Zee News
ନୂଆ ଚଳଚ୍ଚିତ୍ର ‘ହସିନ୍ ଦିଲରୁବା’ରେ ପ୍ରେମ ତ ରହିଛି ହେଲେ ଏହା ଏତେ ଅନ୍ତରଙ୍ଗ ହେବ ବୋଲି କିଏ ଜାଣିଥିଲା। ନିର୍ଦ୍ଦେଶକଙ୍କ କହିବା ମୁତାବକ ପ୍ରେମିକ ବିକ୍ରାନ୍ତ ମେସି ଯେତେବେଳେ ପ୍ରେମିକା ତାପସୀଙ୍କ ନିକଟତର ହେଇଥିଲେ, ସେତେବେଳେ କେବଳ ଭାବପ୍ରବଣତା ହିଁ ଥିଲା। ନିଜକୁ ଆୟତ୍ତ କରିବାର ଉପାୟ ନ ଥିଲା। ଗାଲିଚା ଉପରେ ଶୋଇପଡ଼ି ଯେତେବେଳେ ତାପସୀ ବିକ୍ରାନ୍ତଙ୍କୁ ନିଜ ଛାତି ଉପରକୁ ଭିଡ଼ିଆଣିଲେ, ସେତେବେଳେ ବିଚରା ବିକ୍ରାନ୍ତ ଡରି ଯାଇଥିଲେ।
ବିକ୍ରାନ୍ତ କହିଛନ୍ତି, ବୋଧହୁଏ ଏଭଳି ଅନ୍ତରଙ୍ଗ ଦୃଶ୍ୟ ଆଗରୁ କାହାକୁ ନେଇ ହେଇ ନ ଥିବ। ଖାଲି ସେତିକି ନୁହେଁ, ତାପସୀଙ୍କ ସହଯୋଗକୁ ଭୁରି ଭୁରି ପ୍ରଶଂସା କରିଛନ୍ତି ବିକ୍ରାନ୍ତ। ପାଖାପାଖି ପାଞ୍ଚ ମିନିଟ୍ ପର୍ଯ୍ୟନ୍ତ ନିଜ ବାହୁବନ୍ଧନରେ ରଖି ତାପସୀରେ ଧୈର୍ଯ୍ୟ ଧରିପାରିଲେ, ତାହାକୁ ତାରିଫ କରିଛନ୍ତି ବିକ୍ରାନ୍ତ। ୟୁନିଟ୍ ମେମ୍ବର ଟିକେ ଅଲଗା ଦୃଷ୍ଟିରେ ବିକ୍ରାନ୍ତଙ୍କୁ ନଜର ପକେଇବାରୁ ବିକ୍ରାନ୍ତି ଚିଇଙ୍କି ଉଠିଥିଲେ ଏବଂ କହିଥିଲେ, ‘ନାଇଁମ ସେମିତି କିଛି ଘଟିନାହି। କିନ୍ତୁ ପାଞ୍ଚ ମିନିଟରୁ ଆଉ ଅଧିକ ସମୟ ହୁଏତ ତାପସୀଙ୍କ ସହ ଏଭଳି ମୁଦ୍ରାରେ ମୁଁ ରହିପାରି ନ ଥାନ୍ତି। କେବଳ ତାପସୀ ହସୁଥିଲେ ବୋଲି ଏହା ସମ୍ଭବ ହେଲା।’ ବିକ୍ରାନ୍ତ ମେସି କହିଛନ୍ତି।
Follow Us