କର୍କଟରେ ପୀଡ଼ିତ ଇରଫାନ୍‌ ଖାନ୍‌ ଜଣାଇଲେ ନିଜ ମନର କଥା

Advertisment
କର୍କଟରେ ପୀଡ଼ିତ ଇରଫାନ୍‌ ଖାନ୍‌ ଜଣାଇଲେ ନିଜ ମନର କଥା

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଇରଫାନ୍‌ ଖାନ୍‌ ବେଶ୍‌ କିଛି ମାସ ଧରି କର୍କଟ ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଛନ୍ତି। ସେ କର୍କଟ ସହିତ ସଂଗ୍ରାମ କରୁଥିବା ବେଳେ ନିଜ ମନର କଥା ଜଣାଇଛନ୍ତି।
ଇରଫାନ୍‌ କହିଛନ୍ତି, ‘ମୋତେ ଉଚ୍ଚ ଶ୍ରେଣୀର ନ୍ୟୁରୋକ୍ରାଇନ୍‌ କ୍ୟାନସର୍‌ ହୋଇଛି। ଏଥିପାଇଁ ମୋର ଚିକିତ୍ସା ଚାଲିଛି। ମୋର ଅଭିଧାନରେ ଏହି ଶବ୍ଦ ନାହିଁ। ତୁଳନାତ୍ମକଭାବେ ଏହି ରୋଗ ସଂପର୍କରେ ମୋର ଧାରଣା ଖୁବ୍‌ କମ୍‌।
ମୁଁ ଏକ କ୍ଷିପ୍ର ଗତିରେ ଚାଲୁଥିବା ଟ୍ରେନରେ ଯାତ୍ରା କରୁଥିଲି। ନିଜର ସ୍ୱପ୍ନ, ଯୋଜନା, ଆକାଙ୍‌କ୍ଷା ଓ ଲକ୍ଷ୍ୟକୁ ନେଇ ବ୍ୟସ୍ତ ଥିଲି। କିନ୍ତୁ ମୋତେ ଆକସ୍ମିକ ଧକ୍କା ଲାଗିଲା। ମୁଁ ଦ୍ୱନ୍ଦ୍ୱ ଭିତରେ ଅଛି।
ହଠାତ୍‌ ପୁଣି ମୋର ଅନୁଭବ ହେଲା ଯେ ମୁଁ ସମୁଦ୍ରରେ ସନ୍ତରଣ କରୁଛି। ଠିକ୍‌ ଏକ କର୍କ ଭଳି। ମୁଁ ନିଜକୁ ନିୟନ୍ତ୍ରଣ ଭିତରେ ରଖିବାକୁ ପ୍ରଚେଷ୍ଟା କରୁଛି। ମୋର କେବଳ ଗୋଟିଏ ଚିନ୍ତା କେମିତି ଏହି ସଂକଟରୁ ମୁକ୍ତ ହେବି। ମୋ ଭିତରେ ଥିବା ଭୟ ଓ ଆତଙ୍କ ମୋତେ ଶେଷ କରିବା ଉଚିତ ନୁହେଁ, ବରଂ ମୋତେ ଦୁଃଖୀ କରିବା ଦରକାର।
ଯେତେବେଳେ କିଛି ବି କରୁ ନଥିଲି, ସେତେବେଳେ କେହି ସାନ୍ତ୍ୱନା ଦେଉ ନ ଥିଲେ କି ପ୍ରେରଣା ଦେଉ ନଥିଲେ। ଏବେ କଷ୍ଟ ଭଗବାନଙ୍କଠାରୁ ବି ଅଧିକ ବିଶାଳ ମନେ ହେଉଛି।

publive-image
ମୋ’ପାଇଁ ବିଶ୍ୱର ଅନୁକୋଣରୁ ଲୋକେ ପ୍ରାର୍ଥନା କରୁଥିବା ମୁଁ ଜାଣିଛି। ସେମାନଙ୍କ ମୁଁ ଜାଣି ନାହିଁ। ଏହା ମୋତେ ଖୁସୀ ଓ ଉତ୍ସୁକତା ପ୍ରଦାନ କରିଛନ୍ତି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe