ଲଣ୍ଡନରେ ‘କଲ୍‌ ହୋ ନା ହୋ’ ଗାଇ ହୃଦୟ ଜିଣିଲେ ଯୁବକ

Advertisment
ଲଣ୍ଡନରେ ‘କଲ୍‌ ହୋ ନା ହୋ’ ଗାଇ ହୃଦୟ ଜିଣିଲେ ଯୁବକ

AlmoOon

ବ୍ରିଟେନର ଜଣେ ଷ୍ଟ୍ରିଟ୍ ସିଙ୍ଗର୍‌ ୨୦୦୩ର ହିଟ୍ ବଲିଉଡ ଚଳଚ୍ଚିତ୍ର ‘କଲ୍‌ ହୋ ନା ହୋ’ରେ ସୋନୁ ନିଗମ ଗାଇଥିବା ଲୋକପ୍ରିୟ ଗୀତ ଗାଇ ଅନେକଙ୍କ ହୃଦୟ ଜିଣିଛନ୍ତି। ଭିଶ୍‌ ନାମକ ଜନୈକ ସଂଗୀତଜ୍ଞ ତାଙ୍କ ଅଭିନୟର ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି। ଭାଇରାଲ କ୍ଲିପ୍‌ରେ ଭିଶ୍‌ଙ୍କୁ ରାସ୍ତା ମଝିରେ ଠିଆ ହୋଇଥିବା ଦେଖିବାକୁ ମିଳିଛି। ତାଙ୍କ ହାତରେ ମାଇକ୍ରୋଫୋନ୍ ଏବଂ ଚାରିପାଖରେ ସ୍ପିକର ରଖାଯାଇଛି। ଅନେକ ଲୋକ ତାଙ୍କ ଗୀତ ଶୁଣିବା ପାଇଁ ଏକତ୍ରିତ ହୋଇଥିବା ଦେଖିବାକୁ ମିଳୁଥିବାବେଳେ ଅନେକ ଦୂରରେ ବସି ଉପଭୋଗ କରୁଛନ୍ତି।

ସେୟାର ହେବା ପରଠାରୁ ଭିଡିଓଟି ଚାରି ଲକ୍ଷରୁ ଅଧିକ ଇଣ୍ଟରନେଟ୍‌ ଦର୍ଶକ ଏବଂ ୪୫୦,୦୦୦ରୁ ଅଧିକ ଲାଇକ୍ ସଂଗ୍ରହ କରିଛି। ଇଣ୍ଟରନେଟ୍ ବ୍ୟବହାରକାରୀମାନେ କେବଳ ଭିଶ୍‌ଙ୍କ ସଙ୍ଗୀତକୁ ନୁହେଁ ତାଙ୍କ ପ୍ରଦର୍ଶନକୁ ଭଲ ପାଉଥିଲେ। ମନ୍ତବ୍ୟ ବିଭାଗରେ ସେମାନଙ୍କ ପ୍ରେମର ସୁଅ ଛୁଟାଇ ଦେଇଥିଲେ। ଜଣେ ଉପଭୋକ୍ତା ସଂଗୀତକାରଙ୍କୁ ଭାରତୀୟ ଗାୟକ ଅରିଜିତ ସିଂଙ୍କ ସହ ତୁଳନା କରିଥିବାବେଳେ ଅନ୍ୟମାନେ ତାଙ୍କର ଅଭିନୟ ସେମାନଙ୍କୁ କିପରି ପ୍ରଭାବିତ କରିଛି ସେ ସମ୍ପର୍କରେ ଲେଖିଛନ୍ତି।
ଏହା ପୂର୍ବରୁ ସେ ‘ଏକ୍‌ ଏଡ୍‌କି କୋ ଦେଖା ତୋ ଐସା ଲଗା’ ଏବଂ ‘କୁଛ୍‌ କୁଛ୍‌ ହୋତା ହୈ’ ଗାଇ ଅନୁରୂପ ପ୍ରଶଂସା ସାଉଁଟିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe