ଜାକ୍‌ଲିନ୍‌ ପର୍ଣ୍ଣାଣ୍ଡିଜ୍‌ଙ୍କ ଫ୍ୟାନ୍‌ଙ୍କୁ ମିଳିଲା ଦୁଃଖ ଖବର; ଏକ ଅଘଟଣ ହେତୁ ସବୁଦିନ ପାଇଁ ଖରାପ ହୋଇଗଲା ଜ୍ୟାକ୍‌ଙ୍କ ଆଖି

Advertisment
ଜାକ୍‌ଲିନ୍‌ ପର୍ଣ୍ଣାଣ୍ଡିଜ୍‌ଙ୍କ ଫ୍ୟାନ୍‌ଙ୍କୁ ମିଳିଲା ଦୁଃଖ ଖବର; ଏକ ଅଘଟଣ ହେତୁ ସବୁଦିନ ପାଇଁ ଖରାପ ହୋଇଗଲା ଜ୍ୟାକ୍‌ଙ୍କ ଆଖି

ମୁମ୍ବାଇ: ଆଗାମୀ ଇଦ୍‌ରେ ରିଲିଜ୍‌ ହେବାକୁ ଯାଉଛି ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ରେସ୍‌-୩’। ଏହି ଚଳଚ୍ଚିତ୍ର ସୁଟିଂ ସମୟରେ ଘଟିଥିବା ଏକ ଅଘଟଣ ହେତୁ କିନ୍ତୁ ଜାକ୍‌ଲିନଙ୍କୁ ଏକ ଜୀବନବ୍ୟାପୀ ଅସୁବିଧା ଭୋଗିବାକୁ ପଡ଼ିଛି। ସୁଟିଂ ସମୟରେ ସନ୍‌ଗ୍ଲାସ୍‌ ପିନ୍ଧି ଜ୍ୟାକ୍‌ଙ୍କୁ ଏକ ସଟ୍‌ ଦେବାକୁ ପଡ଼ିଥିଲା। ସେହି ସମୟରେ ତାଙ୍କ ଆଖିରେ କିଛି ଗୋଟାଏ ବାଜି ଯିବାରୁ ଆଖିରେ ଏକ ଗାର ପଡ଼ିଯାଇଛି। ଡାକ୍ତରମାନଙ୍କ କହିବା କଥା ଏହି ଗାର ଆଉ କେବେ ଲିଭିବ ନାହିଁ। ଜୀବନ ସାରା ସେମତି ଆଖିରେ ଦିଶିବ। ମାତ୍ର ଖୁସିର କଥା ହେଉଛି ଏହି ଅଘଟଣ ଜ୍ୟାକ୍‌ଙ୍କ ଦୃଷ୍ଟି ଶକ୍ତି ଉପରେ କୌଣସି ପ୍ରଭାବ ପକାଇନାହିଁ। ସେ ପୂର୍ବ ପରି ଏକଦମ ସ୍ପଷ୍ଟ ଦେଖି ପାରୁଛନ୍ତି।

publive-image

ଉଲ୍ଲେଖଯୋଗ୍ୟ, ଆଗାମୀ ଇଦ୍‌ରେ ମୁକ୍ତିଲାଭ କରିବ ଜାକ୍‌ଲିନ୍‌୍‌ଙ୍କ ଚଳଚ୍ଚିତ୍ର ‘ରେସ୍‌-୩’। ଏହି ଚଳଚ୍ଚିତ୍ରରେ ଜ୍ୟାକ୍‌ଙ୍କ ବ୍ୟତୀତ ମୁଖ୍ୟ ଭୂମିକାରେ ଅଛନ୍ତି ଦବଙ୍ଗ ବୟ ସଲମାନ ଖାନ, ବବି ଦେଓଲ୍‌, ଅନୀଲ କପୁର୍‌, ଡେଜି ଶାହା ପ୍ରମୁଖ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe