#ମି ଠୁ ଫସାଇଦେଲା: 'ଇଣ୍ଡିଆନ ଆଇଡଲ୍‌-୧୦'ର ବିଚାରକ ପଦରୁ ବିଦାୟ ନେଲେ କଣ୍ଠଶିଳ୍ପୀ ଅନୁ ମଲିକ୍‌

Advertisment
୧୦ରେ ‘ଇଣ୍ଡିଆନ୍ ଆଇଡଲ୍-୧୩’ର ଭୁବନେଶ୍ବର ଅଡିସନ୍‌

FilmiBeat

ମୁମ୍ବାଇ: ବଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ଅନୁ ମଲିକ୍‌ଙ୍କୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏକା ସାଙ୍ଗରେ ୪ଜଣ ମହିଳା ତାଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଆଣିବା ପରେ ଏବେ ତାଙ୍କୁ ସୋନି ଟିଭିରେ ପ୍ରସାରିତ ହେଉଥିବା ଲୋକପ୍ରିୟ ରିୟାଲିଟି ସୋ’ ଇଣ୍ଡିଆନ ଆଇଡଲର ବିଚାରକ ପଦରୁ ବାହାର କରି ଦିଆ ଯାଇଥିବା ଜାଣିବାକୁ ମିଳିଛି।

ପ୍ରଥମେ କଣ୍ଠଶିଳ୍ପୀ ସୋନା ମହାପାତ୍ର ଏବଂ ପରେ କଣ୍ଠଶିଳ୍ପୀ ଶ୍ୱେତା ପଣ୍ଡିତ ଅନୁ ମଲିକ୍‌ଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇବା ପରେ ଏହି ଖବରକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା ।

publive-image jansatta.com

କିନ୍ତୁ ଏବେ ପୁଣି ଆଉ ଦୁଇ ଜଣ ମହିଳା ଅଭିଯୋଗ ଆଣିବା ପରେ ତାଙ୍କୁ ସୋ’ରୁ ବାହାର କରି ଦିଆଯାଇଛି । ଏହା ସହ ଯେ ପର୍ଯ୍ୟନ୍ତ ତାଙ୍କ ଉପରେ ଲାଗିଥିବା ଅଭିଯୋଗ ସମାଧନ ହୋଇ ନାହିଁ; ସେ ପର୍ଯ୍ୟନ୍ତ ଅନୁ ମଲିକ୍‌ ସୋ’ରେ ଦେଖାଯିବେ ନାହିଁ ବୋଲି ଜଣା ପଡ଼ିଛି । ଇଣ୍ଡିଆନ୍‌ ଆଇଡଲର ଅନେକ ସିଜିନ୍‌କୁ ସେ ଜଜ୍‌ କରିଥିବା ବେଳେ ତାଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଲାଗିବା ପରେ ତାଙ୍କ ଠାରୁ ଏହି ଅଧିକାର ଫେରାଇ ନିଆଯାଇଛି । ତେବେ ୪ଜଣ ମହିଳା ଏଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ ମଧ୍ୟ ନିଜକୁ ନିର୍ଦ୍ଦୋଷ ବୋଲି କହିବାରେ ଲାଗିଛନ୍ତି ଅନୁ ମଲିକ୍‌ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe