ସଲମାନ, ସୋହିଲ୍ ଓ ଅର୍ବାଜ ଭିତରକୁ କାହାକୁ ବାଛିବେ ବୋଲି ପ୍ରଶଂସକ ପଚାରିଥିବା ପ୍ରଶ୍ନର ଏହି ଉତ୍ତର ଦେଲେ ଲୁଲିଆ

Advertisment
ସଲମାନ, ସୋହିଲ୍ ଓ ଅର୍ବାଜ ଭିତରକୁ କାହାକୁ ବାଛିବେ ବୋଲି ପ୍ରଶଂସକ ପଚାରିଥିବା ପ୍ରଶ୍ନର ଏହି ଉତ୍ତର ଦେଲେ ଲୁଲିଆ

Filmy Divas

ମୁମ୍ବାଇ: ଅଭିନେତ୍ରୀ-କଣ୍ଠଶିଳ୍ପୀ-ମଡେଲ୍‌ ଲୁଲିଆ ବନ୍ତୁର ବଲିଉଡ୍‌ ସୁପର୍‌ଷ୍ଟାର୍‌ ସଲମାନ ଖାନଙ୍କ ସହ ନିଜ ସଂପର୍କକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି। ଯଦିଓ ଏହି ଦୁଇ ସେଲିବ୍ରେଟି ନିଜ ସଂପର୍କକୁ ନେଇ କେବେ ଖୁଲାସା କରିନାହାନ୍ତି ମାତ୍ର ଅନେକ ସମୟରେ ସେ ଦୁହିଁଙ୍କୁ ଏକଠି ଦେଖିବା ପରେ ସେମାନଙ୍କ ସଂପର୍କକୁ ନେଇ ଅନୁମାନ ଲଗାଯାଇପାରେ।

ଲୁଲିଆଙ୍କୁ ଜଣେ ପ୍ରଶଂସକ ଏକ ପ୍ରଶ୍ନ ପଚାରିଥିଲେ। ପ୍ରଶ୍ନଟି ହେଉଛି, ‘ଆପଣ ସଲମାନ୍‌, ସୋହିଲ ଓ ଅର୍‌ବାଜ ଭିତକୁ କାହାକୁ ବାଛିବେ?’ଏହାର ଉତ୍ତରରେ ଲୁଲିଆ ଲେଖିଛନ୍ତି ‘ଖାନ୍‌’।

ଲୁଲିଆ ଏପରି ଜବାବ ଦେଇ ପ୍ରଶଂସକମାନଙ୍କ ମନ ଜିତି ଦେଇଛନ୍ତି। ତାପରେ ଆଛ ଜଣେ ପ୍ରଶଂସକ ଲୁଲିଆଙ୍କୁ ପ୍ରଶ୍ନ କରିଥିଲେ କି, ‘କ’ଣ ସୋନାକ୍ଷୀ ସିହ୍ନା ତା‌ଙ୍କ ସହ ଲଢ଼େଇ କରିପାରିବେ?’ ତହାର ଉତ୍ତରରେ ଲୁଲିଆ କହିଛନ୍ତି, ‘ହଁ, କାହିଁକି ନା ସେ ସବୁଠାରୁ ମଜବୁତ୍‌ ଝିଅ।’ ଲୁଲିଆଙ୍କର ଏପରି ଜବାବ ପ୍ରଶଂସକଙ୍କୁ ଆଗକୁ କିଛି ନକହିବା ପାଇଁ ବାଧ୍ୟ କରିଛି।

ଆପଣଙ୍କ ସୂଚନା ସକା‌ଶେ ଜଣାଇ ଦେଉଛୁ ଯେ ଲକ୍‌ଡାଉନ୍‌ ସମୟରେ ଲୁଲିଆ ସଲମାନଙ୍କ ସହ ତାଙ୍କ ପାନବେଲ୍‌ସ୍ଥିତ ଫାର୍ମହାଉସ୍‌ରେ ଥିଲେ। ସେ ସମୟର କିଛି ଫଟୋ ଓ ଭିଡିଓ ଲୁଲିଆ ସୋସିଆଲ୍‌ ମିଡିଆରେ ସେୟାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe