ମୁମ୍ବାଇ: ସୁସ୍ମିତା ସେନ୍ ଓ ଲଲିତ୍ ମୋଦୀ ପରସ୍ପରଙ୍କୁ ଡେଟ୍ କରୁଥିବା କଥା ଆପଣ ଜାଣିଥିବେ ନିଶ୍ଚୟ। ବିବାଦୀୟ ବ୍ୟବସାୟୀ ଲଲିତ ମୋଦୀ ସୁସ୍ମିତାଙ୍କ ସହ ଦୁଇଟି ଫଟୋ ସେୟାର୍ କରିଛନ୍ତି। ସେ ଫଟୋ ସେୟାର୍ କରିବା ସହ ନୂଆ ଆରମ୍ଭ ବୋଲି ତାଙ୍କ ଟ୍ବିଟର୍ ଆକାଉଣ୍ଟ୍ରେ ଲେଖିଛନ୍ତି। ତେବେ ସେ ବିବାହ କରିିନାହାନ୍ତି ବୋଲି ମଧ୍ୟ ତାଙ୍କ ପୋଷ୍ଟ୍ରେ ସ୍ପଷ୍ଟ କରିଛନ୍ତି।
ତେବେ ସୁସ୍ମିତାଙ୍କ ହାତରେ ଥିବା ମୁଦିକୁ ଦେଖି ତାଙ୍କର ନିର୍ବନ୍ଧ ହୋଇସାରିଛି ବୋଲି ପ୍ରଶଂସକମାନେ ଅନୁମାନ କରୁଛନ୍ତି। ଅଧିକାଂଶ ସ୍ଥାନରେ ସୁସ୍ମିତା ତାଙ୍କ ମୁଦିକୁ ଦେଖାଇ ଫଟୋ ଉଠାଇଛନ୍ତିି। ଏହି ମୁଦି ଳଲିତ ସୁସ୍ମିତାଙ୍କୁ ଉପହାର ଦେଇ ଥାଇପାରନ୍ତି ବୋଲି କଥା ଉଠୁଛି।
ଅଭିନେତ୍ରୀଙ୍କ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ୍ ଦେଖିଲେ ଆପଣ ଜାଣିପାରିବେ ଯେ ସେ ଏହି ମୁଦି ଲଲିତଙ୍କୁ ଡେଟିଂ କରିବା ପରେ ହିଁ ପିନ୍ଧିଛନ୍ତି। ଏହି କାରଣରୁ ମୁଦିଟି ତାଙ୍କୁ ଲଲିତ ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି।
ଇଣ୍ଡିଆ ଟୁଡେ ଟିମ୍ ସୁସ୍ମିତାଙ୍କ ଭାଇ ରାଜୀବଙ୍କୁ ତାଙ୍କ ନିର୍ବନ୍ଧ କଥା ପଚାରିବାରୁ ସେ କହିଛନ୍ତି କି ମୁଁ ନିଜେ ବି ଏକଥା ଶୁଣି ଆଶ୍ଚର୍ଯ୍ୟ। ମୁଁ ଏ ବିଷୟରେ ମୋ ଭଉଣୀ ସହ କଥା ହେଲା ପରେ ଯାଇ କହିପାରିବି।
Follow Us