ବଲିଉଡର ଜଣାଶୁଣା ନାୟକ ଈଶାନ୍‌ ଖଟ୍ଟରଙ୍କ ଏହି ସ୍ବପ୍ନ ପୂରଣ ହେବ କେବେ?

Advertisment
ବଲିଉଡର ଜଣାଶୁଣା ନାୟକ ଈଶାନ୍‌ ଖଟ୍ଟରଙ୍କ ଏହି ସ୍ବପ୍ନ ପୂରଣ ହେବ କେବେ?

image source-patrika.com

ମୁମ୍ବାଇ: ଆଜି ହେଉଛି ବଲିଉଡର ଜଣାଶୁଣା ନାୟକ ଈଶାନ୍‌ ଖଟ୍ଟରଙ୍କ ୨୪ତମ ଜନ୍ମଦିନ। ଈଶାନ ହେଉଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତା ଶାହିଦ୍‌ କପୁରଙ୍କ ସାନ ଭାଇ ଏବଂ ତାଙ୍କର ଦୁଇଟି ସିନେମା ‘ବିଅଣ୍ଡ ଦ କ୍ଲାଉଡ୍‌ସ’ ଏବଂ ‘ଧଡକ୍‌’ ରିଲିଜ୍‌ ହୋଇଛି। ତାଙ୍କ ସଂପର୍କରେ ଏବେ ଗୋଟିଏ କଥା ଶୁଣିବାକୁ ମିଳୁଛି।

ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କ ସହ କିଏ ବା କାମ ନ କରିବାକୁ ଚାହେଁ। ବଲିଉଡର ସବୁ ସୁପରଷ୍ଟାର ବି ତାଙ୍କ ଫିଲ୍ମରେ ଅଭିନୟ କରିବା ପାଇଁ ଆଗ୍ରହ ଦେଖାଇଥାନ୍ତି। ଏଭଳି ପରିସ୍ଥିତିରେ ଅପେକ୍ଷାକୃତ କମ୍ ପରିଚିତ ନାୟକ ଈଶାନ୍‌ ଖଟ୍ଟର୍ ବା କେମିତି ଏଥିରୁ ବାଦ୍‌ ପଡ଼ନ୍ତେ।
ଈଶାନ୍‌ ଖଟ୍ଟର୍ ସଂଜୟ ଲୀଲା ଭଂସାଲୀଙ୍କ ଆଗାମୀ ଏକ ସିନେମାରେ କାମ କରିବେ ବୋଲି ଚର୍ଚ୍ଚା ହେଉଛି। ସଂଜୟ ପୂର୍ବରୁ ସେହି ସିନେମାରେ ରଣବୀର ସିଂହଙ୍କୁ ନାୟକ ଭୂମିକାରେ ନେବେ ବୋଲି ସ୍ଥିର କରିଥିଲେ। ମାତ୍ର ଏବେ ରଣବୀରଙ୍କ ହାତରେ ଡେଟ୍‌ସ ନଥିବା ହେତୁ ତାଙ୍କ ପରିବର୍ତ୍ତେ ଈଶାନ୍‌ଙ୍କୁ ନେବା ଲାଗି ମନ ବଳାଇଛନ୍ତି ବୋଲି ଚର୍ଚ୍ଚା ହେଉଛି।

publive-image image source-indiatoday

ଆହୁରି ମଧ୍ୟ କୁହାଯାଉଛି ଯେ, ଇତି ମଧ୍ୟରେ ଈଶାନ୍‌ ଖଟ୍ଟର ଓ ସଂଜୟ ଲୀଲା ଭଂସାଲିଙ୍କ ମଧ୍ୟ ସାକ୍ଷାତ ଆଲୋଚନା ହୋଇଛି। ଈଶାନ୍‌ ଏହି ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଥିବା କୁହାଯାଉଛି। ତେବେ ଏହି ନୂଆ ସିନେମା ସଂପର୍କରେ ଈଶାନ ବା ସଂଜୟ ଲୀଲା ଭଂସାଲୀଙ୍କ ପକ୍ଷରୁ କୌଣସି ସୂଚନା ମିଳି ନାହିଁ। ତେବେ ଭଂସାଲୀଙ୍କ ସହ କାମ କରିବାର ଈଶାନଙ୍କର ସ୍ବପ୍ନ ପୂରଣ ହେଉଛି କି ନା ଶୀଘ୍ର ଜଣାପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe