Image Courtesy of India Today
ମୁମ୍ବାଇ: ଆଜି ଆୟକର ବିଭାଗ ପକ୍ଷରୁ ଚଳଚ୍ଚିତ୍ର ପ୍ରଯୋଜକ ମଧୁ ମନ୍ତେନା, ଅଭିନେତ୍ରୀ ତାପସୀ ପନ୍ନୁ, ନିର୍ଦେଶକ/ପ୍ରଯୋଜକ ଅନୁରାଗ କଶ୍ୟପ ଏବଂ ବିକାଶ ବହଲଙ୍କ ମୁମ୍ବାଇ ବାସଭବନ ସମେତ ୨୨ଟି ସ୍ଥାନରେ ଚଢ଼ାଉ କରାଯାଉଛି।
ଟିକସ ଫାଙ୍କି ଘଟଣାରେ ‘ଫ୍ୟାଣ୍ଟମ୍ ଫିଲ୍ମ୍ସ୍’ ପ୍ରତିଷ୍ଠାନ ସହ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କର ମୁମ୍ବାଇ ଅଞ୍ଚଳରେ ଥିବା ଘରେ ଆୟକର ବିଭାଗ ଏବେ ତଲାସ ଚଳାଇଛି। ଏହି ପ୍ରତିଷ୍ଠାନ ସହ ସମ୍ପୃକ୍ତ ଅନ୍ୟ କେତେଜଣ ବ୍ୟକ୍ତି ହେଉଛନ୍ତି ଶିବାଶିଷ ସର୍କାର, ଅଫସର୍ ଜାଇଦି ଏବଂ ବିଜୟ ସୁବ୍ରମଣିୟମ୍।
Image Courtesy of NDTV୨୦୧୧ରେ ଅନୁରାଗ କଶ୍ୟପ, ନିର୍ଦେଶକ ବିକ୍ରମାଦିତ୍ୟ ମୋତଓ୍ଵାନେ, ପ୍ରଯୋଜକ ମଧୁ ମନ୍ତେନା ଏବଂ ବିକାଶ ବହଲ ଚଳଚ୍ଚିତ୍ର ପ୍ରଯୋଜନା ଏବଂ ବଣ୍ଟନ କମ୍ପାନି ‘ଫ୍ୟାଣ୍ଟମ୍ ଫିଲ୍ମ୍ସ୍’ ସଂସ୍ଥାପନା କରିଥିଲେ। କିନ୍ତୁ, ସହ-ସଂସ୍ଥାପକ ବିକାଶ ବହଲଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଗତ ହେବାରୁ ୨୦୧୮ ଅକ୍ଟୋବର ମାସରେ ଏହି କମ୍ପାନି ଭାଙ୍ଗି ଯାଇଥିଲା।
ସୂଚନାଯୋଗ୍ୟ, କେତେକ ଜାତୀୟ ସମସ୍ୟା ସଂକ୍ରାନ୍ତରେ କଶ୍ୟପ ଏବଂ ପନ୍ନୁ କେତେକ ମନ୍ତବ୍ୟ ଦେଇ ବିବାଦୀୟ ହୋଇ ପଡ଼ିଛନ୍ତି।
Follow Us