୧୩ରେ ‘ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା ୨. ୦’

ଗତବର୍ଷ ‘ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା’ର ସଫଳତା ପରେ ଛୋଟ ପରଦାକୁ ଆସୁଛି ନୂଆ ଟେଲିସିନେମା ‘ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା ୨. ୦’। ଏହା ଜୀ ସାର୍ଥକରେ ଅକ୍ଟୋବର ୧୩ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ପ୍ରଦର୍ଶିତ ହେବ।

dgdggddgdg

ଗତବର୍ଷ ‘ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା’ର ସଫଳତା ପରେ ଛୋଟ ପରଦାକୁ ଆସୁଛି ନୂଆ ଟେଲିସିନେମା ‘ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା ୨. ୦’। ଏହା ଜୀ ସାର୍ଥକରେ ଅକ୍ଟୋବର ୧୩ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ପ୍ରଦର୍ଶିତ ହେବ। ସୃଜନ ଫିଲ୍ମସ୍‌ ବ୍ୟାନରରେ ନିର୍ମିତ ଏହି ଟେଲିସିନେମାର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଦେବପ୍ରିୟ ସେନା ନାୟକ। ଓଲିଉଡ୍‌ର ବରିଷ୍ଠ ନିର୍ଦ୍ଦେଶକ ସଞ୍ଜୟ ନାୟକ ଏହାର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି। ଏଥିରେ ମୁଖ୍ୟ ଭୂମିକାରେ  ଅଛନ୍ତି ଅନନ୍ୟା ଦାସ, ବରଦା ପ୍ରସନ୍ନ, ସ୍ମୃତି ଏବଂ ଶିଶୁ କଳାକାର ତାପସ। ଡଃ ନିର୍ମଳ ନାୟକ ଗୀତ ରଚନା କରିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବିରଜା ପ୍ରସାଦ। ଗୀତଗୁଡ଼ିକରେ କଣ୍ଠଦାନ କରିଛନ୍ତି ସତ୍ୟଜିତ୍, ଅନ୍ତରା ଚକ୍ରବର୍ତ୍ତୀ, ଜିତେନ୍ଦ୍ର ସୁତାରଙ୍କ ଭଳି ସ୍ବନାମଧନ୍ୟ କଣ୍ଠଶିଳ୍ପୀ। ନୃତ୍ୟ ନିର୍ଦ୍ଦେଶନାରେ ଅଛନ୍ତି ଲୁବୁନ୍ ଟୁବୁନ୍। 

‘ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା’ର ସଫଳତା ପରେ ଛୋଟ ପରଦାକୁ ଆସୁଛି ନୂଆ ଟେଲିସିନେମା ‘ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା ୨. ୦’। ଏହା ଜୀ ସାର୍ଥକରେ ଅକ୍ଟୋବର ୧୩ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ପ୍ରଦର୍ଶିତ ହେବ

ସଂକ୍ଷେପରେ ଏହାର କଥାବସ୍ତୁ ଏପରି। ରାହୁଲଙ୍କର ମହାକାଶ ବିଜ୍ଞାନରେ ଢେର ରୁଚି ରହିଛି। ସେ ଏତେ ଜ୍ଞାନୀ ଯେ ସବୁବେଳେ କିଛି ନା କିଛି ନୂଆ ଆବିଷ୍କାର କରୁଥାଆନ୍ତି।। ତାଙ୍କର ଏହି ଗୁଣକୁ ଅନ୍ୟ ଗ୍ରହରେ ଥିବା ଏଲିଏନ୍ ଜାଣିପାରି ଖୁବ ଈର୍ଷା କରୁଥାନ୍ତି। ଏଲିଏନ୍‌ମାନେ ରାହୁଲର ଭବିଷ୍ୟତ ଦେଖିପାରି ଜାଣନ୍ତି ଯେ ଏଲିଏନ୍ ସଭ୍ୟତା ପାଇଁ ସେ ଆଗକୁ ବିପଦ ସାଜିପାରନ୍ତି। ତେଣୁ ତାଙ୍କୁ ମାରିବାର ଯୋଜନା କରନ୍ତି। ରାହୁଲକୁ ମାରିବା ପାଇଁ ଜଣେ ଝିଅ ରୂପରେ ଏଲିଏନ୍ ପୃଥିବୀକୁ ଆସି ବିଫଳ ହୁଅନ୍ତି। ରାହୁଲ ନିଜର ବିଚକ୍ଷଣ ବୁଦ୍ଧିର ପ୍ରୟୋଗ କରି ସବୁବେଳେ ମୃତ୍ୟୁମୁଖରୁ ବଞ୍ଚିଯାଉଥାନ୍ତି। ଏହା ମଧ୍ୟରେ ଝିଅ ରୂପୀ ଏଲିଏନ୍ ରାହୁଲଙ୍କ ସହିତ ଘନିଷ୍ଠ ହୋଇଯାଏ।

ରାହୁଲଙ୍କୁ ମାରିବାକୁ ଆସିଥିବା ଏଲିଏନ୍ ବର୍ତ୍ତମାନ ତାଙ୍କ ରକ୍ଷାକର୍ତ୍ତା ସାଜି ସବୁ ବିପଦରେ ଠିଆ ହୁଏ। ଏହା ମଧ୍ୟରେ ଏ କଥା ଜାଣିପାରି ଆଉ ଏକ ପୁରୁଷ ଏଲିଏନକୁ ରାହୁଲଙ୍କୁ ମାରିବାକୁ ପଠାଯାଏ। ଉଭୟ ଏଲିଏନ୍‌ଙ୍କ ମଧ୍ୟରେ ଯୁଦ୍ଧ ଚାଲେ, ଯାହା ମାନବ ସମାଜ ପାଇଁ ଖୁବ କ୍ଷତିଦାୟକ ସାବ୍ୟସ୍ତ ହୁଏ। ସମୟକ୍ରମେ ଏହା ଏକ ଚିନ୍ତାଜନକ ବିଷୟ ପାଲଟିଯାଏ। ଏହାପରେ ରାହୁଲ ଉଭୟଙ୍କୁ ଜୀବନର ମହତ୍ତ୍ବ ବିଷୟରେ ବୁଝାନ୍ତି। ତେବେ କ’ଣ ଏଲିଏନ୍ ଦ୍ବୟ ଜୀବନର ମହତ୍ତ୍ବ ବୁଝିପାରିବେ? ସେମାନେ ପୃଥିବୀ ଛାଡ଼ି ଚାଲିଯିବେ? ରାହୁଲଙ୍କର କ’ଣ ହେବ? ଏ ସବୁ ପ୍ରଶ୍ନର ଉତ୍ତର ମିଳିବ ଫିଲ୍ମର କ୍ଲାଇମାକ୍ସରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe