ଇରଫାନ୍‌ଙ୍କ ସଂପର୍କରେ କିଛି ରୋଚକ କଥା

Advertisment
ଇରଫାନ୍‌ଙ୍କ ସଂପର୍କରେ କିଛି ରୋଚକ କଥା

indianexpress.com

ଇରଫାନଙ୍କ ଜନ୍ମ ରାଜସ୍ଥାନର ଏକ ମୁସଲମାନ ପରିବାରରେ ହୋଇଥିଲା। ତାଙ୍କ ପ୍ରକୃତ ନାମ ସାହାବ୍‌ଜାଦେ ଇରଫାନ ଅଲି ଖାନ୍‌।

ସେ ଜଣେ କ୍ରୀଡ଼ାବିତ୍‌ ହେବାକୁ ଚାହୁଁଥିଲେ। କିନ୍ତୁ ପରିବାର ପକ୍ଷରୁ ସହଯୋଗ ନପାଇବାକୁ ତାହାକୁ ପୂରଣ କରିପାରିନଥିଲେ।

ତା’ପରେ ସେ ଅଭିନୟରେ ମନ ଦେଲେ। ଏହାକୁ ବି ପରିବାର ସହଯୋଗ କରିନଥିଲା। ବରଂ ଘରର ଟାୟାର ବେପାରରେ ମନ ଦିଅନ୍ତୁ ବୋଲି ତାଙ୍କ ପରିବାର ଚାହୁଥିଲା।

ଚଳଚ୍ଚିତ୍ର ଦୁନିଆକୁ ଆସିବା ପୂର୍ବରୁ ସେ ଅନେକ ଟିଭି ଧାରାବାହିକରେ ଅଭିନୟ କରିସାରିଥିଲେ। ସେଥିରେ ଥିଲା – ଚାଣକ୍ୟ, ଭାରତ ଏକ୍‌ ଖୋଜ୍‌, ସାରା ଜାହାଁ ହମାରା, ବନେଗୀ ଅପ୍‌ନି ବାତ୍‌, ଚନ୍ଦ୍ରକାନ୍ତା, ଶ୍ରୀକାନ୍ତ ଓ ସ୍ପର୍ଶ।

ଇରଫାନ୍‌ଙ୍କ ପ୍ରଥମ ଚଳଚ୍ଚିତ୍ର ଥିଲା ମୀରା ନାୟାରଙ୍କ ‘ସଲାମ୍‌ ବମ୍ବେ’ (୧୯୮୮)। ସେତେବେଳକୁ ନ୍ୟାସନାଲ ସ୍କୁଲ୍‌ ଅଫ୍‌ ଡ୍ରାମାର ସେ ଛାତ୍ର ଥିଲେ। କିନ୍ତୁ ଦୁର୍ଭାଗ୍ୟକୁ ସୁଟିଂ ଆରମ୍ଭ ହେବାରୁ ଦୁଇ ଦିନ ପୂର୍ବରୁ ତାଙ୍କୁ ସେଇ ପ୍ରକଳ୍ପରୁ ବାଦ୍‌ କରିଦେଇଥିଲେ ଏବଂ ପ୍ରତିଶ୍ରୁତି ଦେଇଥିଲେ ଯେ ଭବିଷ୍ୟତର ଚଳଚ୍ଚିତ୍ରରେ ସୁଯୋଗ ଦେବେ। ମୀରା ନାୟାର ତାଙ୍କ ପ୍ରତିଶ୍ରୁତି ରକ୍ଷା କରି ଚଳଚ୍ଚିତ୍ର ‘ଦ ନେମ୍‌ସେକ୍‌’ରେ ମୁଖ୍ୟ ଭୂମିକାରେ ସୁଯୋଗ ଦେଇଥିଲେ। ଲେଖକ ଅସୀମ୍‌ ଛାବ୍ରାଙ୍କ ବହି ‘ଇର୍ଫାନ୍‌ ଖାନ୍‌: ଦ ମ୍ୟାନ୍‌, ଦ ଡ୍ରିମର, ଦ ଷ୍ଟାର’ରେ ତାଙ୍କର ଜୀବନଯାତ୍ରା ଉପସ୍ଥାପିତ ହୋଇଛି।

୨୦୧୦ରେ ନ୍ୟୁୟର୍କର ଯେଉଁ ରେସ୍ତୋରାଁରେ ହଲିଉଡ୍‌ ତାରକା ମାର୍କ ରଫାଲୋ ଥିଲେ ସେଇଠି ଇରଫାନ ଖାନ୍‌ ତାଙ୍କ ସହ କଥା ହୋଇଥିଲେ। ଇରଫାନ୍‌ ଆଶଙ୍କା କରିଥିଲେ ଯେ ରଫାଲୋ ବୋଧହୁଏ ତାଙ୍କୁ ଅଣଦେଖା କରି ଚାଲିଯିବେ। କିନ୍ତୁ ରଫାଲୋ ତାଙ୍କୁ ସ୍ୱୀକୃତି ଦେଇଥିଲେ ‘ଲାଇଫ୍‌ ଅଫ୍‌ ପାଇ’ରେ ଅଭିନୟ ପାଇଁ।

୨୦୧୯ରେ ଇରଫାନ ନ୍ୟୁରୋଏଣ୍ଡୋକ୍ରାଇନ୍‌ ଟ୍ୟୁମର ସହ ଯୁଝିବାରେ ଲାଗିଥିଲେ। ସେତେବେଳେ ଏକଦା ନିଜକୁ ସ୍ପଷ୍ଟ କରିବା ପାଇଁ ବଲିଉଡ୍‌ ଗୀତ ମନେପକାଇଥିଲେ – ଲଗ୍‌ ଯା ଗଲେ କି ଫିର୍‌ ୟେ ହସିଁ ଶାମ୍‌ ହୋ ନା ହୋ, ଶାୟଦ୍‌ ଇସି ଜନମ୍‌ ମେ ମୁଲାକାତ୍‌ ହୋ ନା ହୋ।

ଇରଫାନ୍‌ ନିଜର ସହପାଠିନୀ ସୁତପା ସିକ୍‌ଦାରଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ପୁଅ ଆୟାନ୍‌ ଓ ବବିଲ। ଇରଫାନ୍‌ ଜଣେ ଅଭିନେତା ଥିବା ବେଳେ ସୁତପା ଜଣେ ପଟ୍ଟକଥା ଲେଖକ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe