‘ଭାରତ’ରେ ସଲମାନ୍‌ ଖାନ୍‌ଙ୍କ ବାପା ହେବେ ଜ୍ୟାକି ଶ୍ରଫ

‘ଭାରତ’ରେ ସଲମାନ୍‌ ଖାନ୍‌ଙ୍କ ବାପା ହେବେ ଜ୍ୟାକି ଶ୍ରଫ

ନୂଆଦିଲ୍ଲୀ: ସଲମାନ୍‌ ଖାନ୍‌ଙ୍କ ଆଗାମୀ ସିନେମା ‘ଭାରତ’ରେ ଥିବା ଷ୍ଟାରକାଷ୍ଟଙ୍କୁ ନେଇ ଚର୍ଚ୍ଚା ଚୋର ଧରିଛି। ଏହି ସିନେମାରେ ଅଭିନେତା ଜ୍ୟାକି ଶ୍ରଫ୍‌ଙ୍କ ଅଭିନୟ ବି ଦର୍ଶକ ଦେଖିବାକୁ ପାଇବେ। ‘ଭାରତ’ ସିନେମାରେ ମୁଖ୍ୟ ଭୂମିକାରେ ସଲମାନ୍‌ ଖାନ୍‌ଙ୍କ ବ୍ୟତୀତ ପ୍ରିୟଙ୍କା ଚୋପ୍ରା ବି ନଜର ଆସିବେ। ଯଏକି ତାଙ୍କ ପତ୍ନୀ ଭୂମିକାରେ ଅଭିନୟ କରୁଛନ୍ତି।

publive-image

ଏହି ଫିଲ୍ମ ସହିତ ଜ୍ୟାକି ଶ୍ରଫ୍‌ଙ୍କ ସହିତ ଜଡ଼ିତ ଥିବା କେତେଟି କଥା ଚର୍ଚ୍ଚାରେ ରହିଛି। ୮ବର୍ଷ ପୂର୍ବରୁ ସଲମାନ୍‌ ଓ ଜ୍ୟାକି ଶ୍ରଫ ୨୦୧୦ରେ ଆସିଥିବା ସିନେମା ‘ବୀର’ରେ ଏକାଠି କାମ କରିଥିଲେ। ତେବେ ପ୍ରକାଶିକ ରିପୋର୍ଟ ଅନୁଯାୟୀ, ସିନେମା ‘ଭାରତ’ରେ ସଲମାନଙ୍କ ପିତା ଭୂମିକାରେ ଜ୍ୟାକି ଶ୍ରଫ୍‌ ନଜର ଆସିବେ। ତେବେ ସିନେମାରେ ଜ୍ୟାକି ଶ୍ରଫ୍‌ଙ୍କ ଭୂମିମା ସ୍ୱଳ୍ପ ରହିଥିଲେ ହେଁ ବହୁ ଗୁରୁତ୍ୱପୂର୍ଣ୍ଣ ରହିଛି। ଯାହା ସଲମାନଙ୍କ ଭୂମିକାକୁ ଏକ ଭିନ୍ନ ନଜରରେ ପରଦାରେ ଉପସ୍ଥାପନା କରିବ। ସଲମାନ୍‌ ନିଜେ ବି ଚାହୁଁଥିଲେ କି ତାଙ୍କ ପିତା ଭୂମିକାରେ ଜ୍ୟାକି ଶ୍ରଫ ଅଭିନୟ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe