Hindustan Times
ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ତଥା ଚଳଚ୍ଚିତ୍ର ନିର୍ଦ୍ଦେଶକ ମଧୁର ଭଣ୍ଡାରକର୍ ଆଗାମୀ ଚଳଚ୍ଚିତ୍ର ‘ଇଣ୍ଡିଆ ଲକ୍ଡାଉନ୍’ର ପୋଷ୍ଟର୍ ରିଲିଜ୍ କରିଛନ୍ତି। ଆଗାମୀ ସପ୍ତାହରେ ଏହାର ସୁଟିଂ ଆରମ୍ଭ ହେବ। ମହାମାରୀ କରୋନା ପ୍ରଭାବରେ ଭାରତରେ ଲାଗୁ ହୋଇଥିବା ଲକ୍ଡାଉନ୍ରେ ଲୋକଙ୍କ ବାସ୍ତବିକ ସ୍ଥିତି ଏହି ଚଳଚ୍ଚିତ୍ରରେ ସ୍ଥାନ ପାଇି ବୋଲି ସେ କହିଛନ୍ତି। ପ୍ରତୀକ ବବ୍ବର, ଆହନା କୁମରା, ଶ୍ବେତା ପ୍ରସାଦ ବସୁ, ସଇ ତମ୍ହନକର ପ୍ରମୁଖ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ନିଜେ ନିର୍ଦ୍ଦେଶକ ମଧୁର ଏ ସଂପର୍କରେ ଟ୍ବିଟ୍ କରି ସୂଚନା ଦେଇଛନ୍ତି।
Follow Us