ଠକାମିର ଶିକାର ହେଲେ ଜ୍ୟାକି ଶ୍ରଫଙ୍କ ପତ୍ନୀ ଆୟେଶା

Advertisment
ଠକାମିର ଶିକାର ହେଲେ ଜ୍ୟାକି ଶ୍ରଫଙ୍କ ପତ୍ନୀ ଆୟେଶା

ମୁମ୍ବାଇ: ବଲିଉଡ ଅଭିନେତା ଜ୍ୟାକି ଶ୍ରଫଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିିଛି। ଜ୍ୟାକି ଶ୍ରଫଙ୍କ ପତ୍ନୀ ଆୟେଶା ଶ୍ରଫଙ୍କଠାରୁ ୫୮ଲକ୍ଷ ଟଙ୍କା ଠକି ନିଆଯାଇଥିବା ଜଣାପଡ଼ିଛି। ଏ ନେଇ ସାନ୍ତାକ୍ରୁଜ ପୁଲିସ ଷ୍ଟେସନରେ ମଧ୍ୟ ଅଭିଯୋଗ ହୋଇଛି।

ଆୟେଶାଙ୍କ ଅଭିଯୋଗ ଅନୁଯାୟୀ, ଏଲନ୍ ଫର୍ଣ୍ଣାଣ୍ଡିଜ୍ ନାମକ ଜଣେ ବ୍ୟକ୍ତି ତାଙ୍କଠାରୁ ୫୮ଲକ୍ଷ ଟଙ୍କା ଠକି ନେଇଛନ୍ତି। ତାଙ୍କ ଅଭିଯୋଗ ପରେ ଆଇପିସିର ଧାରା ୪୨୦, ୪୦୮, ୪୬୫, ୪୬୭ ଏବଂ ୪୬୮ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ବିଳମ୍ବ ନକରି ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୦୧୮ରେ ଏଲନଙ୍କୁ ଏମଏମଏ ମ୍ୟାଟ୍ରିକ୍ସ କମ୍ପାନିରେ ଡାଇରେକ୍ଟର ଅଫ୍ ଅପରେସନର ଦାୟିତ୍ବ ଦିଆଯାଇଥିଲା। ଏମଏମଏ ମ୍ୟାଟ୍ରିକ୍ସ ହେଉଛି ଏକ ଜିମ୍, ଯାହାକୁ ଟାଇଗର ଶ୍ରଫ ଏବଂ ତାଙ୍କ ମା’ ଆୟେଶା ଚଳାନ୍ତି। କୁହାଯାଉଛି ଯେ ଅଭିଯୁକ୍ତ ଭାରତ ତଥା ଭାରତ ବାହାରେ ୧୧ଟି ବଡିବିଲ୍ଡିଂ ଟୁର୍ନାମେଣ୍ଟ ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ। ଏହି କାର୍ଯ୍ୟକ୍ରମ ପାଇଁ ସେ କମ୍ପାନିଠାରୁ ବିପୁଳ ପରିମାଣର ଟଙ୍କା ମଧ୍ୟ ନେଇଥିଲେ। ଏହି ଟୁର୍ନାମେଣ୍ଟ ପାଇଁ ଡିସେମ୍ବର ୨୦୧୮ରୁ ଜାନୁଆରି ୨୦୨୩ପର୍ଯ୍ୟନ୍ତ କମ୍ପାନିର ଆକାଉଣ୍ଟରେ ୫୮,୫୩,୫୯୧ ଟଙ୍କା ଜମା କରାଯାଇଥିଲା, ଯାହାକୁ ଏବେ ଏଲନ ନେଇ ଫେରାର ହୋଇଯାଇଛନ୍ତି।

ତେବେ ଏହା ପ୍ରଥମ ନୁହେଁ ଏହା ପୂର୍ବରୁ ୨୦୧୫ରେ ଅଭିନେତା ସାହିଲ ଖାନଙ୍କ ବିରୋଧରେ ଠକାମିର ଅଭିଯୋଗ ଆଣିଥିଲେ ଆୟେଶା। ହେଲେ ପରେ ଉଭୟ ପକ୍ଷ ନିଜ ନିଜ ମଧ୍ୟରେ ଏହାର ସମାଧାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe