ମୁଁ ତାଙ୍କର ଶୁଭେଚ୍ଛୁ, ପ୍ରତିଦ୍ବନ୍ଦୀ ନୁହେଁ; ଜାଣନ୍ତୁ ଥଲପତି ବିଜୟଙ୍କୁ ନେଇ କାହିଁକି ଏଭଳି କହିଲେ ରଜନୀକାନ୍ତ

Advertisment
ମୁଁ ତାଙ୍କର ଶୁଭେଚ୍ଛୁ, ପ୍ରତିଦ୍ବନ୍ଦୀ ନୁହେଁ; ଜାଣନ୍ତୁ ଥଲପତି ବିଜୟଙ୍କୁ ନେଇ କାହିଁକି ଏଭଳି କହିଲେ ରଜନୀକାନ୍ତ

ନୂଆଦିଲ୍ଲୀ: ମୁଁ ତାଙ୍କର ଶୁଭେଚ୍ଛୁ, ପ୍ରତିଦ୍ବନ୍ଦୀ ନୁହେଁ। ଗତ କିଛି ଦିନ ହେବ ସୁପରଷ୍ଟାର ରଜନୀକାନ୍ତ ଓ ଥଲପତି ବିଜୟଙ୍କ ପ୍ରଶଂସକଙ୍କ ଭିତରେ ଚାଲିଥିବା ବିବାଦ ମଧ୍ୟରେ ସ୍ପଷ୍ଟୀକରଣ ରଖିଛନ୍ତି ରଜନୀକାନ୍ତ। ଫିଲ୍ମ 'ଜେଲର'ର ପ୍ରଚାର ସମୟରେ ରଜନୀକାନ୍ତ କାଉ-ଇଗଲର ଏକ କାହାଣୀ କହିଥିଲେ। ଏହି କାହାଣୀ ପରେ ବିଜୟଙ୍କ ପ୍ରଶଂସକ ରଜନୀକାନ୍ତଙ୍କୁ ଟାର୍ଗେଟ କରିବା ଆରମ୍ଭ କରିଥିଲେ। ପ‌‌ରେ ରଜନୀକାନ୍ତଙ୍କ ପ୍ରଶଂସକମାନେ ବିଜୟଙ୍କୁ ଗାଳି ଦେବା ଆରମ୍ଭ କରିଥିବା ବେଳେ ଏବେ ନିଜ କାହାଣୀକୁ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ରଜନୀକାନ୍ତ।

ସେ କହିଛନ୍ତି ଯେ, “କାଉ ଏବଂ ଇଗଲର କାହାଣୀକୁ ଭିନ୍ନ ଭାବରେ ବ୍ୟାଖ୍ୟା କରାଯାଇଥିଲା। ସୋସିଆଲ ମିଡିଆରେ ଅନେକ ଲୋକ ଦାବି କରିଥିଲେ ଯେ, ବିଜୟଙ୍କୁ ଟାର୍ଗେଟ କରି ମୁଁ ଏଭଳି କାହାଣୀ ଶୁଣାଇଛି। ଏହା ଅତ୍ୟନ୍ତ ନିରାଶାଜନକ। ମୁଁ ବିଜୟଙ୍କୁ ଛୋଟବେଳୁ ଦେଖିଛି। ଯେତେବେଳେ ବିଜୟଙ୍କୁ ୧୩ବର୍ଷ ବୟସ ହୋଇଥିଲା, ସେତେବେଳେ ତାଙ୍କୁ ଫିଲ୍ମ ନିର୍ମାତା ଏସ୍ ଚନ୍ଦ୍ରଶେଖର ମୋ ସହ ଦେଖା କରାଇଥିଲେ। ତାଙ୍କୁ ମୁଁ ସେବେଠୁ ଜାଣିଛି। ସେ କିଭଳି ପାଠ ପଢ଼ା ଶେଷ କରି ଅଭିନୟ ଜଗତରେ ପାଦ ଦେଲେ ଏବଂ କଡ଼ା ପରିଶ୍ରମ କରି ଏତେ ସଫଳ ହେ‌ଲେ ତାହା ମୁଁ ଦେଖିଛି। ମୁଁ ତାଙ୍କର ଶୁଭେଚ୍ଛୁ। ପ୍ରତିଦ୍ବନ୍ଦୀ ନୁହେଁ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe