ବିଦେଶ ଯାତ୍ରା ପରେ କୋର୍ଟରେ ପାସପୋର୍ଟ ଜମା କଲେ ଜ୍ୟାକଲିନ

Advertisment
ବିଦେଶ ଯାତ୍ରା ପରେ କୋର୍ଟରେ ପାସପୋର୍ଟ ଜମା କଲେ ଜ୍ୟାକଲିନ

ନୂଆଦିଲ୍ଲୀ: ପଟିଆଲା ହାଉସ କୋର୍ଟ କନମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ  ହୋଇଥିବା ୨୦୦ କୋଟି ଟଙ୍କାର ଠକେଇ ମମଲାରେ ସମ୍ପୃକ୍ତ ଥିବା ତିନିଜଣ ଅଭିଯୁକ୍ତଙ୍କ ନ୍ୟାୟିକ ହେପାଜତକୁ ବଢ଼ାଇ ଦେଇଛନ୍ତି। ଏହି କ୍ରମରେ ଜ୍ୟାକଲିନ ଫର୍ଣ୍ଣାଡିସଙ୍କ ଓକିଲ ଅଭିନେତ୍ରୀଙ୍କ ପାସପୋର୍ଟକୁ କୋର୍ଟରେ ଜମା କରିଛନ୍ତି। ଏହି ମାମଲାର ଆଗାମୀ ଶୁଣାଣି ଏପ୍ରିଲ ୫ ତାରିଖରେ ହେବ ବୋଲି କୁହାଯାଉଛି।

ଜ୍ୟାକଲିନଙ୍କ ଓକିଲ କୋର୍ଟରେ କହିଛନ୍ତି, ଜ୍ୟାକଲିନ ବିଦେଶଯାତ୍ରା କରି ଚାଲି ଆସିଛନ୍ତି। ଏହି କାରଣରୁ ତାଙ୍କ ପାସପୋର୍ଟ କୋର୍ଟରେ ଜମା କରାଯାଉଛି।

ତେବେ କୋର୍ଟ ଜ୍ୟାକଲିନଙ୍କ ଓକିଲଙ୍କୁ କହିଥିଲେ,‘ କି ଆପଣ ଅଭିନେତ୍ରୀଙ୍କୁ ବୁଝାଇ ଦିଅନ୍ତୁ କି ନିୟମକାନୁନକୁ ସେ ଗମ୍ଭୀରତା ନେବେ।’

୨୦୦କୋଟି ଟଙ୍କା ଠକେଇ ମାମଲାରେ ସୁକେଶ ଚନ୍ଦ୍ରଶେଖରଙ୍କୁ ପଟିଆଲା ହାଉସ କୋର୍ଟରେ ହାଜର କରାଯାଇଥିଲା। ଏହି ସମୟରେ ସେ ନିଜ ଜନ୍ମଦିନରେ ଜେଲରେ ୫କୋଟି ୧୧ଲକ୍ଷ ଟଙ୍କା ଦେବାକୁ ପ୍ରସ୍ତାବ ଦେଇ କହିଥିଲେ,‘ ମୋ ତରଫରୁ ଏହା ଏକ ଛୋଟିଆ ଭେଟି, ମୁଁ ଜଣେ ଭଲ ମଣିଷ ହେବାକୁ ଚେଷ୍ଟା କରୁଛି।’

ଜ୍ୟାକଲିନଙ୍କ ବ୍ୟକ୍ତିଗତ ଜୀବନ କଥା କହିବାକୁ ଗଲେ ସେ ବଲିଉଡର ଶ୍ରେଷ୍ଠ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ରହିଛନ୍ତି। ଜ୍ୟାକଲିନ ଶ୍ରୀଲଙ୍କାରେ ଏକ ଆଇଲ୍ୟାଣ୍ଡ କିଣିଛନ୍ତି। ଅର୍ଥାତ ଅଭିନେତ୍ରୀ ଶ୍ରୀଲଙ୍କାର ଏକ ଆଇଲ୍ୟାଣ୍ଡର ମାଲିକାଣି ରହିଥିବା କୁହାଯାଉଛି। ତେବେ ଗତବର୍ଷ ତାଙ୍କ ସମ୍ପତ୍ତିକୁ ନେଇ ଏକ ଆକଳନ କରାଯାଇଥିଲା। ଏହି ଆକଳନ ଅନୁସାରେ ଜ୍ୟାକଲିନ ମୋଟ ୧୦ମିଲିୟନ ଡଲାର ଅର୍ଥାତ ୭୫କୋଟି ଟଙ୍କାର ମାଲିକାଣି ରହିଛନ୍ତି।

ତେବେ କନମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖରଙ୍କ ବିରୋଧରେ ହୋଇଥିବା ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଜ୍ୟାକଲିନ ସମ୍ପୃକ୍ତ ଥିଲେ। ଏକଥାକୁ ଅଭିନେତ୍ରୀ ନିଜେ ସ୍ବୀକାର ବି କରିଥିଲେ। ସୁକେଶ ଜ୍ୟାକଲିନଙ୍କୁ ୧୦କୋଟି ଟଙ୍କାର ଉପହାର ଦେଇଥିବା ଖୋଲାଖୋଲି ଭାବେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe