ନେହାଙ୍କ ସୋ’ରେ ଇଶାନଙ୍କ ଖୁଲାସା : ଜାହ୍ନବୀଙ୍କୁ ନୁହେଁ ଏହାକୁ କରୁଛନ୍ତି ଡେଟ୍‌ !

Advertisment
ନେହାଙ୍କ ସୋ’ରେ ଇଶାନଙ୍କ ଖୁଲାସା : ଜାହ୍ନବୀଙ୍କୁ ନୁହେଁ ଏହାକୁ କରୁଛନ୍ତି ଡେଟ୍‌ !

newsstate.com

ମୁମ୍ବାଇ : ଫିଲ୍ମ ‘ଧଡ଼କ’ ରିିଲିଜ୍‌ ହେବା ପରଠାରୁ ଅଭିନେତା ଇଶାନ ଖଟ୍ଟର ଏବଂ ଅଭିନେତ୍ରୀ ଜାହ୍ନବୀ କପୁରଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଛି ବୋଲି ଚର୍ଚ୍ଚା ହୋଇ ଆସୁଛି । କିନ୍ତୁ ଦୁହେଁ କେବେ ହେଲେ ଏହାକୁ ସ୍ୱୀକାର କରି ନାହାନ୍ତି । ତେବେ ଦୁହିଁଙ୍କ ସଂପର୍କକୁ ନେଇ ଆଲୋଚନା ଚାଲିଥିବା ବେଳେ ଇଶାନ ନିଜ ପ୍ରେମ ସଂପର୍କ ବିଷୟରେ ଖୋଲାଖୋଲି ଭାବେ ଜଣାଇଛନ୍ତି । ଅଭିନେତ୍ରୀ ନେହା ଧୁପିଆଙ୍କ ଟକ୍‌ ସୋ’ରେ ପହଞ୍ଚି ଇଶାନ ନିଜର ବ୍ୟକ୍ତିଗତ ଜୀବନ ବିଷୟରେ ଜଣାଇଥିଲେ ।

publive-image DNA India

ଜାହ୍ନବୀ ଏବଂ ତୁମ ଭିତରେ କିଛି ଚାଲିଛି କି? ବୋଲି ନେହା ପ୍ରଶ୍ନ କରିବା ପରେ, ପ୍ରେମରେ ତ ମୁଁ ପଡ଼ିଛି । କିନ୍ତୁ ଜାହ୍ନବୀଙ୍କ ସହ ନୁହେଁ ବରଂ କଫି ସହ ପ୍ରେମରେ ପଡ଼ିଛି ବୋଲି କହିଥିଲେ ଇଶାନ । ଏହା ପରେ କେମିତି ଝିଅ ଦରକାର ବୋଲି ନେହା ପଚାରିବା ପରେ, ଯେଉଁ ଝିଅ ସଚ୍ଚୋଟ ହୋଇଥିବ, ପିଲାଳିଆମି ଥିବ, ମଜା କରିବା ସହ ନିଜର ଦାୟିତ୍ୱ ବୁଝି ପାରୁଥିବ ମୋତେ ସେଭଳି ଝିଅ ଦରକାର ବୋଲି କହିଥିଲେ ଇଶାନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe