ଲଢ଼େଇର ଇନ୍‌ସ୍ପେକ୍ଟର୍‌ ଦଣ୍ଡପାଟ

Advertisment

ମନର ମାନସୀ’, ‘ଦିଲ୍ ତତେ ଦେଲି’ ଓ ‘ମିଶିରୀ’ରେ ନାୟକ ଭୂମିକାରେ ଦେଖିବାକୁ ମିଳିଥିବା ଅଭିନେତା ବିଭାସ ‘ଘମାଘୋଟ’ରେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି। ଏଥିରେ ଗ୍ୟାଙ୍ଗ୍‌ଷ୍ଟର୍ ଗେଚାଭାଇ ଭାବେ ତାଙ୍କୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି।

ମନର ମାନସୀ’, ‘ଦିଲ୍ ତତେ ଦେଲି’ ଓ ‘ମିଶିରୀ’ରେ ନାୟକ ଭୂମିକାରେ ଦେଖିବାକୁ ମିଳିଥିବା ଅଭିନେତା ବିଭାସ ‘ଘମାଘୋଟ’ରେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି। ଏଥିରେ ଗ୍ୟାଙ୍ଗ୍‌ଷ୍ଟର୍ ଗେଚାଭାଇ ଭାବେ ତାଙ୍କୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି।

ljfdfd

ମନର ମାନସୀ’, ‘ଦିଲ୍ ତତେ ଦେଲି’ ଓ ‘ମିଶିରୀ’ରେ ନାୟକ ଭୂମିକାରେ ଦେଖିବାକୁ ମିଳିଥିବା ଅଭିନେତା ବିଭାସ ‘ଘମାଘୋଟ’ରେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି। ଏଥିରେ ଗ୍ୟାଙ୍ଗ୍‌ଷ୍ଟର୍ ଗେଚାଭାଇ ଭାବେ ତାଙ୍କୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି। ଦେବାଶିଷ ପଟ୍ଟନାୟକଙ୍କ ପ୍ରଯୋଜିତ ତଥା ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଲଢ଼େଇ’ରେ ବି ବିଭାସ ଖଳନାୟକ ଭୂମିକାରେ ନଜର ଆସିବେ। ଜଣେ ଦୁର୍ନୀତିଗ୍ରସ୍ତ ପୁଲିସ୍‌ ଇନ୍‌ସ୍ପେକ୍ଟର୍‌ ଦଣ୍ଡପାଟ ଭୂମିକାରେ ସେ ଅଭିନୟ କରୁଛନ୍ତି। ନିଜ ଚରିତ୍ରକୁ ନେଇ ବିଭାସ କହନ୍ତି, ‘‘ଓଡ଼ିଶାର ଟପ୍ ଡିରେକ୍ଟର୍‌ ଅଶୋକ ପତିଙ୍କ ସହ ଏହା ମୋର ପ୍ରଥମ ସିନେମା ଏବଂ ଦଣ୍ଡପାଟ ଭୂମିକାଟି ମୋ କ୍ୟାରିୟର୍‌କୁ ଆଗକୁ ନେବ ବୋଲି ମୁଁ ଭାବୁଛି। ଏଥିରେ ମୋର ବରହମ୍‌ପୁରିଆ ଶୈଳୀର ସଂଳାପ ଦର୍ଶକଙ୍କୁ ଆମୋଦିତ କରିବ ବୋଲି ଆଶା ରଖିଛି।’’ ଏହା ବାଦ୍‌ ଶୁଭଶ୍ରୀ ମଙ୍ଗରାଜଙ୍କ ପ୍ରଯୋଜିତ ତଥା ଅଭିଷେକ ତ୍ରିପାଠୀଙ୍କ ନିର୍ଦ୍ଦେଶିତ ‘ଜୟହିନ୍ଦ୍’ରେ ବି ଜଣେ ଦୁର୍ଦ୍ଦାନ୍ତ ଖଳନାୟକ ଭୂମିକାରେ ନଜର ଆସିବେ ସେ। ତେଣେ ନୂଆ ସିନେମା ‘ଚ୍ୟାଲେଞ୍ଜ୍‌’ରେ ମଧ୍ୟ ଖଳନାୟକୀ କରୁଛନ୍ତି ବିଭାସ। ଅବଶ୍ୟ ସେ ପୂର୍ବରୁ କୁମାର ପ୍ରୀତମ ସାହୁଙ୍କ ପ୍ରଯୋଜିତ ତଥା ୟଶ୍-ସୁନୀଲଙ୍କ ନିର୍ଦ୍ଦେଶିତ ‘ଚନ୍ଦ୍ରବଂଶୀ’ରେ ବି ଖଳନାୟକ ଭୂମିକା ତୁଲାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe