photo-zeenews
ବଲିଉଡ଼୍ର ଅନ୍ ସ୍କ୍ରିନ୍ କ୍ୟୁଟ୍ କପୁଲ୍ ହେଉଛନ୍ତି ଅଭିନେତା ରଣବୀର୍ ସିଂହ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନ ।ଏହି ଦୁଇ ଯୋଡ଼ିଙ୍କ ସଂପର୍କ କାହାରିକୁ ଅଛପା ନଥିଲାବେଳେ,ଏମାନଙ୍କ ବିବାହକୁ ନେଇ ପ୍ରଶଂସକ ମନରେ ଭରି ରହିଛି ବେଶ୍ ଉତ୍କଣ୍ଠା, ହେଲେ ଏନେଇ ଏହି ପ୍ରେମୀ ଯୁଗଳ କେବେବି ସେମାନଙ୍କର ମୁହଁ ଖୋଲି ନାହାନ୍ତି। ହେଲେ ଏବେ ଦୀପିକା ତାଙ୍କ ପ୍ରେମିକ ରଣବୀର୍ ସିଂହଙ୍କ ସଂପର୍କରେ ଏଭଳି ମନ୍ତବ୍ୟ ଦେଇଛନ୍ତି ଯାହା ଶୁଣିଲେ ଆପଣ ବି ଉନ୍ମାଦିତ ହେବେ।
ଦୀପିକା ପାଦୁକୋନ ନେହା ଧୁପିଆଙ୍କ ଭଗ୍ ବିଏଫଏଫ୍ ସୋ’ରେ ଯୋଗ ଦେଇଥବା ବେଳେ ତାଙ୍କୁ ପଚରାଯାଇଥିଲା ଯେ ରଣବୀର ସିଂ କ’ଣ ଜଣେ ଭଲ କିସର୍? ଏହାର ଉତ୍ତରରେ ଦୀପିକା ବିନ୍ଦାସ ହୋଇ କହିଥିଲେ ଯେ ହଁ ରଣବୀର ହେଉଛନ୍ତି ବେଷ୍ଟ କିସର୍ ।’
ଏଠାରେ ସୂଚନାଯୋଗ୍ୟ ଯେ ଏଦୁହେଁ ପ୍ରାୟ ୪ ବର୍ଷ ହେବ ପ୍ରେମ ସଂପର୍କରେ ଅଛନ୍ତି ଏବଂ କ୍ରମାଗତଭାବେ ତିନିଟି ସିନେମା ‘ରାମଲୀଲା ,ବାଜିରାଓ ମସ୍ତାନୀ ଏବଂ ପଦ୍ମାବତ୍ରେ ଏକାଠି କାମ କରିଛନ୍ତି।
photo-_intoday.inକିଛି ଦିନତଳେ ଫିଲ୍ମଫେୟାର୍ ମାଗାଜିନ୍ ଲାଗି ଅଭିନେତ୍ରୀ ଦୀପିକା ତାଙ୍କର ଏକ ସାକ୍ଷାତକାର ଜରିଆରେ କହିଥିଲେ କି ,ଯେପର୍ଯ୍ୟନ୍ତ ସେ ଆଉ ଅଭିନେତା ରଣବୀର୍ ସିଂହ ଏକାସାଂଗରେ ରିଲେସନ୍ସିପ୍ରେ ରହିଛନ୍ତି,ସେହି ପର୍ଯ୍ୟନ୍ତ ତାଙ୍କର ଅନ୍ୟ କୌଣସି ସାମଗ୍ରୀର ଆଦୌ ଆବଶ୍ୟକତା ନାହିଁ।ଏଥିସହିତ ଉଭୟ ଏହି ଯୋଡ଼ି ପରସ୍ପର ସହିତ କଂଫର୍ଟେବଲ୍ ଥିବା କଥାକୁ ମଧ୍ୟ ସ୍ୱୀକାର କରିଛନ୍ତି।ତେବେ ଅଭିନେତ୍ରୀ ଦୀପିକା ତାଙ୍କ ରଣବୀର୍ଙ୍କର ବିବାହର ପ୍ରଶ୍ନର ଉତ୍ତରରେ କହିଛନ୍ତି ଯେ, ତାଙ୍କର ଫ୍ୟାନ୍ସ ଦୀପିକା-ରଣବୀର୍ଙ୍କ ବିବାହକୁ ନେଇ ବେଶ୍ ଉତ୍ସାହିତ ରହିଥିବାବେଳେ, ସେ ମଧ୍ୟ ପ୍ରେମିକ ରଣବୀର୍ଙ୍କୁ ବିବାହ କରି ଘରସଂସାର କରିବାକୁ ଚାହୁଁଛନ୍ତି।ତେବେ ଏହି ଶୁଭ ସମୟ କେବେ ଆସିବ ଏନେଇ ତାଙ୍କର କୌଣସି ଅଭିଜ୍ଞତା ନଥିବା ସେ କହିଥିଲେ ।
Follow Us