ଅରୁଣା-ମେହମୁଦ ବିବାହ ଗୁଜବର ଭିତିରି କଥା

ଅରୁଣା-ମେହମୁଦ ବିବାହ ଗୁଜବର ଭିତିରି କଥା

ଭେଟେରାନ ଅଭିନେତ୍ରୀ ଅରୁଣା ଇରାନୀ ସବୁ ସମୟର ବହୁମୁଖୀ ବଲିଉଡ ଅଭିନେତ୍ରୀମାନଙ୍କ ମଧ୍ୟରେ ଅନ୍ୟତମ। ସେ ୩୦୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି ଏବଂ ୮୦ ଓ ୯୦ ଦଶକର ବଡ ବ୍ଲକବଷ୍ଟରର ଅଂଶ ହୋଇସାରିଛନ୍ତି। ସମ୍ପ୍ରତି ସେ ତାଙ୍କର ପ୍ରାରମ୍ଭିକ ଅଭିନୟ ଦିନ ଏବଂ ସ୍ମିତା ପ୍ରକାଶଙ୍କ ସହିତ ଯାତ୍ରାର ସ୍ମୃତିଚାରଣ କରି ତାଙ୍କ ଜୀବନର ଅନେକ ବ୍ୟକ୍ତିଗତ ଦିଗର ଖୁଲାସା କରିଛନ୍ତି। ଏକ ସାକ୍ଷାତକାରରେ ଇରାନୀ ୮୦ ଓ ୯୦ ଦଶକରେ ଜୁଆର ସୃଷ୍ଟି କରିଥିବା ଅନେକ ଗୁଜବକୁ ମନେ ପକାଇଥିଲେ। ତାଙ୍କ କ୍ୟାରିୟରରେ ମେହମୁଦଙ୍କ ଭୂମିକା ବିଷୟରେ ପଚରା ଯିବାରୁ ଇରାନୀ ତାଙ୍କୁ ପ୍ରଶଂସା କରି କହିଥିଲେ ଯେ ସେ ଇଣ୍ଡଷ୍ଟ୍ରିରେ କ୍ୟାରିୟର କରିବାରେ ତାଙ୍କୁ ବହୁତ ସାହାଯ୍ୟ କରିଛନ୍ତି।

ମେହମୁଦ ଦୁଇ ବର୍ଷ କାମ ନ ପାଇବାର କାରଣ ମଧ୍ୟ ନିଜେ ଇରାନୀ। ସେ ସମୟରେ ଅଭିନେତାଙ୍କ ସହ ହୋଇଥିବା ବିବାହ ଗୁଜବର ଭିତିରି କଥା ବଖାଣିଥିଲେ। ମେହମୁଦଙ୍କ ସହ ତାଙ୍କର ପ୍ରେମ ଏବଂ ପରେ ସଫଳତା ବିଷୟରେ ସେ କହିଥିଲେ, ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କଲାବେଳେ ମୋତେ କେହି କାମ ଦେବାକୁ ପ୍ରସ୍ତୁତ ନଥିବାବେଳେ ମେହମୁଦ ମୋତେ କାମ ଦେଇଥିଲେ। ମୁଁ ତାଙ୍କ ବିଷୟରେ କାହାରିକୁ କହି ପାରିଲି ନାହିଁ। ହେ‌ଲେ ଇଣ୍ଡଷ୍ଟ୍ରୀ ଜାଣିଥିଲା ​​ଯେ ମୁଁ ତାଙ୍କ ସହିତ ଅଛି। ସାମ୍ବାଦିକମାନେ ମଧ୍ୟ ଜାଣିଥିଲେ। ଜଣେ ବିବାହିତ ପୁରୁଷଙ୍କୁ ବିବାହ କରିବା ସହଜ କଥା ନୁହେଁ। ସେହି କାରଣରୁ ମୁଁ ମା’ ହୋଇନି। ଆଗାମୀ ରୋମାଣ୍ଟିକ-କମେଡ଼ି ଚଳଚ୍ଚିତ୍ର ‘ଘୁଦଚାଡ଼ି’ରେ ସଞ୍ଜୟ ଦତ୍ତ, ରବିନା ଟଣ୍ଡନ, ପାର୍ଥ ସମଥାନ ଏବଂ ଖୁଶାଲୀ କୁମାରଙ୍କ ସହ ଅରୁଣା ଇରାନୀ ନଜରକୁ ଆସିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe