥିବା କାନ୍ଦାହାର ହାଇଜାକ୍ ଘଟଣାକୁ ନେଇ ନିର୍ମାଣ ହୋଇଛି ୱେବ୍ ସିରିଜ୍। ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶନାରେ ୱେବ୍ ସିରିଜ୍ ନିର୍ମାଣ ହୋଇଥିବା ବେଳେ ଏବେ ଏହି ୱେବ୍ ସିରିଜକୁ ନେଇ ବିବାଦ ଆରମ୍ଭ ହୋଇଛି। ୱେବ୍ ସିରିଜରେ ଆତଙ୍କବାଦୀଙ୍କ ଧର୍ମକୁ ନେଇ ଲୋକେ ଏହାକୁ ନେଟଫ୍ଲିକ୍ସରୁ ହଟାଇବାକୁ ଦାବି କରିଛନ୍ତି। ୱେବ୍ ସିରିଜରେ ଆତଙ୍କବାଦୀଙ୍କ ଅଣ-ମୁସଲିମ ନାମ ପାଇଁ ରବିବାର ସୋସିଆଲ ମିଡିଆରେ ୱେବ୍ ସିରିଜକୁ ବ୍ୟାନ୍ କରିବାକୁ ଦାବି କରାଯାଇଥିଲା। 

ୱେବ୍ ସିରିଜରେ ଆତଙ୍କବାଦୀଙ୍କ ନାମ ଭୋଲା- ଶଙ୍କର ରଖାଯାଇଥିବା ନେଇ ବିରୋଧ କରାଯାଉଥିବା ବେଳେ ୱେବ୍ ସିରିଜ ନିର୍ମାତା ଭୁଲ ତଥ୍ୟ ଦେଇଥିବା ନେଇ ଦାବି କରାଯାଇଥିଲା। ହେଲେ ଏବେ କାନ୍ଦାହାର ହାଇଜାକର ପୀଡ଼ିତ ରାକେଶ କଟାରିଆ ୱେବ୍ ସିରିଜରେ ଯାହା ଦେଖାଯାଇଛି ସବୁ ସତ ଦେଖାଯାଇଛି ବୋଲି କହିଛନ୍ତି। ଆତଙ୍କବାଦୀଙ୍କ ନାମ ଭୋଲା- ଶଙ୍କର ଥିବା ନେଇ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, "ମୁଁ ଓ ମୋ ପତ୍ନୀ ପୂଜା ନୂଆ ନୂଆ ବିବାହ କରିଥାଉ। ଆମେ ହନିମୁନ ଯାଇଥିବା ବେଳେ ହାଇଜାକ ହୋଇଥିବା ବିମାନରେ ଫେରୁଥିଲୁ। ଆମ ସହ ଯାହା ଘଟିଥିଲା ତାହା ମୁଁ ମନେ ପକାଇବାକୁ ଚାହୁନାହିଁ। ତେଣୁ ମୁଁ ୱେବ୍ ସିରିଜ ଦେଖିବି ନାହିଁ।"

ସେ ଆହୁରି କହିଛନ୍ତି, "ୱେବ୍ ସିରିଜରେ ଆତଙ୍କବାଦୀଙ୍କ ନାମ ଭୋଲା- ଶଙ୍କର ରଖାଯାଇଥିବା ନେଇ ବିବାଦ ହେଉଛି। ‌ଆତଙ୍କବାଦୀ ସବୁ ମୁସଲିମ ଥିଲେ ଯଦି ୱେବ୍ ସିରିଜରେ କାହିଁକି ୨ଜଣକ ନାମ ଭୋଲା- ଶଙ୍କର ରଖାଯାଇଛି ବୋଲି ଲୋକେ କହୁଛନ୍ତି। ହେଲେ ଏହା ପ୍ରକୃତରେ ସତ। ହାଇଜାକ୍ କରିଥିବା ୫ଜଣ ଆତଙ୍କବାଦୀଙ୍କ ମଧ୍ୟ ୨ଜଣଙ୍କ କୋଡନେମ୍ ଭୋଲା-ଶଙ୍କର ଥିଲା। ସେମାନେ ମୁସଲିମ ଥିଲେ ବି ହିନ୍ଦୁ ଧର୍ମ ଅନୁଯାୟୀ ସେମାନଙ୍କ କୋଡନେମ ରଖାଯାଇଥିଲା। "

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe