ଅଭିନୟରେ କ’ଣ ପୂର୍ଣ୍ଣଛେଦ ପକାଇଛନ୍ତି ପ୍ରଶାନ୍ତ ନନ୍ଦ ?

ଅଭିନୟରେ କ’ଣ ପୂର୍ଣ୍ଣଛେଦ ପକାଇଛନ୍ତି ପ୍ରଶାନ୍ତ ନନ୍ଦ ?

ତାଙ୍କୁ କିଏ କହେ ମୁଭି ମୋଗଲ୍‌ ତ ପୁଣି କେହି କହନ୍ତି ସୋ’ମ୍ୟାନ୍‌। ହେଲେ ଓଲିଉଡର ତାଙ୍କୁ ‘ଭାଇନା’ ଭାବେ ସମ୍ବୋଧନ କରନ୍ତି। ହଁ ଏଠାରେ ଯେଉଁ ଓଲିଉଡ ସେଲିବ୍ରିଟିଙ୍କ କଥା କୁହାଯାଉଛି, ସେ ହେଲେ ପ୍ରଶାନ୍ତ ନନ୍ଦ।

ପ୍ରଶାନ୍ତ ନନ୍ଦ ଶିଶୁ କଳାକାରଭାବେ ଓଡ଼ିଆ ସିନେଜଗତରେ ପ୍ରବେଶ କରିଥିଲେ। ସେ ‘ଦସ୍ୟୁ ରତ୍ନାକର’ ଚଳଚ୍ଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ବଡ଼ ହେବାପରେ ପରଦା ଉପରେ ନାୟକ ଭାବେ ଉଭା ହୋଇଥିଲେ ପ୍ରଶାନ୍ତ ନନ୍ଦ। ଦର୍ଶକ ପ୍ରଶାନ୍ତ ନନ୍ଦଙ୍କୁ ମଧ୍ୟ ନାୟକ ଭାବେ ଖୁବ୍‌ ପସନ୍ଦ କରିଥିଲେ।

ଏହାପରେ ଅଭିନେତା ପ୍ରଶାନ୍ତ ନନ୍ଦ ନିର୍ଦ୍ଦେଶନା କ୍ଷେତ୍ରକୁ ଆସିଥିଲେ। ସେ ପ୍ରଥମେ ‘ଶେଷ ଶ୍ରାବଣ’ର ନିର୍ଦ୍ଦେଶନା ଦେଇଥିଲେ। ୧୯୭୬ ମସିହାରେ ମୁକ୍ତିପ୍ରାପ୍ତ ହୋଇଥିବା ଏହି ସିନେମାରେ ପ୍ରଶାନ୍ତ ନନ୍ଦ ମଧ୍ୟ ନାୟକ ଭୂମିକାରେ ଅଭିନୟ କରିଥିଲେ। ତା’ପରେ ସେ ଉଭୟ ଅଭିନୟ ଓ ନିର୍ଦ୍ଦେଶନା କ୍ଷେତ୍ରରେ ସକ୍ରିୟ ହୋଇଥିଲେ।

ହେଲେ ବିଗତ ୨୧ ବର୍ଷ ହେବ ଏହି ଲୋକପ୍ରିୟ ଅଭିନେତା-ନିର୍ଦ୍ଦେଶକ କିନ୍ତୁ ଅଭିନୟରୁ ଓହରି ଯାଇଛନ୍ତି। ପ୍ରକାରାନ୍ତରେ କହିବାକୁ ଗଲେ ସେ ଅଭିନୟରେ ପୂର୍ଣ୍ଣଚ୍ଛେଦ ଟାଣି ଦେଇଛନ୍ତି। ଏକଥାକୁ ବି ସେ କିଛି ବର୍ଷ ତଳେ ସ୍ୱୀକାର କରିଥିଲେ।

ପ୍ରଶାନ୍ତ ନନ୍ଦ ଶେଷ ଥର ପାଇଁ ନିଜ ନିର୍ଦ୍ଦେଶିତ ‘ବାପା’ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ଏଥିରେ ସେ ଶୀର୍ଷକ ଭୂମିକାରେ ଦେଖା ଦେଇଥିଲେ। ଏହାପରେ କୃଷ୍ଣା କାବେରୀ, ଓମ୍‌ ଶାନ୍ତି ଓମ୍‌ , କାଳୀଶଙ୍କର, ଥୁକୁଲ୍‌ ଓ ଜୀଅନ୍ତା ଭୂତ ଆଦି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। ହେଲେ ଏଥିରେ ସେ ଅଭିନୟ କରି ନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe