ଓଡ଼ିଆ ଛବିରେ: ଜେଜେ-ଜେଜେମା’ ନାତିନାତୁଣୀ

ଓଡ଼ିଆ ସିନେମାରେ ଅଲ୍‌ରାଉଣ୍ଡର୍‌ କହିଲେ ମନକୁ ଆସନ୍ତି ଦୁଇ ଦିବଂଗତ ଅଭିନେତା- ବିଜୟ ମହାନ୍ତି ଓ ମିହିର ଦାସ। ଆଉ ଦୁହେଁ ନାୟକ, ଖଳନାୟକ ଓ ଚରିତ୍ର ଅଭିନୟରେ ନିଜର ପାରଦର୍ଶିତା ଓ ପରିପକ୍ବତା ପ୍ରଦର୍ଶନ କରିଛନ୍ତି।

shfshffhs

ଶିବଶଙ୍କର ଓଝା

କେତେକ ଓଡ଼ିଆ ସିନେମାରେ ଜେଜେ/ ଜେଜେମା’ଙ୍କ ସହ ନାତି/ନାତୁଣୀଙ୍କ ସଂପର୍କର ମାଧୁର୍ଯ୍ୟକୁ ଅତି ନିଚ୍ଛକ ଭାବେ ଦର୍ଶାଯାଇଛି। କେତେବେଳେ ଏହା ହାସ୍ୟୋଦ୍ଦୀପକ ଢଙ୍ଗରେ ତ ପୁଣି କେତେବେଳେ ଖୁବ୍ ଗାମ୍ଭୀର୍ଯ୍ୟ ସହକାରେ ଉପସ୍ଥାପିତ କରାଯାଇଛି। ଏହି କ୍ରମରେ ନିକଟ ଅତୀତରେ ମୁକ୍ତିଲାଭ କରିଥିବା କେତୋଟି ଚଳଚ୍ଚିତ୍ର ସଂପର୍କରେ କିଞ୍ଚିତ୍‌।

ଓଡ଼ିଆ ସିନେମାରେ ଅଲ୍‌ରାଉଣ୍ଡର୍‌ କହିଲେ ମନକୁ ଆସନ୍ତି ଦୁଇ ଦିବଂଗତ ଅଭିନେତା- ବିଜୟ ମହାନ୍ତି ଓ ମିହିର ଦାସ। ଆଉ ଦୁହେଁ ନାୟକ, ଖଳନାୟକ ଓ ଚରିତ୍ର ଅଭିନୟରେ ନିଜର ପାରଦର୍ଶିତା ଓ ପରିପକ୍ବତା ପ୍ରଦର୍ଶନ କରିଛନ୍ତି। ଦୁଇଟି ଓଡ଼ିଆ ଛବିରେ ଜେଜେ ଚରିତ୍ରରେ ବିଜୟ ମହାନ୍ତିଙ୍କ ଅଭିନୟ ଖୁବ୍‌ ମନଛୁଆଁ ଥିଲା। ସେ ଦୁଇଟି ଛବି ଥିଲା-‘କୁଳନନ୍ଦନ’(୨୦୦୩) ଓ ‘କାଳୀଶଙ୍କର’(୨୦୦୭)।  ରବୀନ୍ଦ୍ରମୋହନ ସାହୁଙ୍କ ପ୍ରଯୋଜିତ ତଥା ହିମାଂଶୁ ପରିଜା(ଚଣ୍ଡୀ)ଙ୍କ ନିର୍ଦ୍ଦେଶିତ ‘କୁଳନନ୍ଦନ’ରେ ନାୟକ ସିଦ୍ଧାନ୍ତଙ୍କ ଜେଜେ ଭୂମିକାରେ ବିଜୟ ମହାନ୍ତି ଅବତ୍ତୀର୍ଣ୍ଣ ହୋଇଥିଲେ। ଏଥିରେ ଜେଜେମା ଭୂମିକାରେ ତାଙ୍କ ବିପକ୍ଷରେ ଥିଲେ ବରିଷ୍ଠ ଅଭିନେତ୍ରୀ ମହାଶ୍ବେତା। ଏଥିରେ ବିଜୟଙ୍କ ଚରିତ୍ର ଦର୍ଶକଙ୍କ ମନଜିଣି ନେଇଥିଲା। ସେହିପରି ସୁରେନ୍ଦ୍ର ସାହୁଙ୍କ ପ୍ରଯୋଜିତ ତଥା ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶିତ ‘କାଳୀଶଙ୍କର’ରେ ଉଭୟ ସିଦ୍ଧାନ୍ତ ଓ ଅନୁଭବଙ୍କ ଜେଜେ ଭୂମିକାରେ ନଜର ଆସିଥିଲେ ବିଜୟ। ଏ ତିନି କଳାକାରଙ୍କୁ ନେଇ ଗୋଟିଏ ଗୀତ ବି ପ୍ରସ୍ତୁତ ହୋଇଥିଲା- ‘‘ଝିପ୍ ଝିପ୍ ବର୍ଷା ପଡ଼େ, ଜେଜେ ପିଲାଦିନ କଥା ମନେପଡ଼େ।’’

ତେଣେ ଓଲିଉଡ୍‌ର ଅନ୍ୟତମ ଲୋକପ୍ରିୟ ଅଭିନେତା ଦିବଂଗତ ମିହିର ଦାସ ବି ଜେଜେ ଭୂମିକାରେ ଦର୍ଶକଙ୍କ ମନଛୁଇଁଛନ୍ତି। ୨୦୧୯ରେ ମୁକ୍ତିପ୍ରାପ୍ତ ତରଙ୍ଗ ସିନେ ପ୍ରଡକସନ୍‌ସ ପ୍ରଯୋଜିତ ତଥା ଅଶୋକ ପତି ନିର୍ଦ୍ଦେଶିତ ‘ମିଷ୍ଟର୍‌ ମଜ୍‌ନୁ’ରେ ନାୟକ ବାବୁସାନ୍‌ଙ୍କ ଜେଜେ ଭୂମିକାରେ ଦେଖିବାକୁ ମିଳିଥିଲା। ଏଥିରେ ଉଭୟଙ୍କର ହାସ୍ୟାଭିନୟ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ଏଥିରେ ମିହିରଙ୍କ ବିପକ୍ଷରେ ଜେଜେମା ଭୂମିକାରେ ଥିଲେ ବରିଷ୍ଠ ଅଭିନେତ୍ରୀ ବିଜୟିନୀ ମିଶ୍ର। ଏହା ପରେ ମିହିର ତରଙ୍ଗ ସିନେ ପ୍ରଡକସନ୍‌ସ୍‌ର ‘ଖୁସି’ରେ ବି ଜେଜେ ଭୂମିକା ତୁଲାଇ ଥିଲେ। ଏଥିରେ ଶିଶୁ କଳାକାର ଐଶ୍ବର୍ଯ୍ୟାଙ୍କୁ ନାତୁଣୀ ଭୂମିକାରେ ଦେଖିବାକୁ ମିଳିଥିଲା। ତାପସ ସରଘରିଆ ଏହାର ନିର୍ଦ୍ଦେଶନା ଦେଇଥିଲେ। ଏହି କ୍ରମରେ ମନେପଡ଼ନ୍ତି ଜଣାଶୁଣା ଚରିତ୍ର ଅଭିନେତା ସୁରେଶ ବଳ (ବାଙ୍କୁ) ଓ ଅଭିନେତ୍ରୀ ନମ୍ରତା ଦାସ। ୧୯୯୯ରେ ମୁକ୍ତିଲାଭ କରିଥିବା ରବି କିନ୍ନାଗୀଙ୍କ ନିର୍ଦ୍ଦେଶିତ ‘ପବିତ୍ର ବନ୍ଧନ’ରେ ଦୁହେଁ ସେ ସମୟର ଏକ ନମ୍ବର ନାୟିକା ରଚନା ବାନାର୍ଜୀଙ୍କ ଜେଜେ ଓ ଜେଜେମା ଭୂମିକାରେ ବି ନଜର ଆସିଥିଲେ।
ଦିବଂଗତ ଅଭିନେତା ହେମନ୍ତ ଦାସ, ଶରତ ପୂଜାରୀ, ଦେବୁ ବେ‌ାଷ ଓ ସୁଜାତା ଆନନ୍ଦ ମଧ୍ୟ ଏକାଧିକ ଛବିରେ ଜେଜେ-ଜେଜେମା ଚରିତ୍ରରେ ଅଭିନୟ କରିଥିଲେ। ବରିଷ୍ଠ ଅଭିନେତା ଜୟୀ, ଅରବିନ୍ଦ ଷଢ଼ଙ୍ଗୀ ଓ ପ୍ରଦ୍ୟୁମ୍ନ ଲେଙ୍କାଙ୍କୁ ମଧ୍ୟ ଅନେକ ‌ଲୋକପ୍ରିୟ ଛବିରେ ଏପରି ଭୂମିକାରେ ଦେଖିବାକୁ ମିଳିଛି।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe