ମୁମ୍ବାଇ: ରଣବୀର ସିଂହଙ୍କ ନାଁ ଶୁଣିବା ମାତ୍ରେ ଆପଣ ଜାଣି ସାରିବେଣି ଯେ ନିଶ୍ଚୟ କିଛି ନିଆରା ଘଟଣା ଘଟିଥିବ। ସଦାବେଳେ କିଛି ନା କିଛି ନିଆରା କାର୍ଯ୍ୟ କରୁଥିବା ଏହି ଅଭିନେତା ଜଣକ ନିକଟରେ ସେ କରିଥିବା ନ୍ୟୁଡ୍(ନଗ୍ନ) ଫଟୋସୁଟ୍କୁ ନେଇ ଚର୍ଚ୍ଚାରେ ଅଛନ୍ତି। ରଣବୀର ଫଟୋସୁଟ୍ରେ ଏକ ଅନ୍ତର୍ବସ୍ତ୍ର ପରିଧାନ କରିଛନ୍ତି, ମାତ୍ର ତାହା ଅଧିକାଂଶ ସ୍ଥାନରେ ଦୃଶ୍ୟମାନ ହେଉନାହିଁ।
ଲୋକପ୍ରିୟ ଫେସନ୍ ପତ୍ରିକା ପେପର୍ ମାଗାଜିନ୍ ପାଇଁ ରଣବୀର ତାଙ୍କର ଏହି ନଗ୍ନ ଫଟୋସୁଟ୍ କରି ଗତକାଲିଠାରୁ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛନ୍ତି। ଏକ କସ୍ମୋପଲିଟାନ୍ ମାଗାଜିନ୍ ପାଇଁ ଏପରି ଫଟୋସୁଟ୍ କରିଥିବା ବର୍ଟ ରେନୋଲ୍ଡସଙ୍କ ଠାରୁ ସେ ପ୍ରେରିତ ହୋଇ ଏପରି ଫଟୋସୁଟ୍ କରିଥିବା ସୂଚନା ରହିଛି।
ରଣବୀରଙ୍କ ଏହି ନଗ୍ନ ଫଟୋସୁଟ୍ ବିଶେଷ କରି ଟ୍ବିଟର୍ରେ ଖୁବ୍ ଜୋର୍ରେ ଟ୍ରେଣ୍ଡ୍ କରିବାରେ ଲାଗିଛି। ଏହି ଫଟୋକୁ ବ୍ୟବହାର କରି ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଅନେକ ମିମ୍ ବନାଉଥିବାର ଦେଖିବାକୁ ମିଳିଛି।
ରଣବୀରଙ୍କ ଉଦ୍ଦେଶ୍ୟରେ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଖୁବ୍ ମଜା ମଜା କମେଣ୍ଟ୍ ସବୁ ଦେଇଛନ୍ତି। ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘ଆପଣ ପୂର୍ବରୁ ତାଙ୍କ କପଡ଼ାକୁ ନେଇ ହସୁଥିଲେ। ଏବେ କ’ଣ ଦେଖି ହସିବେ?’
ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ‘କପଡ଼ାରେ ଜିଏସ୍ଟି ଲାଗିବା ପରେ ରଣବୀର ସିଂହ ଏହି ଉପାୟ ଆପଣେଇଛନ୍ତି।’
ଆଉ ଜଣେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, ‘ବହୁତ ବର୍ଷା ହେଉଥିବାରୁ କାର୍ ତଳେ ବୁଲା କୁକୁର ଶୋଇଛି।’
Follow Us