ନୂଆଦିଲ୍ଲୀ: ଅପମାନିତ କଲା ପରି ବ୍ୟବହାର ପାଇଁ ବିଗ୍ ବି ଅମିତାଭ ବଚ୍ଚନଙ୍କୁ କ୍ଷମା ମାଗିଲେ ଇଶିତ୍ ଭଟ୍ଟ। କିଛି ଦିନ ପୂର୍ବେ, ଲୋକପ୍ରିୟ ରିଆଲିଟି ସୋ’ କୌନ୍ ବନେଗା କରୋଡପତି-୧୭(KBC-17)ରେ ପ୍ରତିଯୋଗୀ ଭାବରେ ନଜର ଆସିଥିଲେ ଇଶିତ୍। ଏହି ସମୟରେ ବିଗ୍ ବିଙ୍କ ସହ ତାଙ୍କ କଥାବାର୍ତ୍ତାକୁ ନାପସନ୍ଦ କରିଥିଲେ ସୋସିଆଲ ମିଡିଆରେ ବ୍ୟବହାରକାରୀ। ଏହାକୁ ବିଗ୍ ବିଙ୍କ ପ୍ରତି ଅସମ୍ମାନଜନକ ବୋଲି କହି ତାଙ୍କୁ ଟ୍ରୋଲ କରାଯାଇଥିଲା। ସୋସିଆଲ ମିଡିଆରେ ତାଙ୍କର ଅନେକ ଭିଡିଓ ଭାଇରାଲ ହୋଇଥିବା ବେଳେ ମାତାପିତା ଇଶିତ୍ଙ୍କୁ ସଂସ୍କାର ଶିଖାଇ ନଥିବା କହି ଅନେକ ଲୋକ ତାଙ୍କୁ ଟ୍ରୋଲ କରିଥିଲେ। ଏବେ ଇନଷ୍ଟାଗ୍ରାମ ଜରିଆରେ ଇଶିତ ଭଟ୍ଟ ତାଙ୍କ ଆଚରଣ ପାଇଁ ବିଗ୍ ବିଙ୍କୁ କ୍ଷମା ମାଗିଛନ୍ତି।
ମୋ ବ୍ୟବହାର ପାଇଁ କ୍ଷମା ମାଗୁଛି: ଇଶିତ୍
ଇଶିତ ଭଟ୍ଟ ତାଙ୍କ ଇନଷ୍ଟାଗ୍ରାମରେ ଅମିତାଭ ବଚ୍ଚନଙ୍କ ସହ ଏକ ଫଟୋ ସେୟାର କରିଛନ୍ତି ଏବଂ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି, ଯାହାର କ୍ୟାପସନରେ ଲେଖାଅଛି, "କୌନ୍ ବନେଗା କରୋଡପତିରେ ମୋର ଆଚରଣ ପାଇଁ ମୁଁ ଆନ୍ତରିକ ଭାବରେ କ୍ଷମା ମାଗିବାକୁ ଚାହୁଁଛି। ମୁଁ ଟିକେ ଡରି ଯାଇଥିଲି, ଏବଂ ମୋର ଆଚରଣ ସମ୍ପୂର୍ଣ୍ଣ ଭୁଲ ଥିଲା। କାହାକୁ ଖରାପ ବ୍ୟବହାର କରିବାର ଉଦ୍ଦେଶ୍ୟ ମୋର ନଥିଲା। ମୁଁ ଅମିତାଭ ବଚ୍ଚନ ସାର୍ ଏବଂ ସମଗ୍ର KBC ଦଳକୁ ବହୁତ ସମ୍ମାନ କରେ। ଏହି ଘଟଣା ପରେ ମୁଁ ଏକ ବଡ଼ ଶିକ୍ଷା ପାଇଲି। କିପରି ଶବ୍ଦର ଚୟନ ଏବଂ କାର୍ଯ୍ୟ ଆମର ଭାବମୂର୍ତ୍ତିକୁ ପ୍ରଭାବିତ କରେ ତାହା ମୁଁ ଜାଣିପାରିଛି, ବିଶେଷକରି ଏତେ ବଡ଼ ପ୍ଲାଟଫର୍ମରେ। ମୁଁ ଭବିଷ୍ୟତରେ ଆହୁରି ଅଧିକ ଭଦ୍ର, ସମ୍ମାନଜନକ ଏବଂ ବିଚାରଶୀଳ ହେବାକୁ ପ୍ରତିଶ୍ରୁତି ଦେଉଛି।"
ଉଲ୍ଲେଖଯୋଗ୍ୟ, KBCକୁ ଆସି ହଟ୍ ସିଟ୍ରେ ବସିବା ପରେ ଇଶିତ ଅମିତାଭ ବଚ୍ଚନଙ୍କୁ ଅପମାନିତ କରିଥିଲେ। ବିଗ୍ ବି ପ୍ରଶ୍ନ କରିବା ସମୟରେ ବାରମ୍ବାର ବାଧା ଦେବା ସହ କୁଇଜ୍ ନିୟମ ଶୁଣିବାକୁ ଅନିଚ୍ଛା ପ୍ରକାଶ କରିଥିଲେ। ଏମିତି କି ସେ ବିଗ୍ ବିଙ୍କ ସହ ଯେଉଁଭଳି ଭାବରେ କଥା ହୋଇଥିଲେ, ତାହା କାହାକୁ ପସନ୍ଦ ଆସିନଥିଲା।
ଆହୁରି ପଢ଼ନ୍ତୁ: Actress's crime caught on CCTV: ଧକ୍କା ଦେଇ ଖସି ପଳାଇଥିଲେ, ସିସିଟିଭି ଧରା ପକାଇ ଦେଲା ଅଭିନେତ୍ରୀଙ୍କ ଅପରାଧ
ଆହୁରି ପଢ଼ନ୍ତୁ:Tejaswi on Modi: ଗୁଜୁରାଟକୁ ବୁଲେଟ ଟ୍ରେନ ଦେଉଛ, ଭୋଟ ପାଇଁ ବିହାର ଆସୁଛ: ତେଜସ୍ୱୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/10/25/big-b-2025-10-25-13-50-28.jpg)