ମୁମ୍ବାଇ: ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ ସବୁଠାରୁ ପ୍ରତୀକ୍ଷିତ ଫିଲ୍ମ 'ଜାଟ' ୧୦ ଏପ୍ରିଲରେ ସିନେମା ହଲରେ ମୁକ୍ତିଲାଭ କରିବାକୁ ଯାଉଛି। ଏହାର ଅର୍ଥ ହେଉଛି ଫିଲ୍ମ ରିଲିଜ୍ ହେବାକୁ ଆଉ ମାତ୍ର ତିନି ଦିନ ବାକି ଅଛି। ଏପରି ପରିସ୍ଥିତିରେ, ସନ୍ନି ଦେୱଲ, ରଣଦୀପ ହୁଡା ଏବଂ ବିନୀତ କୁମାର ସିଂହ ଫିଲ୍ମର ପ୍ରଚାରରେ ଲାଗିପଡ଼ିଛନ୍ତି।
ସିନେମା ପଚାର ପାଇଁ ଦିଲ୍ଲୀ ଆସିଥିବା ସନ୍ନି ଦେଓଲଙ୍କୁ ଗଣମାଧ୍ୟମ ପକ୍ଷରୁ ସିନେମାକୁ ନେଇ କିଛି ପ୍ରଶ୍ନ ପଚରା ଯାଇଥିଲା। ଯେମିତି କି ଦର୍ଶକମାନେ ଆପଣଙ୍କୁ ସର୍ବଦାଡ ଆକ୍ସନ ଏବଂ ରୋମାଣ୍ଟିକ ଫିଲ୍ମ ଉଭୟରେ ଦେଖିଛନ୍ତି। ଆପଣ ହରର ସିନେମା କେବେ କରିବାକୁ ନେଇ ଇଚ୍ଛୁକ ଅଛନ୍ତି କି?
ସନ୍ନି ଦେୱଲ ଏ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, 'ଯେଉଁଦିନ ମୁଁ ନିଜେ ଡରିଯିବି, ମୁଁ ନିଶ୍ଚିତ ଭାବରେ ହରର କରିବି।' ହାହାହା। ନା! ଯଦି ଆଗକୁ ମୋତେ ଏପରି ସ୍କ୍ରିପ୍ଟ ମିଳେ, ମୁଁ ନିଶ୍ଚିତ ଭାବରେ ସେଥିରେ କାମ କରିବି। ’
ସନ୍ନି ଦେୱଲଙ୍କ ଆଗାମୀ ଫିଲ୍ମ ବିଷୟରେ କହିବାକୁ ଗଲେ ସମ୍ପ୍ରତି ତାଙ୍କ ପାଖରେ ଅନେକ ଫିଲ୍ମ ପାଇଁ କାମ ଅଛି। ରିପୋର୍ଟ ଅନୁଯାୟୀ, ସନ୍ନି ଦେୱଲଙ୍କୁ 'ରାମାୟଣ’, 'ବର୍ଡର ୨', 'ଲାହୋର, ୧୯୪୭', 'ଗଦର ୩', 'ମା ତୁଝେ ସଲାମ ୨' ଏବଂ 'ସଫର'ରେ ଦେଖିବାକୁ ମିଳିବ।
Follow Us