ଇରଫାନ୍‌ ଖାନ୍‌ଙ୍କ ପୁଅକୁ ବଲିଉଡ୍‌ରୁ ଦୂରେଇ ରହିବାକୁ ପରାମର୍ଶ

Advertisment
ଇରଫାନ୍‌ ଖାନ୍‌ଙ୍କ ପୁଅକୁ ବଲିଉଡ୍‌ରୁ ଦୂରେଇ ରହିବାକୁ ପରାମର୍ଶ

News18.com

ଦିବଂଗତ ଅଭିନେତା ଇରଫାନ୍‌ ଖାନଙ୍କ ପୁତ୍ର ବାବିଲ୍‌ ଖାନ୍‌ ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି। ଏଥିସହ ସେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପ୍ରଶ୍ନର ଜବାବ ମଧ୍ୟ ଦେଉଛନ୍ତି। ନିକଟରେ ଜଣେ ବ୍ୟକ୍ତି ବାବିଲଙ୍କୁ କହିଥିଲେ ବଲିଉଡ୍‌ରେ ଯୋଗ ଦିଅ ନାହିଁ, ବରଂ ତୁମେ ହଲିଉଡ୍‌ରେ କାମ କରିବାକୁ ଯୋଗ୍ୟ ବ୍ୟକ୍ତିତ୍ବ। ବାବିଲ୍‌ ଏହାର ଜବାବ ଦେଇ କହିଛନ୍ତି, ଦିନେ ମୁଁ ଆପଣଙ୍କୁ ଭାରତୀୟ ସିନେମାକୁ ନେଇ ଗର୍ବ କରିବାର ସୁଯୋଗ ନିଶ୍ଚୟ ଆଣିଦେବି। ଏହା ପୂର୍ବରୁ ଜଣେ କହିଥିଲେ, ତାରକାଙ୍କ ପିଲାମାନଙ୍କୁ ଅନ୍‌-ଫଲୋ କର। ଏହାର ଜବାବରେ ବାବିଲ୍‌ ଲେଖିଥିଲେ, ଭାଇ ଆପଣଙ୍କୁ ବୋଧେ ଜଣାନଥିବ, ଯିଏ ନିଜର ଅଭିନୟ ଦ୍ବାରା ଭାରତୀୟ ସିନେମାର ଧାରା ବଦଳାଇ ଦେଇଛି ତାଙ୍କ ସନ୍ତାନ ହେବା ଦ୍ବାରା କେତେ ଚାପ ଥାଏ? ନେପୋଟିଜିମ୍‌କୁ ନେଇ ଆପଣଙ୍କର ରାଗକୁ ମୁଁ ବୁଝିପାରୁଛି, କିନ୍ତୁ ପ୍ରତିଟି ମୁଦ୍ରାର ଦୁଇଟି ପାର୍ଶ୍ବ ଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe