ଦ୍ବିତୀୟ ଥର ମା’ ହେଲେ ଅଭିନେତ୍ରୀ ଇଲିଆନା, ସେୟାର କଲେ ଫଟୋ

Advertisment
t

ମୁମ୍ବାଇ: ଭାରତର ଗ୍ଲାମରସ୍ ଅଭିନେତ୍ରୀ ଇଲିଆନା ଡି'କ୍ରୁଜ୍ ପୁଣି ଥରେ ମା’ ହୋଇଛନ୍ତି। ଇଲିଆନା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଏହି ବଡ଼ ଖବର ସେୟାର କରିଛନ୍ତି ଅଭିନେତ୍ରୀ। ସେ ତାଙ୍କ ପୁଅର ନାମ ସହିତ ତାଙ୍କ ପୁଅର ଏକ ସୁନ୍ଦର ଝଲକ ମଧ୍ୟ ନିଜ ପ୍ରଶଂସକଙ୍କୁ ଦେଖାଇଛନ୍ତି।

ଏହି ପୋଷ୍ଟରେ ଅଭିନେତ୍ରୀ ତାଙ୍କର ଦ୍ୱିତୀୟ ନବଜାତ ପୁଅର ପ୍ରଥମ ଫଟୋ ସେୟାର କରିଛନ୍ତି। ଫଟୋରେ ତାଙ୍କ ପୁଅ ବହୁତ ସୁନ୍ଦର ଦିଶୁଛି। ଏହି ପୋଷ୍ଟରେ ଶିଶୁର ନାମ ମଧ୍ୟ ପ୍ରକାଶ ପାଇଛି। ସେ ତାଙ୍କ ପୁଅର ନାମ 'କିନୁ ରାଫେ ଡୋଲାନ୍' ରଖିଛନ୍ତି। ଏହି ପୋଷ୍ଟର କ୍ୟାପସନରେ ସେ ଲେଖିଛନ୍ତି - 'ଆମର ହୃଦୟ ଖୁସିରେ ଭରିଯାଇଛି।'

ଏହି ପୋଷ୍ଟ ପରେ ଏବେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି। ଅନେକ ସେଲିବ୍ରିଟି ଇଲିଆନାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଏକ ହୃଦୟ ଇମୋଜି ସହିତ ଲେଖିଛନ୍ତି - 'ଶୁଭେଚ୍ଛା ସୁନ୍ଦରୀ!' ଏହି ଫଟୋରେ ଆଥିୟା ସେଟ୍ଟି ମଧ୍ୟ କମେଣ୍ଟ କରିଛନ୍ତି ଏବଂ ଲେଖିଛନ୍ତି - 'ବହୁତ ଶୁଭେଚ୍ଛା ମୋର ଇଲୁ।'

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe