କପି କରି କେହି ଆଗକୁ ଯାଇପାରେନା ବୋଲି ଲତା ମଙ୍ଗେସ୍‌କରଙ୍କ ବୟାନ ଉପରେ ଏପରି ପ୍ରତିକ୍ରିୟା ରଖିଲେ ରାନୁ ମଣ୍ଡଲ

Advertisment
କପି କରି କେହି ଆଗକୁ ଯାଇପାରେନା ବୋଲି ଲତା ମଙ୍ଗେସ୍‌କରଙ୍କ ବୟାନ ଉପରେ ଏପରି ପ୍ରତିକ୍ରିୟା ରଖିଲେ ରାନୁ ମଣ୍ଡଲ

courtesy of Instagram

ମୁମ୍ବାଇ: କୋକିଳ କଣ୍ଠୀ ତଥା ଇଣ୍ଟର୍‌ନେଟ୍‌ ସେନ୍‌ସେସନ୍‌ ରାନୁ ମଣ୍ଡଲଙ୍କ ସଂପର୍କରେ ଗତ କିଛି ଦିନ ଭିତରେ ଅନେକ ଖବର ପ୍ରକାଶ ପାଇଛି। ଲୋକେ ତାଙ୍କୁ ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର୍‌ଙ୍କ ତୁଳନା କରିବା ପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ ଲତାଜୀ। ଲତା ତାଙ୍କ ପ୍ରତିକ୍ରିୟା ପ୍ରକାଶ କରି କହିଥିଲେ କି ‘ଯଦି ମୋ ନାମ ଦ୍ୱାରା କାହାକୁ ଲାଭ ହେଉଛି ତ ମୁଁ ତାହାକୁ ମୋର ଭାଗ୍ୟ ବୋଲି ଭାବୁଛି। ମାତ୍ର ମୋତେ ଏମିତି ଅନୁଭବ ହେଉଛି ଅନ୍ୟକୁ ଅନୁକରଣ କରି କେହି ବେଶି ଦିନ ତିଷ୍ଠି ରହିପାରିବେ ନାହିଁ। ମୋ ଗୀତ, କିଶୋର କୁମାର, ମହମ୍ମଦ ରଫି କିମ୍ବା ଆଶା ଭୋଷଲେଙ୍କ ଗୀତ ଗାଇ କିଛି ସମୟ ପାଇଁ ଧ୍ୟାନ ଜିଣାଯାଇ ପାରେ।’

publive-image HerZindagi

ଲତାଜୀଙ୍କର ଏପରି ପ୍ରତିକ୍ରିୟା ସଂପର୍କରେ ନିକଟରେ ଏକ ସାକ୍ଷାତ୍‌କାରେ ରାନୁ ମଣ୍ଡଲ କହିଛନ୍ତି, ‘ଲତାଜୀଙ୍କ ବୟସ ତୁଳନାରେ ମୁଁ ଛୋଟ ଥିଲି, ଅଛି ଆଉ ରହିବି। ପିଲାଦିନରୁ ତାଙ୍କ କଣ୍ଠ ସ୍ୱର ଶୁଣିବାକୁ ଖୁବ୍‌ ଭଲ ଲାଗେ।’

ଉଲ୍ଲେଖଯୋଗ୍ୟ, ପଶ୍ଚିମବଙ୍ଗର ରାଣୀହାଟ୍‌ ଷ୍ଟେସନ୍‌ରେ ରାନୁ ମଣ୍ଡଲ୍‌ ଲତାଜୀଙ୍କ ‘ପ୍ୟାର୍‌ କା ନଗ୍‌ମା..’ ଗୀତ ଗାଇବା ବେଳେ ରିତେନ୍ଦ୍ର ନାମକ ଯୁବକ ତାହାକୁ ରେକର୍ଡ କରି ସୋସିଆଲ୍‌ ମିଡିଆରେ ଛାଡ଼ିବା ପରେ ରାତାରାତି ଷ୍ଟାର୍‌ ପାଲଟିଥିଲେ ରାନୁ। ପରେ ପରେ ସେ ହିମେଶ ରେଶମିଆଙ୍କ ସହ ୩ଟି ଗୀତ ରେକର୍ଡ କରି ସାରିଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe