ଶେଷ ହେଲା ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିଜଙ୍କ ସମସ୍ୟା, ବିଦେଶ ଯିବାକୁ ମିଳିଲା ଅନୁମତି

Advertisment
ଶେଷ ହେଲା ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିଜଙ୍କ ସମସ୍ୟା, ବିଦେଶ ଯିବାକୁ ମିଳିଲା ଅନୁମତି

ମୁମ୍ବାଇ: ଶେଷ ହେଲା ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିଜଙ୍କ ସମସ୍ୟା। ବିଦେଶ ଯିବାକୁ ମିଳିଲା ଅନୁମତି। ଗତବର୍ଷ ଅଭିନେତ୍ରୀଙ୍କ ବିରୋଧରେ ଇଡି ଲୁକଆଉଟ ନୋଟିସ ଜାରି କରିଥିଲା। ଏହି କାରଣରୁ ଜାକଲିନଙ୍କ ବିଦେଶ ଯିବାକୁ ନେଇ ପ୍ରତିବନ୍ଧକ ଲାଗିଥିଲା। ଜାକଲିକ ଇଡିଙ୍କୁ ଏହି ନୋଟିସ କୋହଳ କରିବାକୁ କହିଥିଲେ। କିନ୍ତୁ ଇଡି ଏହାକୁ ନେଇ ସ୍ପଷ୍ଟ ଭାବେ ମନା କରି ଦେଇଥିଲେ। ହେଲେ ଏବେ ଜାକଲିନଙ୍କୁ ବିଦେଶ ଯିବାକୁ ଅନୁମତି ମିଳିଛି। ଜାକଲିନଙ୍କୁ ଆଇଫା ଆୱାର୍ଡ ପାଇଁ ଆବୁ ଧାବୀ ଯିବାର ଥିବା ବେଳେ ମେ’ ୩୧ରୁ ଜୁନ୍ ୬ ପର୍ଯ୍ୟନ୍ତ ଜାକଲିନଙ୍କୁ ଆବୁ ଧାବୀ ଯାଇ ଆୱାର୍ଡ ସୋ’ରେ ଯୋଗ ଦେବାକୁ ଅନୁମତି ମିଳିଛି।

ସୂଚନା ମୁତାବକ, ଜାକଲିନଙ୍କ ଓକିଲ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ସେହି ଆବେଦନରେ ଜୋର ଦିଆଯାଇଥିଲା ଯେ ଜାକଲିନ ଜଣେ ବଡ ଅଭିନେତ୍ରୀ ଯାହାଙ୍କୁ ଅନେକ ଅନ୍ତର୍ଜାତୀୟ ସୋ’ ପାଇଁ ଡାକାଯାଇଥାଏ। କିନ୍ତୁ ତାଙ୍କ ବିରୋଧରେ ଜାରି ହୋଇଥିବା ଲୁକ୍ ଆଉଟ୍ ନୋଟିସ୍ ପାଇଁ ତାଙ୍କୁ ବିଦେଶ ଯିବାକୁ ଅନୁମତି ଦିଆଯାଇନାହିଁ। ଏହି କାରଣରୁ ସେ ଆଇଫା ଆୱାର୍ଡକୁ ଯାଇପାରୁନାହାନ୍ତି। ବର୍ତ୍ତମାନ କୋର୍ଟ ଏହି ସମସ୍ତ ଯୁକ୍ତି ଗ୍ରହଣ କରି ଜାକଲିନଙ୍କୁ ମେ’ ୩୧ରୁ ଜୁନ୍ ୬ ମଧ୍ୟରେ ବିଦେଶ ଯାତ୍ରା କରିବାକୁ ଅନୁମତି ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ଶହଶହ କୋଟି ଟଙ୍କାର ଅର୍ଥ ହେରଫେର ଓ ଠକେଇ ମାମଲାରେ ଗିରଫ ହୋଇଥିବା ସୁକେଶ ଚନ୍ଦ୍ରଶେଖରଙ୍କ ସହ ଫଟୋ ଭାଇରାଲ ହେବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ନଜରକୁ ଆସିଥିଲେ ବଲିଉଡ ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଡିଜ। ଠକେଇ ମାମଲାରେ ତାଙ୍କୁ ପଚରାଉଚରା କରାଯିବା ପରେ ଅନେକ ଘଟଣା ଉପରୁ ପରଦା ହଟିଥିଲା। ଏଯାବତ ତାଙ୍କୁ ଅନେକ ଥର ପଚରାଉଚରା କରାଯାଇ ସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe