ଶିଶୁପୁତ୍ରଙ୍କୁ ଜନ୍ମ ଦେଲେ ଅଜୟ ଦେବଗନଙ୍କ ଅନସ୍କ୍ରିନ ଝିଅ ଈଶିତା, ବିବାହର ୬ବର୍ଷ ପରେ ହେଲେ ମା’

Advertisment
ଶିଶୁପୁତ୍ରଙ୍କୁ ଜନ୍ମ ଦେଲେ ଅଜୟ ଦେବଗନଙ୍କ ଅନସ୍କ୍ରିନ ଝିଅ ଈଶିତା, ବିବାହର ୬ବର୍ଷ ପରେ ହେଲେ ମା’

bollywoodshaadis

ମୁମ୍ବାଇ: ବିବାହର ୬ବର୍ଷ ପରେ ମା’ ହେଲେ ବଲିଉଡ ସୁପରଷ୍ଟାର ଅଜୟ ଦେବଗନଙ୍କ ଝିଅ ଭୂମିକା ନିଭାଇ ସାରିଥିବା ଅଭିନେତ୍ରୀ ଈଶିତା ଦତ୍ତା। ବୁଧବାର ଈଶିତା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ପ୍ରସବ ବୁଧବାର ହୋଇଥିବା ବେଳେ ଶୁକ୍ରବାର ହସ୍ପିଟାଲରୁ ଈଶିତା ଘରକୁ ଆସିବେ ବୋଲି ଜଣାପଡ଼ିଛି। ଏହି ଖବର ସାମ୍ନାକୁ ଆସିବା ପରେ ଏବେ ଈଶିତା ଓ ତାଙ୍କ ସ୍ବାମୀ ତଥା ଅଭିନେତା ବତ୍ସଲ ସେଠଙ୍କ ପ୍ରଶଂସକ ଦୁହିଁଙ୍କୁ ଶୁଭେଚ୍ଛା ଜଣାଇବା ଆରମ୍ଭ କରିଛନ୍ତି।

କିଛି ଦିନ ତଳେ ଈଶିତାଙ୍କର ଗୋଦଭରାଇ ହୋଇଥିଲା। ଏହା ପରେ ବତ୍ସଲ ସେଠଙ୍କ ସହ ସେ ଅନେକ ଫଟୋ ମଧ୍ୟ ସେୟାର କରିଥିଲେ। ଫଟୋରେ ଈଶିତା ନିଜର ବେବି ବମ୍ପ ଦେଖାଇଥିବା ବେଳେ ସ୍ବାମୀଙ୍କ ସହ କରିଥିବା ଅନେକ ରିଲ୍ ଭାଇରାଲ ହୋଇଥିଲା।

ତେବେ ବତ୍ସଲ ଓ ଈଶିତା ପ୍ରଥମେ ଟିଭି ସୋ’ ରିସ୍ତୋଁ କା ସୌଦାଗର-ବାଜିଗରର ସେଟରେ ଭେଟିଥିଲେ। ଏହି ଧାରାବାହିକ ପାଇଁ ସୁଟିଂ କରୁଥିବା ବେଳେ ଦୁହେଁ ପ୍ରଥମେ ଭଲ ବନ୍ଧୁ ହେଲେ ଏବଂ ପରେ ପରସ୍ପରକୁ ଭଲ ପାଇ ବସିଲେ। ଏହା ପରେ ୨୦୧୭ ମସିହାରେ ଅଭିନେତା ବତ୍ସଲ ସେଠକୁ ଲୁଚାଛପାରେ ବିବାହ କରିଥିଲେ ଈଶିତା। ବିବାହର ୬ବର୍ଷ ପରେ ମାର୍ଚ୍ଚରେ ଈଶିତାଙ୍କ ଗର୍ଭଧାରଣର ଖବର ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏପ୍ରିଲ ଆରମ୍ଭରେ ଦମ୍ପତି ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଖବରକୁ ନିଶ୍ଚିତ କରିଥିଲେ। ବେବି ବମ୍ପର ଫଟୋ ସେୟାର କରି ଖୁବଶୀଘ୍ର ମାତାପିତା ହେବାକୁ ଯାଉଥିବା ଜଣାଇଥିଲେ ଦମ୍ପତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe