ଦର୍ଶକ ହିଁ କଳାକାରଙ୍କୁ ଗଢ଼ନ୍ତି: କରୀନା

ଦର୍ଶକ ହିଁ କଳାକାରଙ୍କୁ ଗଢ଼ନ୍ତି: କରୀନା

image source--indiatoday

ଅଭିନେତା ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ପରଠାରୁ ‘ସ୍ବଜନତୋଷଣ ବା ନେପୋଟିଜିମ୍‌’କୁ ନେଇ ଚର୍ଚ୍ଚା ସରଗରମ ରହିଥିବା ବେଳେ ମୁହଁ ଖୋଲିଛନ୍ତି ବଲିଉଡ୍‌ର ବେବୋ କରୀନା କପୁର୍‌ ଖାନ୍‌। ଜାତୀୟ ଗଣମାଧ୍ୟମର ଜଣେ ଜଣାଶୁଣା ବରିଷ୍ଠ ସାମ୍ବାଦିକଙ୍କୁ ସାକ୍ଷାତକାର ଦେବା ଅବସରରେ କରୀନା କହିଛନ୍ତି, ଗୋଟିଏ କଳାକାରକୁ ଦର୍ଶକ ହିଁ ଗଢ଼ିଥା’ନ୍ତି। ଯେଉଁମାନେ ‘ସ୍ବଜନତୋଷଣ’କୁ ପ୍ରସଙ୍ଗ କରି ଅନ୍ୟ କଳାକାରମାନଙ୍କ ଉପରକୁ ଆଙ୍ଗୁଠି ଉଠାଉଛନ୍ତି, ସେହିମାନେ ହିଁ ନେପୋଟିଷ୍ଟିକ୍‌ ଷ୍ଟାର୍‌ଙ୍କୁ ଜନ୍ମ ଦିଅନ୍ତି। ୨୧ ବର୍ଷ ଧରି ଚଳଚ୍ଚିତ୍ର ଦୁନିଆରେ ରହି ମୁଁ ଏତିକି ଅନୁଭବ କରିଛି, ଏଠାରେ ଦର୍ଶକଙ୍କ ନିଷ୍ପତ୍ତି ହିଁ ଶେଷ ନିଷ୍ପତ୍ତି। ମୁଁ ବି ମୋ ଜୀବନରେ ବହୁତ ସଂଘର୍ଷ କରିଛି। ହୁଏ ତ ମୋ କ୍ୟାରିୟର୍‌ ୧୦ ଟଙ୍କା ନେଇ ଟ୍ରେନ୍‌ ଯାତ୍ରାରୁ ଆରମ୍ଭ ହୋଇନାହିଁ, କିନ୍ତୁ ବଲିଉଡ୍‌ରେ ତିଷ୍ଠି ରହିବା ପାଇଁ ସଂଘର୍ଷ କରିଛି। ସେ ଆହୁରି କହିଛନ୍ତି, ଜଣେ କଳାକାରଙ୍କୁ ଦର୍ଶକ ହିଁ ଗଢ଼ିଥାନ୍ତି। ଏହାର ପ୍ରକୃଷ୍ଟ ଉଦାହରଣ ହେଉଛନ୍ତି, ଶାହରୁଖ୍‌ ଖାନ୍, ଅକ୍ଷୟ କୁମାର, ଆୟୁଷ୍ମାନ୍‌ ଖୁରାନା ଓ ରାଜକୁମାର ରାଓ। ଅତି ସାଧାରଣ ପରିବାରରୁ ଆସି ଆଜି ବଲିଉଡ୍‌ରେ ସଫଳ ଚେହେରା ପାଲଟିଛନ୍ତି। ଏଠାରେ କଠିନ ପରିଶ୍ରମ କରିବା ଓ ଆଗକୁ ବଢ଼ିବା ହିଁ ଏକମାତ୍ର ମନ୍ତ୍ର। ସେ ଆଲିଆ ଭଟ୍ଟ ହୁଅନ୍ତୁ କି କରୀନା କପୁର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe