ଅଭିନେତ୍ରୀ ହେବାକୁ ଚାହୁ ନଥିଲେ ରାଶି

ସାଉଥ୍ ସିନେଶିଳ୍ପର ଜଣେ ଲୋକପ୍ରିୟ ଚେହେରା ରାଶି ଖାନ୍ନା ଆଜି ୩୫ ବର୍ଷ ବୟସରେ ପାଦ ଥାପିଛନ୍ତି। ୨୦୧୪ ମସିହାରେ ବିକ୍ରମ କେ କୁମାରଙ୍କ ତେଲୁଗୁ ସିନେମା ‘ମନମ୍‌’ ଜରିଆରେ ଟଲିଉଡ୍‌ରେ ଡେବ୍ୟୁ କରିଥିଲେ ରାଶି।

saddaa

ସାଉଥ୍ ସିନେଶିଳ୍ପର ଜଣେ ଲୋକପ୍ରିୟ ଚେହେରା ରାଶି ଖାନ୍ନା ଆଜି ୩୫ ବର୍ଷ ବୟସରେ ପାଦ ଥାପିଛନ୍ତି। ୨୦୧୪ ମସିହାରେ ବିକ୍ରମ କେ କୁମାରଙ୍କ ତେଲୁଗୁ ସିନେମା ‘ମନମ୍‌’ ଜରିଆରେ ଟଲିଉଡ୍‌ରେ ଡେବ୍ୟୁ କରିଥିଲେ ରାଶି। ତା’ପରେ ସେ ଆଉ ପଛକୁ ଫେରି ଚାହିଁନାହାନ୍ତି। ରାଶି ଜଣେ ସଫଳ ଅଭିନେତ୍ରୀ ହେବା ସଙ୍ଗେସଙ୍ଗେ ଜଣେ ସୁଗାୟିକା ମଧ୍ୟ। ତାଙ୍କର ନୃତ୍ୟରେ ମଧ୍ୟ ବିଶେଷ ରୁଚି ରହିଛି। ଅନେକ ଗୀତରେ ଚମତ୍କାର ନୃତ୍ୟ ପ୍ରଦର୍ଶନ କରି ନିଜକୁ ଜଣେ ଭଲ ନୃତ୍ୟଶିଳ୍ପୀ ଭାବେ ଦର୍ଶକଙ୍କ ସମ୍ମୁଖରେ ଉପସ୍ଥାପନ କରି ସାରିଛନ୍ତି। ଅଭିନୟ-ନୃତ୍ୟ-ସଂଗୀତ ବିଦ୍ୟାରେ ପାରଙ୍ଗମ ରାଶି ଅନେକ ସିନେମାରେ ଗୀତ ମଧ୍ୟ ଗାଇଛନ୍ତି।

ଏହାଛଡ଼ା ଯେତେବେଳେ ଫିଟ୍‌ନେସ୍‌ କଥା ଉଠେ ତ ରାଶି ଖାନ୍ନାଙ୍କ ନାମ ପ୍ରଥମେ ଆସେ। ସେ ନିଜକୁ ଜଣେ ଖାଦ୍ୟପ୍ରେମୀ ବା ‘ଫୁଡି’ କହିବା ସହ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିରେ ବାରମ୍ବାର ‘ୱାର୍କଆଉଟ୍’ର ଭିଡିଓ ପୋଷ୍ଟ୍ କରିଥାଆନ୍ତି। ଖାଇବା ପ୍ରତି ଅହେତୁକ ଆକର୍ଷଣ ଥାଇ ମଧ୍ୟ ଡାଏଟ୍ ମେଣ୍ଟନ୍ କରି ସେ ନିଜକୁ ଫିଟ୍ ରଖି ପାରିଛନ୍ତି। ତେବେ ତାଙ୍କ ବିଷୟରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ରାଶି ଅଭିନେତ୍ରୀ ହେବାକୁ କେବେ ବି ଚିନ୍ତା କରି ନଥିଲେ। ଆଜି ଜଣେ ସଫଳ ଅଭିନେତ୍ରୀର ପରିଚୟ ପାଇ ସାରିଥିବା ରାଶି ପ୍ରଥମେ କୌଣସି ବିଜ୍ଞାପନ ଏଜେନ୍ସିରେ କପି ରାଇଟର୍ ଭାବେ ବୃତ୍ତିଗତ ଜୀବନ ଆରମ୍ଭ କରିବାକୁ ଚିନ୍ତା କରିଥିଲେ। ସେ କହନ୍ତି, ଭାଗ୍ୟ ତାଙ୍କୁ ଅଭିନୟ କ୍ଷେତ୍ରକୁ ଟାଣି ଆଣିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe