Advertisment

ଜ୍ୟାକିଙ୍କୁ ଜାଣି ନଥିବା ଦର୍ଶକ ଟାଇଗର୍‌ ଶ୍ରଫ୍‌ଙ୍କ ବାପା କହି ତାଙ୍କୁ ଚିହ୍ନିବା ବେଳେ କେମିତି ଅନୁଭବ କରନ୍ତି ସେ?

Advertisment
ଜ୍ୟାକିଙ୍କୁ  ଜାଣି ନଥିବା ଦର୍ଶକ ଟାଇଗର୍‌ ଶ୍ରଫ୍‌ଙ୍କ ବାପା କହି ତାଙ୍କୁ ଚିହ୍ନିବା ବେଳେ କେମିତି ଅନୁଭବ କରନ୍ତି ସେ?

DNA India

ମୁମ୍ବାଇ: ଜ୍ୟାକି ଶ୍ରଫଙ୍କ ପୁଅ ଟାଇଗର୍‌ ଶ୍ରଫ୍‌ ବଲିଉଡରେ ପ୍ରବେଶ କରିବା ପରଠାରୁ ପ୍ରଶଂସା ସାଉଁଟି ଚାଲିଛନ୍ତି। ଟାଇଗର୍‌ଙ୍କର ଦିନକୁ ଦିନ ପ୍ରଶଂସକଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି। ଟାଇଗର୍‌ଙ୍କର ଏହି ସଫଳତାକୁ ନେଇ କେମିତି ଅନୁଭବ କରନ୍ତି ତାଙ୍କ ବାପା ଜ୍ୟାକି?

ନିକଟରେ ଏ ସଂପର୍କରେ ନିଜର ବୟାନ ଦେଇ ବଲିଉଡ୍‌ର ଜଣାଶୁଣା କଳାକାର ଜ୍ୟାକି ଶ୍ରଫ‌ କହନ୍ତି କି ଲୋକେ ତାଙ୍କୁ ଟାଇଗର୍‌ର ବାପା ହିସାବରେ ଜାଣିବା ତାଙ୍କ ପାଇଁ ଏକ ଗର୍ବ ନିଶ୍ଚୟ।

ସେ କହନ୍ତି, ଟାଇଗର୍‌ର ବାପା ହିସ‌ାବରେ ତାଙ୍କୁ ଯେଉଁ ଗର୍ବ ଅନୁଭବ ହୁଏ, ଏତେ ବର୍ଷ ଚଳଚ୍ଚିତ୍ର ଦୁନିଆରେ ରହିବା ପରେ ବି ସେ ଅନୁଭବ ତାଙ୍କୁ ମିଳି ନଥିଲା। କେବଳ ସେତିକି ନୁହେଁ, ଜ୍ୟାକି ତାଙ୍କୁ ପିଲାଟି ଦିନରୁ ସୁସ୍ଥ ରହିବାକୁ ପ୍ରେରିତ କରନ୍ତି ବୋଲି ସେ କହିଛନ୍ତି। ଏହାବ୍ୟତୀତ ତାଙ୍କ ପୁଅକୁ ଏତେ ଲୋକ ସ୍ନେହ କରୁଥିବାରୁ ସେ ଭଗବାନଙ୍କ ନିକଟରେ ନିଜର କୃତଜ୍ଞତା ବି ଜ୍ଞାପନ କରିଛନ୍ତି।

ଏକ ଗଣମାଧ୍ୟମରେ ନିଜର ବୟାନ ଦେଇ ଜ୍ୟାକି କହନ୍ତି କି ଏମିତି ଅନେକ ପ୍ରଶଂସକ ଅଛନ୍ତି ଯିଏକି ତାଙ୍କୁ ଜାଣନ୍ତି ନାହିଁ। ଆଜିର ଯୁବପିଢ଼ି ତାଙ୍କୁ ଜାଣନ୍ତିନି କିନ୍ତୁ ଟାଇଗର୍‌ଙ୍କୁ ଜାଣନ୍ତି। ସେମାନେ ଜ୍ୟାକିଙ୍କୁ ଟାଇଗର୍‌ ଶ୍ରଫ୍‌ଙ୍କ ବାପା ବୋଲି ଚିହ୍ନନ୍ତି ଓ ତାହା ତାଙ୍କୁ ଅତ୍ୟନ୍ତ ଆନନ୍ଦିତ କରେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe