ମୁମ୍ବାଇ: ୨୦୧୨ ମସିହାରେ ଅନୁରାଗ କାଶ୍ୟପଙ୍କ ଚଳଚ୍ଚିତ୍ର ‘ବର୍ଫି’ରେ ରଣବୀର କପୁର ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ସହ ନଜର ଆସି ବେଶ୍ ଲୋକପ୍ରିୟତା ସାଉଁଟିଥିଲେ ସାଉଥ ସୁପରଷ୍ଟାର ଇଲିଆନା ଡି’କ୍ରୁଜ। ଗତ କିଛି ବର୍ଷ ହେବ ସେ ଫିଲ୍ମରୁ ଦୂରେଇ ରହିଥିବା ବେଳେ ଏବେ ସେ ଗର୍ଭବତୀ ଅଛନ୍ତି। ତେବେ ଏହି କଥା ଏଥିପାଇଁ ଅଧିକ ଚର୍ଚ୍ଚା ହେଉଛି କାରଣ ସେ ବିବାହ ନକରି ମଧ୍ୟ ବିନ ଦ୍ବିଧାରେ ନିଜର ଗର୍ଭଧାରଣ କଥା ଘୋଷଣା କରିଛନ୍ତି। ଏପରିକି ନିକଟରେ ସେ ସୋସିଆଲ୍ ମିଡିଆରେ ତାଙ୍କର ବେବି-ବମ୍ପ୍ ଦେଖାଇ କିଛି ଫଟୋ ବି ପୋଷ୍ଟ୍ କରିଥିଲେ। ଗର୍ଭବତୀ ଥିବା ଘୋଷଣା କରିଥିଲେ ବି ତାଙ୍କ ପିଲାର ବାପା କିଏ? ତାହା ଜଣାଇନଥିଲେ ଇଲିଆନା।
ଏପର୍ଯ୍ୟନ୍ତ ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନଥିବା ଇଲିଆନା ନିଜ ଇନଷ୍ଟାରେ ଏବେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଜଣେ ଯୁବକଙ୍କ ସହ ନଜର ଆସୁଛନ୍ତି। ଏକ ଲମ୍ବା କ୍ୟାପସନ ସହିତ ଇଲିଆନା ଏହି ଫଟୋ ସେୟାର କରିଛନ୍ତି। ଫଟୋରେ ଯୁବକଙ୍କ ମୁହଁ ସ୍ପଷ୍ଟ ଭାବେ ଦେଖାଯାଉନଥିଲେ ବି ଯୁବକଜଣକ ଇଲିଆନାଙ୍କୁ କିଭଳି ଭାବେ ସମର୍ଥନ କରିଥିଲେ ତାହା ନିଜ କ୍ୟାପସନରେ ଜଣାଇଛନ୍ତି ଅଭିନେତ୍ରୀ।
ଏହି ପୋଷ୍ଟରେ ଇଲିଆନା ଲେଖିଛନ୍ତି, ମୁଁ ଜୀବନରେ କେବେ ମା’ ହୋଇପାରିବି ବୋଲି ଭାବି ନଥିଲି। ହେଲେ ଏବେ ଗର୍ଭବତୀ ହୋଇ ନିଜକୁ ଭଗ୍ୟବାନ ବୋଲି ମନେ କରୁଛି। ଗର୍ଭବତୀ ହେବାର ଅଭିଜ୍ଞତା ସେୟାର କରିବା ସହ ଫଟୋରେ ନଜର ଆସୁଥିବା ଯୁବକଜଣକ ତାଙ୍କୁ କିଭଳି ସବୁ ପରିସ୍ଥିତିରେ ସମର୍ଥନ କରିଥିଲେ, ତାହା ଲେଖିଛନ୍ତି ଇଲିଆନା।
Follow Us