ତୀଖା ରାସ୍ତାରେ ୨୧୧ କିଲୋମିଟର ବାଇକ୍‌  ଚଳାଇଲେ  ଜାକଲିନ୍‌ : ଗୋଟିଏ ଦିନରେ  ସୋନମାର୍ଗରୁ  ଲେହ

ତୀଖା ରାସ୍ତାରେ ୨୧୧ କିଲୋମିଟର ବାଇକ୍‌  ଚଳାଇଲେ  ଜାକଲିନ୍‌ : ଗୋଟିଏ ଦିନରେ  ସୋନମାର୍ଗରୁ  ଲେହ

STARNABE

ନୂଆଦିଲ୍ଲୀ : ସିଂହଳୀ ସୁନ୍ଦରୀ ଜାକଲିନ୍‌ ଫର୍ଣ୍ଣାଣ୍ଡିଜ୍‌ ଏବେ ଚର୍ଚ୍ଚାରେ । ଏହି  ରୋମାଞ୍ଚପ୍ରିୟ ଅଭିନେତ୍ରୀ ନିକଟରେ ଏମିତି ଏକ କାମ କରିଛନ୍ତି,  ଯାହା ସାଧାରଣତଃ ବଲିଉଡ୍‌ ନାୟିକାମାନେ କରି ନ ଥାନ୍ତି। ସେ ଏକ  ମୋଟର୍‌ ବାଇକ୍‌ରେ ଗୋଟିଏ ଦିନରେ ୨୧୧ କିଲୋମିଟର ଯାତ୍ରା କରିଛନ୍ତି।  ତାହା ପୁଣି ସମତଳ ରାସ୍ତାରେ ନୁହେଁ, ପାହାଡ଼ିଆ ଅଞ୍ଚଳରେ। ଜମ୍ମୁକାଶ୍ମୀରର  ସୋନମର୍ଗରୁ ଲେହ ଯାତ୍ରା କରିଛନ୍ତି। ଜୀବନରେ ପ୍ରଥମ ଥର ପାଇଁ ଏ ଭଳି ଏକ ରୋମାଞ୍ଚକର ଯାତ୍ରାର ଅଂଶବିଶେଷ ପାଲଟିଥିବାରୁ ସେ ବେଶ୍‌ ଉତ୍‌ଫୁଲ୍ଲିତ।

publive-image India TV

ଜମ୍ମୁ-କଶ୍ମୀର ଅନ୍ତର୍ଗତ ଗାନ୍ଦରବଲ ଜିଲ୍ଲାର ସୁପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ସୋନମର୍ଗ ବା ସୋନାମର୍ଗରୁ ଲଦାଖ ଅନ୍ତର୍ଗତ ଲେହ ପର୍ଯ୍ୟନ୍ତ ଦୁଇ ଶହ ଏଗାର କିଲୋମିଟର୍‌ ସେ ମୋଟର ବାଇକରେ ଅତିକ୍ରମ କରିଛନ୍ତି।  ଏହି ଦୂରତା ଅତିକ୍ରମ କରିବା ପାଇଁ ଜାକଲିନ୍‌ଙ୍କୁ ପୂରା ଦିନଟିଏ ଲାଗିଥିଲା। ତେବେ  ସେ ଏକଲା ଯାତ୍ରା କରୁ ନ ଥିଲେ। ସୋନମର୍ଗରେ ଫିଲ୍ମ ‘ରେସ୍‌ ୩’ର ଏକ ଅଂଶର ସୁଟିଂ ସାରିବା ପରେ, ଫିଲ୍ମ ୟୁନିଟର  ପୂରା ଦଳ ବାଇକ୍‌ରେ ଲଦାଖ ବାହାରିଥିଲେ। ଜିନିଷ-ପତ୍ର ବଡ଼ ଗାଡ଼ିରେ ପଛରେ ଆସୁଥିଲା। ରାସ୍ତା ତୀଖ ହୋଇଥିବାରୁ ସେମାନେ ରହିରହି ଅଗ୍ରସର ହୋଇଥିଲେ ଏବଂ ଯାତ୍ରାର ମଜା ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe