ମୁମ୍ବାଇ: ଗତ କିଛି ସପ୍ତାହ ହେଲାଣି ପୂଜା ଏଣ୍ଟରଟେନମେଣ୍ଟର ଆର୍ଥିକ ସ୍ଥିତି ଖରାପ ଥିବାର ଖବର ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ବାରମ୍ବାର ଫ୍ଲପ ହେଉଥିବାରୁ ପୂଜା ଏଣ୍ଟରଟେନମେଣ୍ଟର ଏଭଳି ଅବସ୍ଥା ହୋଇଥିବା କୁହାଯାଉଥିବା ବେଳେ ଏହାକୁ ନେଇ ଭିନ୍ନ ଭିନ୍ନ ତଥ୍ୟ ସାମ୍ନାକୁ ଆସିସାରିଛି। ଏମଧ୍ୟରେ ନିର୍ମାତା ଜ୍ୟାକି ଭଗନାନି ଏହା ଉପରେ ନୀରବତା ଭାଙ୍ଗିଛନ୍ତି। ସେ କହିଛନ୍ତି ଯେ ଅକ୍ଷୟ କୁମାର ମୋତେ ଅସୁବିଧା ସମୟରେ ବହୁତ ସମର୍ଥନ କରିଛନ୍ତି। ତାଙ୍କ ଦ୍ୱାରା ଦିଆଯାଇଥିବା ସାହସ ଯୋଗୁଁ ମୁଁ ଆତ୍ମବିଶ୍ୱାସୀ ହୋଇପାରିଛି। ଆମ କ୍ରୁଙ୍କ ଦରମା ଅଟକି ଥିବାରୁ ଅକ୍ଷୟ ତାଙ୍କ ପାରିଶ୍ରମିକ ନେବାକୁ ମନା କରିଦେଇଛନ୍ତି।
ଜ୍ୟାକିଙ୍କ କହିବା ମୁତାବକ, ପୂଜା ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଗତ କିଛି ଚଳଚ୍ଚିତ୍ର ବକ୍ସ ଅଫିସରେ ଭଲ ବ୍ୟବସାୟ କରିନଥିବାରୁ କମ୍ପାନି କ୍ଷତିଗ୍ରସ୍ତ ହୋଇଛି | ପୂଜା ଏଣ୍ଟରଟେନମେଣ୍ଟ ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ଶେଷ ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ-୨' ମଧ୍ୟ ବକ୍ସ ଅଫିସରେ ଫ୍ଲପ ହୋଇଥିଲା। ଏହି କାରଣରୁ କମ୍ପାନିକୁ ଏକ ବଡ କ୍ଷତି ସହିବାକୁ ପଡ଼ିବା ସହ ପ୍ରଯୋଜନା କମ୍ପାନି ନିଜ କର୍ମଚାରୀଙ୍କୁ ଦରମା ଦେବାକୁ ସକ୍ଷମ ହୋଇପାରୁନାହିଁ। ଏହା ବିଷୟରେ ଜାଣିବା ପରେ ଅକ୍ଷୟ ନିଜ ପାରିଶ୍ରମିକ ନେବାକୁ ମନା କରିଛନ୍ତି। ସମସ୍ତ କ୍ରୁ ସଦସ୍ୟ ଓ କାମ କରିଥିବା କଳାକାରଙ୍କୁ ପାରିଶ୍ରମିକ ନଦିଆଯିବା ପର୍ଯ୍ୟନ୍ତ ଅକ୍ଷୟ ପାରିଶ୍ରମିକ ନେବେ ନାହିଁ ବୋଲି କହିଛନ୍ତି। ତାଙ୍କର ଏଭଳି ସହଯୋଗ ପାଇ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛି।
Follow Us